ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବାଲେଶ୍ବର – ରୋଷେଇ ଚୁଲିରୁ ଅଗ୍ନିକାଣ୍ଡ

ବାଲେଶ୍ବର,୦୩/୬/୨୨- ବାଲେଶ୍ବର ଜିଲ୍ଲା ଖଇରା ତହସିଲ କୁପାରୀ ଆର ଆଇ ଅଧିନ ବଗେଇପୁର ଗ୍ରାମରେ ଘଟିଯାଇଛି ଅଗ୍ନିକାଣ୍ଡ । ଘଟଣାରୁ ଜଣାଯାଇଛି ଯେ ଗତକାଲି ଅର୍ଥାତ୍ ତା ୦୨/୬/୨୨ ରିଖ ଦିବା ପ୍ରାୟ ୧୨ ଘଟିକା ସମୟରେ ବୁଧିମତୀ ମହାରଣାଙ୍କ ଘର ହଠାତ୍ ଜଳି ଉଠିଥିଲା । ଏହାଦେଖି ସ୍ଥାନୀୟ ଲୋକ ସଙ୍ଗେ ସଙ୍ଗେ ଖଇରା ଦମକଳ ବାହିନୀଙ୍କୁ ଖବର ଦେଇଥିଲେ । ଖବରପାଇ ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡି ନଥିଲେ ବି ରୋଷେଇ ଚୁଲିରୁ ଅଗ୍ନିକାଣ୍ଡ ଘଟି ଥିବାର ପ୍ରାଥମିକ ତଦନ୍ତରୁ ଜଣାପଡିଛି । ଦମକଳ ବାହିନୀଙ୍କ ଆକଳନରୁ କ୍ଷୟକ୍ଷତିର ପରିମାଣ ପ୍ରାୟ ୬୦ ହଜାର ଟଙ୍କା ଅନୁମାନ କରାଯାଇଥିବା ବେଳେ କୁପାରୀ ଆର ଆଇ ଙ୍କ ତଦନ୍ତ ପରେ ପ୍ରକୃତ କ୍ଷୟକ୍ଷତିର ପରିମାଣ ଜଣାପଡିବ ବୋଲି ସ୍ଥାନୀୟ ବାସିନ୍ଦାଙ୍କ ଠାରୁ ଖବର ସଂଗ୍ରହରୁ ଜଣାପଡିଛି ।।

ବାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଖଡ଼ିଆଳ ଉପଖଣ୍ଡ ସ୍ବାସ୍ଥ୍ୟ ଅଧିକାରୀଙ୍କୁ ଗୁଡ଼ାଇ ଗୁଡ଼ାଇ ଚପଲ ରେ ମାଡ଼ ମାରିବା ଘଟଣାର ଉପଯୁକ୍ତ ନ୍ୟାୟ ଏବଂ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବୀ ରେ ଉପଖଣ୍ଡ ସ୍ବାସ୍ଥ୍ୟ କର୍ମଚାରୀ ଥାନାର ଦ୍ଵାରସ୍ତ

Sunil Chandra Nayak

ପ୍ରଶାନ୍ତ କୁମାର ନାଥ ଙ୍କ କବିତା ହୃଦୟ ରାଗ

Sunil Chandra Nayak

ପୂର୍ବତନ ସାଂସଦ ସୁବାସ ନାୟକ ଙ୍କ ବିୟୋଗ ରେ ଶୋକ ସଭା

Sunil Chandra Nayak

Leave a Comment

error: Content is protected !!