ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମୟୂରଭଂଜ – ମୋଦୀଜୀଙ୍କ ୮ ବର୍ଷ ସେବା, ସୁଶାସନ ଓ ଗରୀବ କଲ୍ୟାଣ ପର୍ବ ଉପଲକ୍ଷେ ପଶ୍ଚିମ ମୟୂରଭଞ୍ଜ ବିଜେପିର ଖବରଦାତା ସମ୍ମିଳନୀ

ମୟୂରଭଂଜ- -୩/୦୬/୨୨ (ମସିହା) ଭାରତର ଯଶ୍ବଷୀ ପ୍ରଧାନମନ୍ତ୍ରୀ ଦିର୍ଘ ୮ ବର୍ଷ ହେଲା ଭାରତବାସୀଙ୍କୁ ସେବା,ସୁଶାନ ଓ ବହୁ ଗରୀବ କଲ୍ୟାଣ ଯୋଜନା କରି ଦେଶକୁ ଏକ ସଶକ୍ତ ,ସମୃଦ୍ଧି ଶାଳୀ ଓ ବିଶ୍ବ ଦରବାରରେ ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି ।ଏବେ ମୋଦିଜୀଙ୍କ ଦିତୀୟ ପାଳିର ତୃତୀୟ ବର୍ଷ ପୂର୍ତ୍ତି ଉପଲକ୍ଷେ ପଶ୍ଚିମ ମୟୂରଭଞ୍ଜ ବିଜେପି ତରଫରୁ ସ୍ଥାନୀୟ କୁଡୁମି ଭବନ ପରିସରରେ ଜିଲ୍ଲା ସଭାପତି ତଥା ରାଇରଙ୍ଗପୁର ବିଧାୟକଙ୍କ ସଭାପତିତ୍ବରେ ଏକଖବରଦା ସମ୍ମିଳନୀ ଆଜି ଅନୁଷ୍ଠିତ ହୋଇଥିଲା ।ଏଥିରେ ମୁଖ୍ୟ ଅତିଥି ଭାବେ ବିଜେପି ରାଜ୍ୟ ସଂପାଦକ ନବୀନ ରାମ,,ଗରିବ କଲ୍ୟାଣ ଜିଲ୍ଲା ସଂଯୋଜକ କୃପାସିନ୍ଧୁ ମହାନ୍ତ, ଯଶିପୁର ବିଧାୟକ ଇଂ ଗଣେଶରମ ସିଂ ଖୁଣ୍ଟିଆ, ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଇଶାନ ମିଶ୍ର,ଜିଲ୍ଲା ପଛୁଆ ବର୍ଗ ସଭାପତି ଘାସିରାମ ସାହୁ, ପଛୁଆ ବର୍ଗ କାର୍ଯ୍ୟ କାରିଣୀ ସଦସ୍ୟ ଚର୍ଚିଲ ମହାନ୍ତ ପ୍ରମୁଖ ଯୋଗ ଦେଇଥିଲେ ।ଜିଲ୍ଲା ସଭାପତି ନବ ଚରଣ ମାଝୀ ମୋଦିଜୀ ଭାରତବାସୀଙ୍କ ଆୟୂଷ୍ମାନ ଯୋଜନା,ଜନଧନ ସଂଚୟ ଖାତା,ଉଜ୍ବଳା ଯୋଜନା, ସୌଭାଗ୍ୟ ଯୋଜନା, ଜଳଶକ୍ତି ଯୋଜନା,ସୀମା ସୁରକ୍ଷା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ପ୍ରଧାନମନ୍ତ୍ରୀ ସଡକ ଯୋଜନା, ପ୍ରଧାନମନ୍ତ୍ରୀ କିଷାନ ବିକାଶ ଯୋଜନା,ଯୋଗ,ଆଇଟି,୧୫ଟିଏମ୍ସ,୨୦୦ ଟି ସରକାରୀ ମେଡିକାଲ କଲେଜ ,ଅଟଳ ବିହାରୀ ପେନସନ ଯୋଜନା,ସୁକନ୍ୟା ଯୋଜନା,ରାମ ମନ୍ଦିର ନିର୍ମାଣ,ତିନି ତଲାକ ବିଲ୍ ପାଶ କରି ମୁସଲିମ ମହିଳାଙ୍କୁ ସୁରକ୍ଷା ଭଳି ଐତିହାସିକ ପଦକ୍ଷେପ ନିଆଯାଇଛି । ମୋଦୀଜୀଙ୍କ ଏହି ଗରୀବ କଲ୍ୟାଣ ଯୋଜନାକୁ ଘରେ ଘରେ ଲୋକମାନଙ୍କୁ ଅବଗତ ଓ ସଚେତନ କରାଇବା ପାଇଁ ଦଳ ପକ୍ଷରୁ ଜୁନ ପହିଲାରୁ ଜୁନ ୧୫ ପର୍ଯ୍ୟନ୍ତ ଦଳର କୃଷକ ମୋର୍ଚା,ଏସସି ମୋର୍ଚା,ଏସଟି ମୋର୍ଚା,ମହିଳା ମୋର୍ଚା,ଏବଂ ଯୁବ ମୋର୍ଚ୍ଚାର କର୍ମୀ ଓ ନେତୃବୃନ୍ଦଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଜିଲ୍ଲା ସଭାପତି ଖବରଦାତା ସମ୍ମିଳନୀରେ ବକ୍ତବ୍ୟ ଉପସ୍ଥାପନ ରଖିଥିଲେ ।

ମୟୂରଭଂଜ ରୁ ଅକ୍ଷୟ କୁମାର ବିଶ୍ବାଳଙ୍କ ରିପୋର୍ଟ

Related posts

ପିଞ୍ଛାବଣିଆଁ ଗୁରୁକୁଳ ଆଶ୍ରମ ପରିସରରେ ସେବାକାର୍ଯ୍ଯ ଅନୁଷ୍ଠିତ

Sunil Chandra Nayak

ପ୍ରତାପ କେଶରୀ ବେହେରା ଙ୍କ କବିତା ମୋ କାଳିଆ ପ୍ରେମରେ 

Sunil Chandra Nayak

କବିତା ସାହୁ ଙ୍କ କବିତା କୁଆଁର ପୁନେଇ 

Sunil Chandra Nayak

Leave a Comment

error: Content is protected !!