ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସରକାରୀ ଆଇ ଟି ଆଇ ସ୍ଥାନାନ୍ତର କୁ ବିରୋଧ କରି ମିଳିତ ବୈଠକ

ଜୁନାଗଡ଼,୨/୬( ମ ନି ସ ) ଓଡ଼ିଶା ସରକାର ଙ୍କ ତରଫ ରୁ କଳାହାଣ୍ଡି ଜିଲ୍ଲା ଜୁନାଗଡ ସହର ରେ ଅବସ୍ଥିତ ମୋଡେଲ ଡିଗ୍ରୀ କଲେଜ ପରିସର ମଧ୍ୟ ରେ ଏକ ସରକାରୀ ଆଇ ଟି ଆଇ ଏବଂ ସ୍କିଲ ଡେଭଲପମେଣ୍ଟ ସେଣ୍ଟର ପ୍ରତିଷ୍ଠା ନେଇ ପ୍ରସ୍ତାବ ରହିଥିଲା। ହେଲେ ଏହି ଆଇଟିଆଇ ଧର୍ମଗଡ ସହର କୁ ସ୍ଥାନାନ୍ତର କୁ ନେଇ ଓଡ଼ିଶା ସରକାରଙ୍କ ର ସ୍କିଲ ଡେଭଲପମେଣ୍ଟ ଆଣ୍ଡ ଟେକ୍ନିକାଲ ଏଯୁକେସନ ତରଫରୁ କଳାହାଣ୍ଡି ଜିଲ୍ଲାପାଳ ଙ୍କୁ ଏକ ଚିଠି ହୋଇଥିଲା। ପୁଣି ଏହାକୁ ପୁନଃ ବିଚାର କରି ଧର୍ମଗଡ ସହର ରେ ସ୍ଥାପନ ପାଇଁ ଏହାର ଭୂମି ଚିହ୍ନଟ ପାଇଁ ନିର୍ଦ୍ଦେଶ ହୋଇଛି। ସ୍ଥାନୀୟ ଆରଏମସି ସଭାଗୃହ ଠାରେ ଜୁନାଗଡ ର ବିଭିନ୍ନ ସଂଗଠନ ଓ ବୁଦ୍ଧିଜୀବୀ ମାନେ ଏକ ଜରୁରୀ ବୈଠକ କରି ତୀବ୍ର ବିରୋଧ କରିଥିଲେ l ଏଥିନେଇ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇ ମତ ପ୍ରକାଶ ପାଇଥିଲା ଯେ ଜୁନାଗଡ କଳାହାଣ୍ଡି ର କେନ୍ଦ୍ର ସ୍ଥଳ ରେ ଅବସ୍ଥିତ ଏବ୍ଂ ଏହା ଜିଲ୍ଲା ର ଅର୍ଥନୈତିକ କେନ୍ଦ୍ର ଅଟେ l ଏଠାରେ ସମସ୍ତ୍ମ ଭିତି ଭୂମି ରହିଥିବା ରୁ ଏହି ପ୍ରସ୍ତାବିତ ସରକାରୀ ଆଇ ଟି ଆଇ ର ପୂର୍ଣ୍ଣ ଆବଶ୍ୟକତା ରହିଚି l ଏବ୍ଂ ଏହି ପରିପେକ୍ଷୀରେ ଜୁନାଗଡ ମଡେଲ ଡିଗ୍ରୀ କଲେଜ ପରିସର ମଧ୍ୟରେ ଓଡିଶା ସିଲ୍କ ଡେଭଲପମେଣ୍ଟ ଏବ୍ଂ ଟେକ୍ନିକାଲ ଏଡୁକେସନ୍ରେ ଡିପାର୍ଟମେଣ୍ଟ ତରଫ ରୁ ଏହା ପ୍ରତିଷ୍ଠା ପାଇଁ କଳାହାଣ୍ଡି ଜିଲ୍ଲାପାଳ ଙ୍କୁ ଏହାର ରିପୋର୍ଟ ପାଇଁ ଉକ୍ତ ବିଭାଗ ପକ୍ଷରୁ ଚିଠି କରାଯାଇଛି l ହେଲେ ପୁଣି ଥରେ ଏକ ଚିଠି ଧର୍ମଗଡ଼ ଠାରେ ପ୍ରତିଷ୍ଠା ପାଇଁ କରାଯିବା ଜୁନାଗଡ ପ୍ରତି ସମ୍ପୂର୍ଣ୍ଣ ଉପେକ୍ଷା ଏବ୍ଂ ଦୁର୍ଭାଗ୍ୟ ଜନକ ବୋଲି ଉକ୍ତ ବୈଠକରେ ସମସ୍ତ ସଂଗଠନ ର କର୍ମକର୍ତ୍ତା ଅସନ୍ତୋଷ ପ୍ରକାଶ କରିଥିଲେ l ଯଦିଓ ଏହି ଆଇ ଟି ଆଇ ଜୁନାଗଡ ଠାରୁ ଅନ୍ୟତ୍ର ସ୍ଥାନାନ୍ତରିତ ହୁଏ ତାହା ହେଲେ ସମସ୍ତ ସଂଗଠନ ରାଜ ରାସ୍ତା କୁ ଉଲ୍ହାଇବେ ବୋଲି ଚରମ ଚେତାବନୀ ଦେଇଛନ୍ତି l

ଜୁନାଗଡ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ ।

Related posts

ଜବାହର ଉଚ୍ଚ ବିଦ୍ୟାଳୟ ପରିଚାଳନା କମିଟିର ସାଧାରଣ ବୈଠକ ଅନୁଷ୍ଠିତ

Sunil Chandra Nayak

ଐତିହାସିକ ଗବେଷକଙ୍କ ଐତିହାସିକ କ୍ଷେତ୍ର ପରିଦର୍ଶନ

Sunil Chandra Nayak

ଶ୍ରୀମଦ୍ ଗୀତାର ନବମ ଅଧ୍ଯାୟର ସାରକଥା-୯

Leave a Comment

error: Content is protected !!