ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଡାକ୍ତର ଋତୁପୂର୍ଣ୍ଣା ଶିବାନୀ ଦଣ୍ଡସେନା ଙ୍କ ପ୍ରୟାସ ରେ 20 ଜଣ ଛାତ୍ରୀ ଙ୍କୁ ସୋଲାର ଲାଇଟ ବଣ୍ଟନ

ନୂଆପଡା ଜିଲ୍ଲା ଖଡିଆଳ ବ୍ଲକ କେନ୍ଦୁପାଟୀ ଗ୍ରାମ ପଂଚାୟତ, ଲାଞ୍ଜି ଗ୍ରାମ ପଂଚାୟତ ଓ ବିରିଘାଟ ଗ୍ରାମ ପଂଚାୟତ ରେ ପାଠ ପଢ଼ୁଥିବା 20 ଜଣ ଛାତ୍ରୀ ମାନଙ୍କୁ ଡାକ୍ତର ଋତୁପୂର୍ଣ୍ଣା ଶିବାନୀ ଦଣ୍ଡସେନା ଙ୍କ ପ୍ରୟାସ ରେ ସୋଲାର ଲାଇଟ ମାଗଣା ରେ ବଣ୍ଟନ ବକରାଯାଇଥିଲା । ବର୍ତ୍ତମାନ ତାଙ୍କ ଦ୍ବାରା ପରିଚାଳିତ ପ୍ରକଳ୍ପ ଜିଜ୍ଞାସା ଓ ହାଇଦ୍ରାବାଦ ର ଅଦିତି ସୋଲାର କମ୍ପାନୀ ମିଶି ଅବହେଳିତ ଗରିବ ଝିଅ ମାନଙ୍କୁ ପାଠ ପଢିବା ପାଇଁ ସୋଲାର ଲାଇଟ ବଣ୍ଟନ କରୁଛନ୍ତି । ଡାକ୍ତର କରୋନା ମହାମାରୀ ସମୟରେ ଭୁବନେଶ୍ବର ସହର ର ପାଖାପାଖ୍ ଅଂଚଳ କୁ ଯାଇ ଗରିବ ପାଠୁଆ ଝିଅ ମାନଙ୍କୁ ମାଗଣା ରେ ସ୍ଟାଟ ଫୋନ ପ୍ରଦାନ କରି ଅନଲାଇନ କ୍ଳାସ କରି ସାହାଯ୍ୟ କରିଥିଲେ । ସେହି ସମୟରେ ସାରା ଓଡ଼ିଶାରେ ତାଙ୍କର ପ୍ରୟାସ ବେଶ ପ୍ରଶଂସିତ ହୋଇଥିଲା । ଡାକ୍ତର ରୁତୁପୁର୍ଣ୍ଣା ବର୍ତମାନ ଭୁବନେଶ୍ବର ସ୍ଥିତ ଆଇସିଏମଆର ରେ ଏମପିଏଚ ଅଧ୍ୟୟନ ରତ । ଏହି ଡାନ୍ତିଷ୍ଟ ଯୁବା ଡାକ୍ତର ଋତୁପୂର୍ଣ୍ଣା ଏହିପରି ସାମାଜିକ କାର୍ଯ୍ୟ ପାଇଁ ହରିୟାଣା ରାଜ୍ୟ ରୁ ତେଜସ୍ବନୀ ସମ୍ମାନ ରେ ସମ୍ମାନିତ ହୋଇଛନ୍ତି । ସୂଚନା ଥାଉଁ ସେ ଚଳିତ ବର୍ଷର ସମ୍ମାନସ୍ପଦ ଫେମିନା ମିସ ଇଣ୍ଡିଆ ରେ ଓଡ଼ିଶାର ଟପ ୫ ରେ ସ୍ଥାନ ପାଇଛନ୍ତି । ସେ ନୂଆପଡା ଜିଲ୍ଲା ଖଡିଆଳ ସହରର ଇଂ ସୁନୀଳ କୁମାର ଦଣ୍ଡସେନା ଓ ରଶ୍ମିତା ଦଣ୍ଡସେନା ଙ୍କ ଝିଅ ଅଟନ୍ତି । ରବିବାର ଖଡିଆଳ ବ୍ଲକ ତିନୋଟି ପଂଚାୟତ ର ୨୦ ଜଣ ଛାତ୍ରୀ ଙ୍କୁ ସୋଲାର ଲାଇଟ ବଣ୍ଟନ ସମୟରେ ଖଡ଼ିଆଳ ପାଟଣା କ୍ଷତ୍ରିୟ ସାମାଜ ର ପୂର୍ବତନ କୁଳପତି ତଥା ବର୍ତ୍ତମାନର ବରିଷ୍ଠ ପରାମର୍ଶ ଦାତା ଜିତେନ୍ଦ୍ର ସିଂହ ବାରିକ, କେନ୍ଦୁପାଟୀ ସରପଂଚ ଚନ୍ଦ୍ରକୁମାର ଷଣ୍ଢ, ସମିତି ସଭ୍ୟ ବିଣାପାଣୀ ନାୟକ ଉପସ୍ଥିତ ଥିଲେ ।ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

କାର ଦୁର୍ଘଟଣାରେ ମୃତକଙ୍କ ପରିବାରଙ୍କୁ ଭେଟିଲେ ସାଂସଦ ରମେଶ ମାଝୀ 

Sunil Chandra Nayak

କୃଷି ଅଧିକାରୀଙ୍କ କ୍ଷେତ୍ର ପରିଦର୍ଶନ

Sunil Chandra Nayak

ଭିଜିଲାନ୍ସ ସଚେତନତା ଶୋଭାଯାତ୍ରା ଓ ସଭା

Sunil Chandra Nayak

Leave a Comment

error: Content is protected !!