ନୂଆପଡ଼ା -: ସ୍କୁଲ ରୂପାନ୍ତର ର ଦ୍ଵିତୀୟ ପର୍ଯ୍ୟାୟର ତୃତୀୟ ଦିନରେ ରାଜ୍ୟର ପାଞ୍ଚଟି ଜିଲ୍ଲାର ୫୩୧ଟି ସ୍କୁଲର ରୂପାନ୍ତରିତ ଲୋକାର୍ପିତ ହୋଇଯାଇଛି । ସେହିପରି ନୂଆପଡ଼ା ଜିଲ୍ଲାର ବୋଡ଼େନ ବ୍ଲକ ଅନ୍ତର୍ଗତ ଲର୍କା ସରକାରୀ ଉଚ୍ଚ ବିଦ୍ୟାଳୟ ରୂପାନ୍ତର ର ଶୁଭ ଲୋକାର୍ପିତ ହୋଇଯାଇଛି । ଏହି ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ 5T ସଚିବ ବିକେ ପାଣ୍ଡିଆନ ନୂଆପଡ଼ାର ୪୫ଟି ସ୍କୁଲ ର ସମୁଁହ ଲୋକାର୍ପିତ କରିଥିଲେ ।ବିଦ୍ୟାଳୟ ମାନଙ୍କରେ 5T ରୂପାନ୍ତରିତ ହେବା ଦ୍ଵାରା ବିଦ୍ୟାଳୟମାନଙ୍କର କି କି ଉପକାରିତା ମିଳିବ ସେ ବିଷୟରେ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଛାତ୍ରଛାତ୍ରୀ ମାନଙ୍କ ସହିତ ସିଧାସଳଖ କଥା ହୋଇଥିଲେ । ଏହି ଶୁଭ ଲୋକାର୍ପିତ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ସ୍ଥାନୀୟ ସରପଞ୍ଚ ଜୟଶ୍ରୀ ପଟେଲ, ସମ୍ମାନିତ ଅତିଥି ଭାବରେ ସମିତି ସଭ୍ୟ ଅମିତ୍ ସିଂ ଦେଓ ,ସଂସ୍କୃତ ଶିକ୍ଷକ ଗୋଲକ ଚନ୍ଦ୍ର ତ୍ରିପାଠୀ ,ସ୍କୁଲ ଚେୟାରମ୍ୟାନ ବୈଷ୍ଣବ ପଟ୍ଟନାୟକ ,ସମସ୍ତ ଶିକ୍ଷକ,ସ୍କୁଲ କର୍ମଚାରୀ ,ଛାତ୍ରଛାତ୍ରୀ ,ତଥା ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । ସ୍କୁଲ ରୂପାନ୍ତର ହେଲା କିନ୍ତୁ ସ୍କୁଲରେ ବହୁତ ଛାତ୍ରଛାତ୍ରୀ ଥିବା ଯୋଗୁଁ ଜାଗା ତଥା ଶ୍ରେଣୀ ଗୃହ ଅଭାବ ଥିବାରୁ ଛାତ୍ରଛାତ୍ରୀ ମାନେ ଅସନ୍ତୁଷ୍ଟ ବ୍ୟକ୍ତିକରି ପ୍ରଧାନମନ୍ତ୍ରୀ ଓ 5T ସଚିବଙ୍କ ଉଦେଶ୍ଵରେ ମତ ରଖିଥିଲେ ଓ ଏହା ପୁରଣହେଲେ ବହୁତ ଖୁସିହେବୁ ବୋଲି କହିଥିଲେ । ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ
next post