ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜୟ କୁମାର ମିଶ୍ର ଙ୍କ କବିତା ନିଜେ ଭଲ ତ, ଦୁନିଆଁ ଭଲ 

ନିଜେ ଭଲ ତ, ଦୁନିଆଁ ଭଲ 

 

ଜୟ କୁମାର ମିଶ୍ର, ବୁଦୁରା, ଗଜପତି 

 

ନିଜେ ଭଲହୁଅ,ଅନ୍ୟକୁ ବତାଅ

ବୃଥା ବାହାଦୁରୀ ଛାଡ, 

କହିବା ସହଜ, କରିବା ଦୁରୁହ 

ପଥେ ସମସ୍ୟାର ଝଡ଼ ll

କଥା ଆଉ କାମ, ବ୍ୟବଧାନ, ଶ୍ରମ 

କେତେ ଯେ ସମସ୍ୟା ଭରା 

କଥା କୁହାଳିଆ, କଥାରେ ମେଳିଆ 

କାହୁଁ ଜାଣିବଟି ପରା?? ll

ବନ୍ଧ୍ୟାଟି ଜାଣେନା, ପ୍ରସବ ବେଦନା

ସନ୍ତାନ ଜଂଜାଳ କଥା, 

ଗଣ୍ଡିକୁ ବଢ଼ାଇ, କଥା କହିକହି 

ସମୟ କରଇ ବୃଥା ll

ଜାଣେ ଅନୁଭବୀ,ଅନୁଭୂତି ଛବି 

ତିକ୍ତ ଓ ମଧୁର ସ୍ୱାଦ ,

ଅନୁଭୂତି ବିନା, କେହି ବି ଜାଣେନା 

ଦୁରୁହ,ଦୁଃସହ ଭେଦ ll

ନିଜଠାରୁ ଶୁଭ, ହେଉଟି ପ୍ରାରମ୍ଭ 

ସଂସ୍କାର, ସଭ୍ୟତା କାମ, 

ହୁଅ ହେ ପ୍ରବାଦ, ହୁଅ କିମ୍ୱଦନ୍ତି 

ପଡୁ ମୂଳଦୁଆ ଶ୍ରମ ll

ମହା ପୁରୁଷଏଁ, ସୁକ୍ଷାତିକୁ ପାଏ 

କାମ, ଶ୍ରମ ଦାନ କରି, 

ଇତିହାସ ଆଜି, ନିତ୍ୟ ତାଙ୍କୁ ଭଜି 

ପୂଜ୍ୟପୂଜା ଦିଏ ସ୍ମରି ll

ଘରକୋଣେ ବସି, ସ୍ମିତହସ, ହସି 

କହିବା ସହଜ ଜାଣ,  

ପିଣ୍ଡା ପଣ୍ଡିତଙ୍କ ସହଜ ପ୍ରମୁଖ 

ସମାଲୋଚନାର ବାଣ ll

ଦୃଢ଼ ମନଜ୍ଞାନେ, ତ୍ୟାଗ, ଅବଦାନେ

କାମଟି କହିବ କଥା, 

ହୋଇବ ମହାନ, ପାଇବ, ସମ୍ମାନ 

ନଇଁବ, ସବୁରି ମଥା ll

ବୃଥା କଥାନଥା, ସେତ ମୁଣ୍ଡବ୍ୟଥା  

ଅଯଥା ଇଜ୍ଜତ ହାନି, 

କଥାରେ ଦୁନିଆଁ, ବିକାଶକୁ ଛୁଆଁ 

କେବେବିତ କରିବନି ll

ନିଜେ ଭଲ ହୁଅ, ଆଦର୍ଶକୁ ଥୁଅ

କିଣି ଜିଣି ନିଅ ମନ, 

ଦେବ ସେ ପ୍ରେରଣା,ବତାଇ ଠିକଣା 

ବିଶୁଦ୍ଧ କରିବ ଜ୍ଞାନ ll

ପାଞ୍ଚ ଆଙ୍ଗୁଠିଟି, ନୁହଁଇ ସମାନ

ବଡ଼ ସାନ ବିଦ୍ଧି ସୃଷ୍ଟି, 

ଐଶ୍ୱରିକ ଶକ୍ତି, ନିଏ ଡାକି ଡାକି 

ବୁଦ୍ଧି କରେ ଛୋଟ ବଡ଼, 

ଅନ୍ତର ଚେତନା, ନିମନ୍ତ୍ରଣ ବିନା 

ଶକତି ହୁଅଇ ଜଡ଼ ll

ଯାହାକୁ ଯାହାଟି, କରିଛି ଦଇବ 

ଭଲ ମନ୍ଦ କାମ ପାଇଁ 

ଗ୍ରାମ ଶୁକରଟି, ହେବନାହିଁ ଗାଈ 

କିମ୍ପା ବୃଥା ହାଇଁଫାଇ ll

 

ଜୟ କୁମାର ମିଶ୍ର, ଗ୍ରାମ-ବୁଦୁରା 
ଡାକ-ଗୋରି ବନ୍ଧା, ମାଧ୍ଯମ-କାଶୀନଗର, ଜିଲ୍ଲା-ଗଜପତି 
ଓଡିଶା, 761206

Related posts

ମସୀହା ର ସାହିତ୍ୟ ଅଗଣା ପକ୍ଷରୁ ଅନୁଷ୍ଟିତ ପ୍ରତିଯୋଗିତା ରେ ଶ୍ରେଷ୍ଟ ବିବେଚିତ କବୟତ୍ରୀ ପୂଜା ରାଣୀ ନାୟକ, ବଖାଣପୁର ,ଯାଜପୁର       ଙ୍କୁ ସୁନୀଲ ଚନ୍ଦ୍ର ନାୟକ,ସଂପାଦକ, ମସୀହା ଓ ପ୍ରଫୁଲ୍ଲ ଚନ୍ଦ୍ର ପାଢ଼ୀ, ସଂଯୋଜକ,ସାହିତ୍ୟ ଅଗଣା ଙ୍କ ଦ୍ଵାରା ଡିଜିଟାଲ ମାନପତ୍ର ପ୍ରଦାନ

ଜିଲ୍ଲା ମୁଖ୍ୟ ଚିକତ୍ସାଳୟ ସଭାଗୃହରେ ରକ୍ତଦାତା ଦିବସ ପାଳିତ 

Sunil Chandra Nayak

ଯୁଗଯାତ୍ରୀ ସାହିତ୍ୟ ସଂସଦର ଗଙ୍ଗାଧର ମେହେର ଜୟନ୍ତୀ : ଗଙ୍ଗାଧର ସାହିତ୍ୟ ରେ ଶୃଙ୍ଖଳିତ ସମାଜ ଓ ଆଦର୍ଶ ରାଷ୍ଟ୍ର ଗଠନ ସନ୍ଦେଶ ରହିଛି

Sunil Chandra Nayak

Leave a Comment

error: Content is protected !!