ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପେଟ୍ରୋଲ୍‌ରେ ମିଶୁଛି ୧୦% ଇଥାନଲ୍‌: ୫ ମାସ ଆଗରୁ ଲକ୍ଷ୍ୟ ହାସଲ, ୪୧,୦୦୦ କୋଟି ବିଦେଶୀ ମୁଦ୍ରା ସଞ୍ଚୟ

ପେଟ୍ରୋଲ୍‌ରେ ୧୦% ଇଥାନଲ୍‌ ମିଶ୍ରଣ ଲାଗି କେନ୍ଦ୍ର ସରକାର ଯେଉଁ ଲକ୍ଷ୍ୟ ଧାର୍ଯ୍ୟ କରିଥିଲେ ତାହା ନିର୍ଧାରିତ ସମୟର ୫ ମାସ ପୂର୍ବରୁ ହାସଲ ହୋଇଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ଏହା ଦ୍ବାରା ବିପୁଳ ଅଙ୍ଗାରକାମ୍ଳ ଗ୍ୟାସ୍‌ ନିର୍ଗମନକୁ ରୋକାଯାଇଥିବା ବେଳେ ୪୧ ହଜାର କୋଟି ଟଙ୍କାର ବିଦେଶୀ ମୁଦ୍ରା ସଞ୍ଚୟ ହୋଇପାରିଛି। ପେଟ୍ରୋଲ୍‌ରେ ଇଥାନଲ୍‌ ଅଧିକ ମାତ୍ରାରେ ମିଶିବା ଯୋଗୁଁ ଚାଷୀମାନେ ଗତ ୮ ବର୍ଷରେ ୪୦,୬୦୦ କୋଟି ଟଙ୍କା ଆୟ କରିଛନ୍ତି। ପ୍ରଧାନମନ୍ତ୍ରୀ ଏହା ମଧ୍ୟ ଘୋଷଣା କରିଛନ୍ତି ଯେ ଅଣ ଜୀବାଶ୍ମ ଇନ୍ଧନରୁ ୪୦% ବିଦ୍ୟୁତ ଉତ୍ପାଦନ ଲାଗି ବ୍ୟବସ୍ଥା ସ୍ଥାପନ କରିବାର ଯେଉଁ ଲକ୍ଷ୍ୟ ରଖାଯାଇଥିଲା ତାହା ନିର୍ଧାରିତ ସମୟର ୯ ବର୍ଷ ପୂର୍ବରୁ ହାସଲ ହୋଇପାରିଛି।

ଗତ ଜୁନ୍‌ରେ ପ୍ରଧାନମନ୍ତ୍ରୀ ମୋଦୀ ଇଥାନଲ୍‌ ମିଶ୍ରଣର ନୂତନ ରୋଡ୍‌ମ୍ୟାପ୍ ଜାରି କରି ପେଟ୍ରୋଲ୍‌ରେ ୨୦% ଇଥାନଲ୍‌ ମିଶ୍ରଣ ଲକ୍ଷ୍ୟକୁ ୫ ବର୍ଷ ଆଗୁଆ ହାସଲ କରିବାକୁ ଘୋଷଣା କରିଥିଲେ। ପ୍ରାରମ୍ଭିକ ପର୍ଯ୍ୟାୟରେ ୨୦୩୦ ସୁଦ୍ଧା ଏହି ଲକ୍ଷ୍ୟ ହାସଲ କରିବାକୁ କୁହାଯାଇଥିଲା। ସେଥିରେ ପରିବର୍ତ୍ତନ କରି ୨୦୨୫-୨୬ ସୁଦ୍ଧା ଲକ୍ଷ୍ୟ ହାସଲ କରିବାକୁ ଏବେ ଆହ୍ବାନ ଦିଆଯାଇଛି। ୨୦୧୪ରେ ପେଟ୍ରୋଲ୍‌ରେ ୨% ଇଥାନଲ୍ ମିଶାଯାଉଥିଲା। ଏବେ ତାହା ୧୦%ରେ ପହଞ୍ଚିପାରିଛି। ତୈଳ ଆମଦାନି ହ୍ରାସ କରିବା ଲାଗି ସରକାର ୨୦୧୮ରେ ଜାତୀୟ ବାୟୋଫୁଏଲ୍‌ ନୀତି ଘୋଷଣା କରିଥିଲେ ଯେଉଁଥିରେ ବାୟୋ ଇଥାନଲ୍‌, ବାୟୋ ଡିଜେଲ୍ ଓ ବାୟୋ ସିଏନ୍‌ଜି ଉପରେ ଗୁରୁତ୍ବ ଦିଆଯାଇଥିଲା ଓ ଇଥାନଲ୍ ମିଶ୍ରଣ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା।

ନିକଟ‌ରେ ନିତି ଆୟୋଗ ପକ୍ଷରୁ ଏକ ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ ୨୦୨୫ ସୁଦ୍ଧା ୨୦% ଇଥାନଲ୍ ମିଶ୍ରଣ ଲକ୍ଷ୍ୟ ହାସଲ ହେଲେ ତାହାର ଜବରଦସ୍ତ ଲାଭ ମିଳିବ। ପ୍ରତିବର୍ଷ ତେଲ ଆମଦାନିରେ ଖର୍ଚ୍ଚ ହେଉଥିବା ୩୦,୦୦୦ କୋଟି ଟଙ୍କା ସଞ୍ଚୟ ହେବ, ଅଙ୍ଗାରକାମ୍ଳ ନିର୍ଗମନ ହ୍ରାସ ପାଇବ, ବାୟୁ ମାନରେ ଉନ୍ନତି ହେବ, ଶକ୍ତି ସୁରକ୍ଷା ବଢ଼ିବ ଓ ଭାରତ ଆତ୍ମନିର୍ଭରଶୀଳ ହେବା ସହ ଚାଷୀଙ୍କ ଆୟ ମଧ୍ୟ ବଢ଼ିବ। କେନ୍ଦ୍ର ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରାଳୟ ତଥ୍ୟ ଅନୁଯାୟୀ ୨୦୨୨ ମାର୍ଚ୍ଚ ୧୩ ସୁଦ୍ଧା ପେଟ୍ରୋଲ୍‌ରେ ୯.୪୫% ଇଥାନଲ୍ ମିଶ୍ରଣ ଲକ୍ଷ୍ୟ ହାସଲ ହୋଇଥିଲା।

ଵିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ବ୍ରହ୍ମ କୁମାର ସାରଙ୍ଗ ଧର ନାୟକ ଙ୍କ ‘ଅମରଗାଥା’ ପୁସ୍ତକ ଉନ୍ମୋଚନ

Sunil Chandra Nayak

ଧର୍ମଗଡ ବ୍ଲକ ରେ ମିଶନ ଶକ୍ତି ଋଣ ମେଳା

Sunil Chandra Nayak

ଶ୍ରାବଣ ସୋମବାର ରେ ଶୈବ ଭକ୍ତଙ୍କ ମନ୍ଦିରଗୁଡିକରେ ଭିଡ ଜମୁଛି

Sunil Chandra Nayak

Leave a Comment

error: Content is protected !!