ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଢେଙ୍କାନାଳ ଥିଙ୍କର୍ସ ଫୋରମ ର କାର୍ଯ୍ୟ ପ୍ରଶଂସନୀୟ ଏବଂ ଅଭିନନ୍ଦନୀୟ -ମହିମା ସନ୍ୟାସୀ ବାବା ଦୀନବନ୍ଧୁ ଦାସ

ଢେଙ୍କାନାଳ :୦୬/୦୬/୨୦୨୨ ଗତ କାଲି ଢେଙ୍କାନାଳ ଥିଙ୍କର୍ସ ଫୋରମ ର ସମସ୍ତ କାର୍ଯ୍ୟକାରିଣୀ ସଦସ୍ୟ ଫୋରମ ର ସଭାପତି ଶ୍ରୀଯୁକ୍ତ ସୋମେନ୍ଦୁ ଶତପଥୀ ଙ୍କ ନେତୃତ୍ୱ ରେ ବିଶ୍ୱ ପ୍ରସିଦ୍ଧ ମହିମା ପୀଠ ଯୋରନ୍ଦା ଏବଂ ନାଟିମା ବଜାର ରେ ଭାଷା ଭିତ୍ତିକ କାର୍ଯ୍ୟକ୍ରମ କରି ଓଡ଼ିଆ ରେ ନାମ ଫଳକ ଲେଖିଥିବା;ସେ ଅଞ୍ଚଳ ର ବ୍ୟବସାୟ ପ୍ରତିଷ୍ଠାନ ଗୁଡିକୁ ଫୋରମ ର ପ୍ରଶଂସା ପତ୍ର ବଣ୍ଟନ କରିଥିଲେ |ଉକ୍ତ କାର୍ଯ୍ୟକ୍ରମ ରେ ମୁଗ୍ଧ ହୋଇ ସ୍ଥାନୀୟ ସାମ୍ବାଦିକ ଶ୍ରୀ ଆନନ୍ଦ ଚନ୍ଦ୍ର ମହାନ୍ତି, ଆଇନଜୀବୀ କିଶୋର ନାୟକ, ସମାଜ ସେବୀ ଅଶୋକ ରାଉତ, ନଳିନୀ କାନ୍ତ ଶତପଥୀ ଏବଂ ଅମ୍ବିକା ପ୍ରସାଦ ମିଶ୍ର ସହୃଦୟତାର ସହ ସକ୍ରିୟ ସହଯୋଗ କରିଥିଲେ |

ଫୋରମ ର ସଦସ୍ୟ ମାନେ ସାମ୍ବାଦିକ ଶ୍ରୀ ଆନନ୍ଦ ଚନ୍ଦ୍ର ମହାନ୍ତି ଙ୍କ ଆଗ୍ରହ କ୍ରମେ ସ୍ଥାନୀୟ ମହିମା ପୀଠ ରେ ପ୍ରସାଦ ସେବନ କରି ବାବା ଦୀନବନ୍ଧୁ ଦାସ ଙ୍କ ଆଶୀର୍ବାଦ ଭିକ୍ଷା କରିବା ସମୟ ରେ ବାବା ଦୀନବନ୍ଧୁ ଦାସ ଢେଙ୍କାନାଳ ଥିଙ୍କର୍ସ ଫୋରମ ର କାର୍ଯ୍ୟକ୍ରମ ବିଷୟରେ ରେ ଶୁଣି ଖୁସି ବ୍ୟକ୍ତ କରିବା ସହ ଉକ୍ତ ଫୋରମ ର ଭାଷା ଆନ୍ଦୋଳନ ଏବଂ ଢେଙ୍କା ଶବର ଙ୍କୁ ସମ୍ମାନ ପାଇଁ ଉଦ୍ୟମ କୁ ଭୁୟସୀ ପ୍ରଶଂସା କରି ଏହି ପରି କାର୍ଯ୍ୟ ବାସ୍ତବ ରେ ଅଭିନନ୍ଦନୀୟ ବୋଲି ପ୍ରକାଶ କରି ଫୋରମ ଉତ୍ତରୋତ୍ତର ଉନ୍ନତି କାମନା କରି ଆଶୀର୍ବାଦ ପ୍ରଦାନ କରିଥିଲେ |ପରେ ପରେ ବେଲଟିକିରି ଗ୍ରାମ ପଞ୍ଚାୟତ ର ସରପଞ୍ଚ ଶ୍ରୀଯୁକ୍ତ ବଳଭଦ୍ର ସାମଲ ଏବଂ ଉକ୍ତ ପଞ୍ଚାୟତ ର ଶ୍ରୀଯୁକ୍ତ ବିଜୟ କୁମାର ପଟ୍ଟନାୟକ, ଶ୍ରୀଯୁକ୍ତ ପ୍ରଦୀପ ଦାସ, ଶ୍ରୀଯୁକ୍ତ ସତ୍ୟ ନାରାୟଣ ମିଶ୍ର, ଶ୍ରୀଯୁକ୍ତ ବିଷ୍ଣୁ ଚରଣ ସାହୁ ଙ୍କ ସମେତ ଅନେକ ମାନ୍ୟ ଗଣ୍ୟ ବ୍ୟକ୍ତି ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଫୋରମ ର ସମସ୍ତ କର୍ମକର୍ତ୍ତା ଙ୍କୁ ସ୍ୱାଗତ କରି ଏକ ସୌଜନ୍ୟ ମୂଳକ ବୈଠକ ର ଆୟୋଜନ କରି ଫୋରମ ର କାର୍ଯ୍ୟକ୍ରମ କୁ ପ୍ରଶଂସା କରିବା ସହ ଭବିଷ୍ୟତ ରେ ଫୋରମ ର କାର୍ଯ୍ୟକ୍ରମ କୁ ସକ୍ରିୟ ଭାବେ ସହଯୋଗ କରିବାକୁ ସ୍ୱୀକୃତି ଦେଇ ସଦସ୍ୟ ମାନଙ୍କୁ ଉତ୍ସାହିତ କରିଥିଲେ |

ଏହି କାର୍ଯ୍ୟକ୍ରମ ରେ ଫୋରମ ର ସଭାପତି ଙ୍କ ସମେତ ସମ୍ପାଦକ ପ୍ରକାଶ ଚନ୍ଦ୍ର ରାଉତ, କୋଷାଧକ୍ଷ ବୈକୁଣ୍ଠ ବିହାରୀ ଦ୍ବିବେଦୀ, ସାଙ୍ଗଠନିକ ସମ୍ପାଦକ ବିଶ୍ୱଜିତ ବରାଳ, ବରିଷ୍ଠ ସଦସ୍ୟ ଶ୍ରୀଯୁକ୍ତ ସୁଶୀଲ କୁମାର ନନ୍ଦ, ବିବେକାନନ୍ଦ ଷଡ଼ଙ୍ଗୀ, ବିନୋଦ ବିହାରୀ ମଲ୍ଲିକ, ପ୍ରସାର ପ୍ରମୁଖ ଭୋଜ ରାଜ ସାହୁ, ଅବିନାଶ ପଟ୍ଟନାୟକ ଏବଂ କିଶୋର ସଦସ୍ୟ ଉରଜିତ ଶତପଥୀ ଯୋଗ ଦେଇ ସମସ୍ତ କାର୍ଯ୍ୟ କୁ ସଫଳ କରେଇଥିଲେ ।

ଢେଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀଙ୍କ ରିପୋର୍ଟ୍

Related posts

ଶତାୟୁ,ବ୍ରଜନାଥ ବଡ଼ଜେନା ସରକାରୀ ଉଚ୍ଚ ବିଦ୍ୟାଳୟ, ଢେଙ୍କାନାଳ ପରିସରରେ ” ପୁଣ୍ୟାତ୍ମା ଗୋପବନ୍ଧୁ ପୁସ୍ତକ ” ବଣ୍ଟନ ଓ ଆଲୋଚନାଚକ୍ର ଅନୁଷ୍ଠିତ 

Sunil Chandra Nayak

ସଲଣ୍ଡିଆମୁଣ୍ଡା ରେ ଗଜଲକ୍ଷ୍ମୀ ପୂଜା

Sunil Chandra Nayak

ମ, ରାମପୁର କୁ ରାଜସ୍ବ ଉପଖଣ୍ଡ ମାନ୍ୟତା ଦାବୀରେ ଆଦିବାସୀ ମିଳିତ ସଂଗ୍ରାମ ମଞ୍ଚ ର ଦାବୀ ପତ୍ର ପ୍ରଦାନ

Sunil Chandra Nayak

Leave a Comment

error: Content is protected !!