ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କୁକୁର ପଲ ଆକ୍ରମଣରେ ୨୦ ମେଣ୍ଢା ମୃତ

କୋକସରା,୬ା୬- ( ମ ନି ସ ) କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଗମ୍ଭାରିଗୁଡା ଗ୍ରାମରେ ୨୦ଟି ମେଣ୍ଢା ଚରୁଥିବା ବେଳେ ଆଜି କୁକୁର ପଲ ଆକ୍ରମଣ କରି ମାରି ଦେଇଥିବା ଜଣାପଡିଛି । ସୂଚନା ଅନୁସାରେ, ସୋମବାର ସକାଳେ ଗମ୍ଭାରିଗୁଡା ଗ୍ରାମର ମେଣ୍ଢା ଚରାଳି ସୋମେଶ୍ୱର ଶବର ପ୍ରତି ଦିନ ଭଳି ନିଜ ମେଣ୍ଢା ସହିତ ଗ୍ରାମର ମେଣ୍ଢା ଚାଷୀ ବନିତା ଶବର, ଜୟନ୍ତୀ ପଟେଲ ଓ ପ୍ରକାଶ ଶବର ୨୦ ଟି ମେଣ୍ଢା କୁ ସକାଳୁ ଗାଁ ନିକଟସ୍ଥ ଚିଙ୍ଗୁଡ଼ିବନ୍ଧ ପାଖରେ ଚରାଇବାକୁ ନେଇଥିଲେ । ହେଲେ ମେଣ୍ଢା ପଲକୁ ୧୫ ରୁ ୨୦ ଟି ବୁଲା କୁକୁର ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରି ମାରି ଦେଇଥିଲେ । ଏମିତିକି ମେଣ୍ଢା ଚରାଳି ସୋମେଶ୍ୱର ଶବର ଙ୍କୁ ମଧ୍ୟ କୁକୁର ପଲ ଆକ୍ରମଣ କରିବାକୁ ଗୋଡାଇଥିଲେ । ହେଲେ କୌଶଲ କ୍ରମେ ସୋମେଶ୍ୱର ଜମି ହୁଡାରେ ଥିବା ଏକ ଗଛରେ ଚଢି ଯାଇ ନିଜ ଜୀବନ ରକ୍ଷା କରିଥିଲେ । ମେଣ୍ଢା ଚରାଳି ଚିତ୍କାର କରି ଗ୍ରାମବାସୀ ଙ୍କୁ ଡାକ ଦେବାରୁ ଚାଷଜମି ରେ କାମ କରୁଥିବା କିଛି ଲୋକ ଦୌଡି ଆସି କୁକୁରଙ୍କୁ ଘଉଡାଇଥିଲେ । ତେବେ ଏହି ସମୟ ମଧ୍ୟରେ ସମସ୍ତ ମେଣ୍ଢା ଙ୍କ ମୃତ୍ୟୁ ହୋଇ ସାରିଥିଲା । ଏହା ବ୍ୟତୀତ ନିକଟସ୍ଥ ଓଲମା ଗ୍ରାମରେ ମଧ୍ୟ ଏହି କୁକୁର ପଲ ଛେଳି ଓ ମେଣ୍ଢା କୁ ଆକ୍ରମଣ କରିଥିବା ସୁଚନା ମିଲିଛି । ମେଣ୍ଢା ଚାଷ କରି ନିଜ ପରିବାର ପ୍ରତିପୋଷଣ କରୁଥିବା ଗମ୍ଭାରୀଗୁଡା ଗ୍ରାମର ଗରିବ ମେଣ୍ଢା ଚାଷୀ ମାନେ କ୍ଷତିପୂରଣ ପାଇଁ ପ୍ରଶାସନ ପାଖରେ ଦାବି କରିଛନ୍ତି । ଏନେଇ କୋକସରା ପ୍ରାଣୀ ଚିକିତ୍ସାଳୟ ଡାକ୍ତର ପ୍ରସନ୍ନ କୁମାର ଙ୍କୁ ପଚାରିବାରୁ ସେମିତି କିଛି କ୍ଷତିପୂରଣ ପାଇଁ ବ୍ୟବସ୍ଥା ନାହିଁ ବୋଳି କହିଛନ୍ତି ।

Related posts

ଆସନ୍ତା କାଲି ଠାରୁ ଛଅ ଦିନ ଧରି ଗଞ୍ଜାମର ଅଧିଷ୍ଟାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ

ଗଅଁଲିଆ କବି ସୁଧୀର୍‌ ପଂଡା ଙ୍କ କବିତା ମୁଇଁ ଗୁଟେ ଗଅଁଲିଆ କବି

Sunil Chandra Nayak

ଇନ୍ଦ୍ରାବତୀ ପ୍ରକଳ୍ପ ଡାକ୍ତରଖାନା : ୨ ଏ ଡି ଏମ ଓ ଆସିଲେ ଖାଲି ମେଞ୍ଚାଏଁ ପ୍ରତିଶୃତି : ଫଳ ଶୂନ

Sunil Chandra Nayak

Leave a Comment

error: Content is protected !!