ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନଳିନୀ ପ୍ରଭା ମିଶ୍ର ଙ୍କ କବିତା ପ୍ରତୀକ୍ଷା

ପ୍ରତୀକ୍ଷା

 

ନଳିନୀ ପ୍ରଭା ମିଶ୍ର

 

ଭୂଲି ତ! ଗଲାଣି ଷଠ ଷଟପଦ୍

   ଦେଇଥିବା ପ୍ରତିଶ୍ରୁତି

ତଥାପି ସୁମନ ଚାହିଁ ରହିଅଛି

  ପ୍ରତୀକ୍ଷା ର ନାହିଁ ଈତି।

ନୂଆ ସକାଳ ରେ ସୂରୁଜ ଆସିଲା

  ପ୍ରଣୟ ମହକ ଦେଇ

ଆଦ୍ୟ ଯୋୖବନେ ପ୍ରଥମ ପରଶ

  ତନୁ ମନ ଗଲା ଛୁଇଁ

ପ୍ରୀତି ପୁଲକରେ ଶିହରଣ ମନ

  ଚାହିଁଲା ଲପନ ତୋଳି

ଯୋୖବନ ପାତ୍ର ପୂର୍ଣ୍ଣ କରିବାକୁ

  ପାଶେ ଆସିଅଛି ଅଳି।

ପହିଲି ପ୍ରୀତି ର ଗୁଣୁ ଗୁଣୁ ତାନ

  ଇସାରା ଦେଲା ତା କାନେ

ଭାବିଲା ସୁମନ ଜୀବନ ସାର୍ଥକ

  ହୋଇଗଲା ଏତେ ଦିନେ।

ଭ୍ରମର ର ସଙ୍ଗ ପାଇ ନିଜ ରୂପ

  ଲାବଣ୍ୟତା ଲାଗି ପୁଷ୍ପ

ପ୍ରିୟତମା ମୁହିଁ ଏକା ଭ୍ରମର ର

  ମନରେ ହେଲା ହରଷ।

ଅନ୍ୟ ଦିନେ ପୁଣି ଆସିବି ସୁନ୍ଦରୀ

  କହି କଥା ଦେଇ ଗଲା

ଆଉ କେଉଁ ପୁଷ୍ପ ପ୍ରେମରେ ପାଗଳ

  ଏ ଫୁଲକୁ ପାଶୋରିଲା।

ସପନ ଦେଖ ଇ ଅଳି କଥା ଭାବି

  ସପନ ଟା ସପନରେ

ରହିଯାଏ ସିନା ସ୍ମୃତି ପ୍ରତିବିମ୍ବ

  ଆଖି ଲୁହ ଶୁଖି ମରେ।

ଅପବାଦ ଲାଗି ହେବ କଳଙ୍କିନୀ

  ଝରିଯିବ ଯୋୖବନ

ବିରହୀ କୁସୁମ ଆଖି ଲୁହ ଢାଳି

   ଦୁଃଖ ରେ ବିତେ ଜୀବନ।

ପ୍ରମତ୍ତ ଭ୍ରମର ବୁଝିବ ବା! କାହୁଁ

  ପୁଷ୍ପ ର ବିରହ ଦୁଃଖ

ନିତ୍ୟ ନବ ନବ ପ୍ରୀତି ଆସ୍ଵାଦନେ

  ଲଭି ଥାଏ ମହା ସୁଖ

ମ ଉଳି ଗଲାଣି ରୂପର ପାଖୁଡ଼ା

  ପ୍ର ଉଢତା ଆଗମନ

ଭ୍ରମର ର ଲାଗି ପ୍ରତୀକ୍ଷା ରେ ରହି

  ବ୍ୟର୍ଥ ହେଲା ଯୋୖବନ।

ମୁକୁନ୍ଦ ପୁର, ଆସ୍କା, ଗଞ୍ଜାମ

 

 

 

 

,

Related posts

ସାମ୍ବାଦିକ ଙ୍କୁ ଜଣେ ଓକିଲ ଦୁର୍ବ୍ୟବହାର ର ପ୍ରତିବାଦ ରେ ପ୍ରେସକ୍ଲବ ପକ୍ଷରୁ ଏସ ପି ଓ ଜିଲ୍ଲାପାଳ ଙ୍କୁ ଅଭିଯୋଗ

Sunil Chandra Nayak

ରାଇରଙ୍ଗପୁରରେ ବାଉଁଶ ହସ୍ତଶିଳ୍ପ ପୁଞ୍ଜ ସ୍ତରୀୟ କର୍ମଶାଳା ଅନୁଷ୍ଠିତ

Sunil Chandra Nayak

ପ୍ରଶାନ୍ତ କୁମାର ନାଥ ଙ୍କ କବିତା ମାଆ ଵାପା

Leave a Comment

error: Content is protected !!