ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବାଲେଶ୍ବର – ଦୁଇଦିନିଆ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ବାଲେଶ୍ବର,୦୭/୬/୨୨- ବାଲେଶ୍ବର ଜିଲ୍ଲା ବାଲିଆପାଳ ବ୍ଲକ ଛଡା ଗ୍ରାମରେ ଦୁଇଦିନିଆ ଫୁଟବଲ ଟୁର୍ଣ୍ଣାମେଣ୍ଟ ଗତକାଲି ଆରମ୍ଭ ହୋଇ ଆଜି ଉଦଯାପିତ ହୋଇଛି । ଛଡା ଗ୍ରାମର ଶ୍ରୀ ଜଗନ୍ନାଥ ୟୁଥ୍ କ୍ଲବ୍ ଆନୁକୁଲ୍ୟରେ ତେନ୍ତୁଳିଆ ପଦାରେ ଆଜି ଫାଇନାଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଥିଲା । ପ୍ରଥମ ଦିନ ମୋଟ ଆଠଟି ଟିମ୍ ଅଂଶ ଗ୍ରହଣ କରିଥିବା ବେଳେ ଦ୍ୱିତୀୟ ଦିନ ମଧ୍ୟ ଆଠଟି ଟିମ୍ ଭାଗ ନେଇଥିଲେ । ତେବେ ବାଲେଶ୍ଵର ଜିଲ୍ଲା ତଥା ମୟୂରଭଞ୍ଜ ଜିଲ୍ଲାରୁ ଟିମ୍ ମାନ ଅଂଶଗ୍ରହଣ କରିଥିବା ବେଳେ ବିଜେତା ଟିମ୍ କୁ କୋଡିଏ ହଜାର ଓ ଟ୍ରଫି ପ୍ରଦାନ ନିମନ୍ତେ ବ୍ୟବସ୍ଥା ହୋଇଥିଲା ବେଳେ ରନର ଟୀମ୍ କୁ ଟ୍ରଫି ସହିତ ଚଉଦ ହଜାର ଟଙ୍କା ଦେବାର ବ୍ୟବସ୍ଥା ହୋଇଥିଲା । ଉକ୍ତ ଟୁର୍ଣ୍ଣାମେଣ୍ଟରେ ରେଫରୀ ଭାବରେ ବି ଏନ୍ ଜେନା, ପାଣ୍ଡୁରାମ ମୁର୍ମୁ, ଭୂଜୁ ମୁର୍ମୁ ଓ ସୁକୁମାର ସୋରେନ କାର୍ଯ୍ୟଭାର ତୁଲାଇଥିବା ବେଳେ ୟୁଥ୍ କ୍ଲବ୍ ର ସଭାପତି ମହେନ୍ଦ୍ର ହାଁସଦା, ଉପସଭାପତି ମାଧ ହେମ୍ବ୍ରମ, ସଂପାଦକ ଟୁନା ହାସଦା, ରାଜେନ୍ଦ୍ର ହାସଦା, ରବିନ୍ଦ୍ର ହେମ୍ବ୍ରମ, କିଶାନ ହେମ୍ବ୍ରମ, ସନାତନ ହେମ୍ବ୍ରମ, ମକରା ହାଁସଦା, ଶିବ ହେମ୍ବ୍ରମ, ଗାଲ ହେମ୍ବ୍ରମ, କାର୍ତ୍ତିକ ମୁର୍ମୁ, ମଦନ ମୁର୍ମୁ ପ୍ରମୁଖ ଖେଳ ପରିଚାଳନାରେ ସହଯୋଗ କରିଥିଲେ । ଖେଳର ଉଦଯାପନୀ ମ୍ୟାଚରେ ଦୁଇଟି ଟିମ୍ ସେଭେନ ଷ୍ଟାର ଓ ଏସଟି ମୁର୍ମୁ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏକ ଏକ ଗୋଲରେ ସମାନ ସମାନ ସ୍ଥିତିରେ ରହିବା ପରେ ପେନାଲଟିକରେ ସେଭେନ ଷ୍ଟାର ପାଞ୍ଚଟି ଗୋଲ କରିଥିବା ବେଳେ ଏସଟି ମୁର୍ମୁ ଛଅଟି ଗୋଲ କରି ଟିମକୁ ଜିତି ନେଇଥିଲେ । ଚମ୍ପିୟାନ ଟିମକୁ ବାଲିଆପାଳ ବ୍ଲକର ପୂର୍ବତନ ଚେୟାରମ୍ୟାନ ବିଜନ ନାୟକ ଟ୍ରଫି ସହିତ କୋଡ଼ିଏ ହଜାର ଟଙ୍କା ପ୍ରଦାନ କରିଥିବା ବେଳେ ରନର୍ ଟିମକୁ ବାଲିକୁଟୀ ପଞ୍ଚାୟତର ସରପଞ୍ଚଙ୍କ ପ୍ରତିନିଧି ଟ୍ରଫି ସହିତ ଚଉଦ ହଜାର ଟଙ୍କା ପ୍ରଦାନ କରିଥିଲେ ।।

ବାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ବିଦାୟୀ ସମ୍ବର୍ଦ୍ଧନା

Sunil Chandra Nayak

କୋର୍ଟ ପରିସରରେ ବୃକ୍ଷ ରୋପଣ

Sunil Chandra Nayak

ବିବେକାନନ୍ଦ ହଲର ଉଧ୍ଘଟାନ କଲେ ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା

Sunil Chandra Nayak

Leave a Comment

error: Content is protected !!