ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଆଦର୍ଶ ପୋଖରୀ କାର୍ଯ୍ୟ ନିମ୍ନ ମାନର ଅଭିଯୋଗ

ଜୁନାଗଡ଼,୭/୬(ମ ନି ସ) ଜୁନାଗଡ଼ ବ୍ଲକ ଭଈରିଗୁଡ଼ା ଗ୍ରାମ ପଞ୍ଚାୟତ ର ବିଗତ ବର୍ଷ ରେ ଖଜୁରୀ ବନ୍ଧ ଆଦର୍ଶ ପୋଖରୀ ନିର୍ମାଣ କାର୍ଯ୍ୟ ରେ ଅର୍ଥର ଦୁରୁପଯୋଗ ଓ ନିମ୍ନ ମାନର କାର୍ଯ୍ୟ ହୋଇଥିଲା।ତାର ପ୍ରତିବାଦରେ ସମାଜ ସେବୀ ଦେବରାଜ ବାଣୁଆ ଙ୍କ ନେତୃତ୍ୱରେ ଜିଲ୍ଲାପାଳ କଳାହାଣ୍ଡି ମହୋଦୟ ଙ୍କୁ ତଦନ୍ତ ପାଇଁ ଅନୁରୋଧ କରାଯାଇଥିଲା। ଜିଲ୍ଲାପାଳ କଳାହାଣ୍ଡି ତଦନ୍ତ ଭାର ତ୨୮.0୪.୨୦୨୨ରିଖ ପିଡ଼ି ଡିଆର ଡିଏଙ୍କୁ ନିର୍ଦ୍ଦେଶ ଦେଇଥିଲେ ଓ ପିଡ଼ି ଡିଆର ଡ଼ିଏ ଜୁନାଗଡ ଗୋଷ୍ଠି ଉନ୍ନୟନ ଅଧିକାରୀ ଙ୍କୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ନିରପେକ୍ଷ ତଦନ୍ତ ହୋଇ ନ ଥିବା ଅଭିଯୋଗରେ ଗ୍ରାମବାସୀ ଗୋଷ୍ଠି ଉନ୍ନୟନ ଅଧିକାରୀ ଜୁନାଗଡ଼ ଙ୍କୁ ଭେଟି ପୁନର୍ବାର ତଦନ୍ତ କରିବା ପାଇଁ ଦାବୀ କଲେ।ଏହି ସମୟରେ ଗ୍ରାମର ବହୁ ଜନସାଧରଣ ସହ ବାବୁଲି ବାଣୁଆ,ରୁପେଶ ବାଣୁଆ, ନିର୍ଭୟ ବଣୁଆ,ସାଧୁରାମ ମାଝୀ, ଖିରଶିନ୍ଧୁ ବାଣୁଆ, ଅନୁପ ନାଏକ,ଉପସ୍ଥିତ ଥିଲେ।

ଜୁନାଗଡ଼ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ।

Related posts

ଲଗାଣ ବର୍ଷାରେ ଭାଙ୍ଗିଲା ଘର, ଅଳ୍ପକେ ବର୍ତ୍ତିଲେ ବୃଦ୍ଧ 

Sunil Chandra Nayak

ଚିତ୍ତ ରଞ୍ଜନ ନନ୍ଦ ଙ୍କ କବିତା ଜୀବନ ମୂଲ୍ୟବୋଧ

Sunil Chandra Nayak

ଭବାନୀପାଟଣା ଠାରେ ଖବରକାଗଜ ବିତରକମାନଙ୍କୁ ପରିଚୟ ପତ୍ର ପ୍ରଦାନ

Leave a Comment

error: Content is protected !!