ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଚିଲିଗୁଡା ସରକାରୀ ନୀଳ ମାଧବ ହାଇ ସ୍କୁଲ ସ୍ମାର୍ଟ ସ୍କୁଲ ଭାବରେ ଲୋକାର୍ପିତ

ଚିଲିଗୁଡା ( ମ ନି ସ  ) କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଚିଲିଗୁଡା ନୀଳ ମାଧବ ହାଇ ସ୍କୁଲ ୧୯୮୦ ମସିହାରେ ସ୍ଥାପିତ ହୋଇଥିଲା ।ଜନ ସଧାରଣ ଙ୍କ ସହଯୋଗରେ ବହୁ ବାଧା ବିଘ୍ନ ଦେଇ ଗଢି ଉଠିଥିଲା ଏହି ଶିକ୍ଷା କେନ୍ଦ୍ର ।ଶିକ୍ଷା ପ୍ରେମୀଙ୍କ ସହାୟତା ଏବଂ ଜନ ସଧାରଣ ଙ୍କ ଭୂମିକା ଏହି ବିଦ୍ୟାଳୟ ପ୍ରତି ଗୁରୁ ଦାୟିତ୍ୱ ରହିଥିଲା ।ଅନେକ ପଞ୍ଚାୟତର ଲୋକେ ଏହି ବିଦ୍ୟାଳୟ ଉପରେ ନିର୍ଭର କରୁଥିଲେ ।ଏହି ସମୟରେ ବିଦ୍ୟାଳୟରେ ଛାତ୍ରାବାସ ମଧ୍ୟ ରହିଥିଲା ।ଯାହାକି ଦୂର ଦୁରାନ୍ତର ର ଛାତ୍ର ମାନେ ରହି ଶିକ୍ଷା ଦାନ କରିଥିଲେ । ବେସରକାରୀ ଭାବରେ ଏହି ଶିକ୍ଷା କେନ୍ଦ୍ର ଗଢି ଉଠିଥିଲା ।ଦୀର୍ଘ ୮ ବର୍ଷ ଧରି ଏହି ବିଦ୍ୟାଳୟ ବେସରକାରୀ ଭାବରେ ରହିଥିଲା । ତାପରେ ୧୯୮୮ ମସିହାରେ ଏହି ବିଦ୍ୟାଳୟ ଅନୁଦାନ ପ୍ରାପ୍ତି ହୋଇଥିଲା ।ଅନୁଦାନ ପ୍ରଦାନ ର ଦୀର୍ଘ ୬ ବର୍ଷ ପରେ ଏହି ବିଦ୍ୟାଳୟ ଅର୍ଥାତ ୧୯୯୪ ମସିହାରେ ସମ୍ପୂର୍ଣ ସରକାରୀ ବିଦ୍ୟାଳୟ ଭାବରେ ପରିଣତ ହେଲା ।ସେହି ଦିନ ଠାରୁ ବିଦ୍ୟାଳୟ ରେ ବିଭିନ୍ନ ସମସ୍ୟା ଗୁଡିକ ଧୀରେ ଧୀରେ ଦୂର ହେବାକୁ ଲାଗିଲା ।ବର୍ତ୍ତମାନ ୫ ଟି ଜରିଆରେ ଏହି ବିଦ୍ୟାଳୟ କୁ ସ୍ମାର୍ଟ ସ୍କୁଲ ଭାବରେ ଗଢି ତୋଳିବା ପାଇଁ ସୁପାରିଶ ହୋଇଥିଲା ।ଏହା ପରେ ବିଦ୍ୟାଳୟ ର ରୂପ ରେଖ ସମ୍ପୂର୍ଣ ବଦଳି ଗଲା ।ସ୍ମାର୍ଟ ସ୍କୁଲ ହେଲା ପରେ ସ୍କୁଲ ସମ୍ପୂର୍ଣ ଚକା ଚକ ଏବଂ ସୌନ୍ଦର୍ଯ୍ୟ ଦେଖା ଗଲା ।କ୍ଲାସ ରୁମ ଗୁଡିକ ଡିଜିଟାଲ ହେଲା ।ସ୍ମାର୍ଟ ସ୍କୁଲ ହେଲା ପରେ ଛାତ୍ର ଛାତ୍ରୀ ମାନଙ୍କ ପାଠ ପଢା ପ୍ରତି ଆଗ୍ରହ ବଢ଼ିଲା । ମୋ ସ୍କୁଲ ୫ ଟି ଯୋଜନାରେ ବିଦ୍ୟାଳୟ ଗୁଡିକର ବହୁମୁଖୀ ବିକାଶ ହୋଇଛି ।ଛାତ୍ର ଛାତ୍ରୀଙ୍କୁ ସ୍ମାର୍ଟ କରିବା ପାଇଁ ଆବଶ୍ୟକ ବ୍ୟବସ୍ଥା କରାଯାଇଛି ।୫ ଟି ଅଧୀନରେ ରୂପାନ୍ତରିତ ହୋଇଥିବା ଚିଲିଗୁଡା ନୀଳ ମାଧବ ସରକାରୀ ଉଚ୍ଚ ବିଦ୍ୟାଳୟ କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପଣ କରିଛନ୍ତି ।ଏହି ସମୟରେ ଚିଲିଗୁଡା ବିଦ୍ୟାଳୟ ରେ ସ୍ଥାନୀୟ ସରପଞ୍ଚ ତାରା ଶଙ୍କର ରାୟ ଗୁରୁ ,ସମିତି ସଭ୍ୟ ଖଲିଲ ନ।ଏକ ,ସମସ୍ତ ୱାର୍ଡ ମେମ୍ବର ,ସ୍କୁଲ ଶିକ୍ଷା କମିଟିର କର୍ମ କର୍ତ୍ତା ଅଭିଭାବକ ଏବଂ ଅଞ୍ଚଳର ବହୁ ମାନ୍ୟ ଗଣ୍ୟ ଵ୍ୟକ୍ତି ଏବଂ ଶିକ୍ଷକ ବୃନ୍ଦ ଉପସ୍ଥିତ ରହି ସ୍ମାର୍ଟ ସ୍କୁଲ ଲୋକାର୍ପଣ ରେ ଉପସ୍ଥିତ ଥିଲେ ।ଭିଡିଓ କଂଫରେନ୍ସ ମାଧ୍ୟମରେ ଏହି ସ୍ମାର୍ଟ ସ୍କୁଲ ଲୋକାର୍ପିତ ହୋଇଥିଲା ।ଏହି ବିଦ୍ୟାଳୟ ସ୍ମାର୍ଟ ସ୍କୁଲ ଭାବରେ ପରିଣତ ହୋଇ ଥିବାରୁ ରାଜ୍ୟ ସରକାରଙ୍କୁ ଅଞ୍ଚଳ ବାସି ସାଧୁବାଦ ଜଣାଇଛନ୍ତି । ସୁନ୍ଦର ମୋହନ ଛତ୍ରିଆ ,ଚିଲିଗୁଡା

Related posts

ଜରଡାଘାଟି ଠାରେ ଯାତ୍ରା ପାର୍ଟି ବସ୍ ଓଲଟିଲା

ନବମ ପ୍ରତିଷ୍ଠା ଦିବସ ପାଇଁ ପ୍ରସ୍ତୁତି ବୈଠକ

Sunil Chandra Nayak

ମୁସଲମାନ ସମ୍ପ୍ରଦାୟ ଭାଇ ଭଉଣୀ ଙ୍କ ଉଦେଶ୍ୟ ରେ  ଉଦଘାଟିତ ହେଲା ମସଜିଦ୍ 

Sunil Chandra Nayak

Leave a Comment

error: Content is protected !!