ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜୀ ସାର୍ଥକର ନୂଆ ସିନେମା ‘ମୋ ପଣତକାନିରେ ତୁ’ ର ଓ୍ଵାର୍ଲଡ ଟିଭି ପ୍ରିମିୟର ଜୁନ୍ ୧୨

ଭୁବନେଶ୍ୱର : ଜୀ ସାର୍ଥକର ନୂଆ ସିନେମା ‘ମୋ ପଣତକାନିରେ ତୁ’ର ଅଡିଓ ରିଲିଜ୍ ହୋଇ ଯାଇଛି । ଜୁନ୍ ୧୨ ରେ ଫିଲ୍ମଟି ଜୀ ସାର୍ଥକ ରେ ଓ୍ଵାର୍ଲଡ ଟେଲିଭିଜନ ପ୍ରିମିୟର ହେଉଥିବା ବେଳେ ଏହାର ଗୀତଗୁଡିକ‌ ଲୋକାଦୃତ ହେବ ବୋଲି ଜୀ ସାର୍ଥକ ଆଶା ପ୍ରକଟ କରିଛି ।ଫିଲ୍ମର ଗୀତଗୂଡିକୁ ସଂଗୀତରେ ସଜାଇଛନ୍ତି ବୈଦ୍ୟନାଥ ଦାଶ । ଫିଲ୍ମର ସବୁ ଗୀତ ଦର୍ଶକଙ୍କ ମନକୁ ଛୁଇଁବ ବୋଲି ପୁରା ଟିମ୍ ଆଶାବାଦୀ । ଗୀତ ଗୁଡ଼ିକୁ ରଚନା କରିଛନ୍ତି ଅରୁଣ ମନ୍ତ୍ରୀ, ଡ଼ ଶୁଭ ଦାସ, ସୂର୍ଯ୍ୟ ମହାପାତ୍ର, ନିହାର ପ୍ରିୟାଶିଷ୍, ଓ କଣ୍ଠଦାନ କରିଛନ୍ତି ହ୍ୟୁମାନ ସାଗର, କୁଲଦୀପ ପଟ୍ଟନାୟକ, ସୁଭାଶିଷ ସାହୁ , ଅସୀମା ପଣ୍ଡା, ସଞ୍ଜୁ, ଅର୍ପିତା ଚୈଧୁରୀ ।ମ୍ୟୁଜିକ ଆରେଞ୍ଜମେଣ୍ଟ କରିଛନ୍ତି ରାଜା ଅନୀଲ।

ଜୀ ସାର୍ଥକ ଫିଲ୍ମସ ଓ ସାଇ ଶ୍ରଦ୍ଧା ପ୍ରଡକ୍ସନ୍ ବ୍ୟାନରରେ ନିର୍ମାଣ ହେଉଛି ନୂଆ ସିନେମା ‘ମୋ ପଣତକାନିରେ ତୁ’ । ଏହି ଚଳଚ୍ଚିତ୍ରରେ ଦର୍ଶକ ଦେଖିବେ ନୂଆ ଯୋଡ଼ି ଜ୍ୟୋତି ରଞ୍ଜନ ଓ ଶ୍ରଦ୍ଧାଙ୍କୁ । ଫିଲ୍ମର ଆକର୍ଷଣ ରହିଛି ଭେଟରାନ ଅଭିନେତ୍ରୀ ମହାଶ୍ୱେତାଙ୍କ ସୀତା ଦେବୀ ଭୂମିକାରେ ଅଭିନୟ । ଫିଲ୍ମର ଅନ୍ୟ ଏକ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ନିର୍ବାହ କରିଛନ୍ତି କମେଡିଆନ ହରିହର ମହାପାତ୍ର । ଅଭିନୟ ସାଙ୍ଗକୁ କାହାଣୀ ନିଜେ ହରିହର ଲେଖିଥିବା ବେଳେ ପିନୁ ନାଏକ ନିର୍ଦ୍ଦେଶନା ଦେଇଛନ୍ତି । ଫିଲ୍ମର ପ୍ରଯୋଜନା କରିଛନ୍ତି ପ୍ରଦ୍ୟୁମ୍ନ ଲେଙ୍କା ଓ ବିକ୍ରମ କେଶରୀ ବିଷୋୟୀ।

ଚଳଚ୍ଚିତ୍ର ର କାହାଣୀ ସହ ସଙ୍ଗୀତ ମଧ୍ୟ ଲୋକାଦୃତ ହୋଇ ପାରିବ ବୋଲି ଜୀସାର୍ଥକ ପକ୍ଷରୁ ପ୍ରକାଶ କରାଯାଇଛି । ଜୀ ସାର୍ଥକ ପୂର୍ବରୁ “ଦିଦିନମସ୍କାର” , “ଡିଟେକଟିଭ୍ କରନ୍ ଅର୍ଜୁନ ” ଭଳି ଚଳଚ୍ଚିତ୍ର ଭେଟି ଦେଇଥିବା ବେଳେ ଜୁନ୍ ୧୨ତାରିଖ ସଂଧ୍ୟା ସାଢ଼େ ପାଞ୍ଚଟାରେ ଫିଲ୍ମ ‘ମୋ ପଣତକାନିରେ ତୁ’ର ଓ୍ବାର୍ଲଡ ଟିଭି ପ୍ରିମିୟର ହେବ ।

ଭୁବନେଶ୍ବର ରୁ ଅମୃତ ନନ୍ଦ ଙ୍କ ରିପୋର୍ଟ।

Related posts

ଜନତା ସରକାରୀ ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ରାଜ୍ୟ ସଭା ସାଂସଦ ମମତା ମହାନ୍ତଙ୍କ ଦ୍ବାରା ଶୁଭ ଉଦଘାଟିତ

Sunil Chandra Nayak

ଯୁବକଙ୍କୁ ପଥରରେ ଛେଚି ହତ୍ୟା ଘଟଣା, ଅଭିଯୁକ୍ତ ୨ ଭାଇ କୋର୍ଟ ଚାଲାଣ

Sunil Chandra Nayak

ବେଣୁଧର ସୁତାର ଙ୍କ କବିତା – ପ୍ରୀତି ର ବସନ୍ତ

Sunil Chandra Nayak

Leave a Comment

error: Content is protected !!