ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିଶ୍ବ ପରିବେଶ ଦିବସ ଅବସରରେ ଖଣ୍ଡୁଆଳ ମାଳି ସୁରକ୍ଷା ନେଇ ଗର୍ଜିଲେ ଆଦିବାସୀ।

 ଖଣ୍ଡୁଆଳ ମାଳି ସୁରକ୍ଷା ସମାବେଶରେ ଯୋଗଦେଲେ ମେଧା ପାଟେକର

 ଜିବନ ପଛେ ଯାଉ ଖଣ୍ଡୁଆଳ ମାଳିର ଖଣ୍ଡିଏ ମାଟି ବି ନଛାଡିବା ପାଇଁ ନେଲେ ବଜ୍ର ସପଥ।

 ଭବାନିପାଟଣା –  ୫|୬: (ମ ନି ସ  ) ବିଶ୍ବ ପରିବେଶ ଦିବସ ଅବସରରେ ଖଣ୍ଡୁଆଳ ମାଳି ଏବଂ କର୍ଲାପାଟ ଅଭୟାରଣ୍ୟ ଭଳି ପ୍ରକୃତି ଭରା ପରିବେଶର ସୁରକ୍ଷା ପାଇଁ ପେରମଞ୍ଜି ଠାରେ ଏକ ସମାବେଶ ଆୟୋଜିତ ହୋଇଥିଲା।ରବିବାର ଖଣ୍ଡୁଆଳ ମାଳି ସୁରକ୍ଷା ସମିତିର ସଭାପତି କାର୍ତ୍ତିକ ମାଝୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସମାବେଶରେ ମୁଖ୍ୟ ଅତିଥି ଭାବରେ ନର୍ମଦା ବଞ୍ଚାଅ ଆନ୍ଦୋଳନର ପ୍ରମୁଖ ତଥା ଦେଶର ବିଶିଷ୍ଟ ଓ ବରିଷ୍ଠ ଜନ ଆନ୍ଦୋଳନର ନେତ୍ରୀ ମେଧା ପାଟେକର ଯୋଗଦେଇଥିଲେ।କର୍ଲାପାଟ ଖଣ୍ଡୁଆଳ ମାଳିର ସୁରକ୍ଷା ପାଇଁ ଚିନ୍ତା କରାଯାଉଥିବା ବେଳେ ସରକାର ଏହି ମାଳିକୁ ଏକ କମ୍ପାନୀକୁ ଖଣି ଲିଜ୍ ଦେଇଥିବା ନେଇ ଏହି ଲିଜ୍ ବାତିଲ ପାଇଁ ସ୍ବର ଉଠାଇଛି କର୍ଲାପାଟ ଖଣ୍ଡୁଆଳ ମାଳି ସୁରକ୍ଷା ସମିତି। ବିନା ଗ୍ରାମ ସଭାରେ ସରକାର କିଭଳି ଖଣି ଲିଜ୍ ଦେବା ନିଷ୍ପତ୍ତି ନେଲେ ବୋଲି ପ୍ରଶ୍ନ ଉଠାଇଛି ଏହି କମିଟି।ଏହି ମାଳିକୁ ଖନନ କଲେ ଆଖପାଖ ଅଞ୍ଚଳର ପ୍ରାୟ ୨୫୪ ଗ୍ରାମ ପ୍ରଭାବିତ ହେବାର ଆଶଙ୍କା ରହିଛି ବୋଲି ସୂଚନା ଦେଇଛି ଏହି ସମିତି।ସମ୍ବିଧାନର ପଞ୍ଚମ ଅନୁଚ୍ଛେଦ ଅନୁସାରେ ଖଣି ଖନନ କରିବା ପୁର୍ବରୁ ଗ୍ରାମ ସଭାର ଅନୁମତି ନେବା ବାଧ୍ୟ। କିନ୍ତୁ ପରିତାପର ବିଷୟ ଖଣ୍ଡୁଆଳ ମାଳି ଖଣି ଖନନ ପାଇଁ ରାଜ୍ୟ ସରକାର ଆଦିବାସୀଙ୍କ ସ୍ବାର୍ଥକୁ ଜଳାଞ୍ଜଳି ଦେଇ ଖଣି ଲିଜ୍ ଦେଇଛନ୍ତି ବୋଲି ଅଭିଯୋଗ ଆଣିଛି ଖଣ୍ଡୁଆଳ ମାଳି ସୁରକ୍ଷା କମିଟି।ଏହି ଖଣ୍ଡୁଆଳ ମାଳି ଏବଂ କର୍ଲାପାଟ ଅଭୟାରଣ୍ୟ ଯଦି ଖଣି ଖନନ କରାଯାଏ ତେବେ ଏହା ଦ୍ବାରା ଶୁଖିଯିବ ୩୫୦ ଝରଣା,ନିଶ୍ଚିହ୍ନ ହେଇଯିବ ଅନେକ ଔଷଧୀୟ ବୃକ୍ଷ, ନିଷ୍ପ୍ରଭ ହେଇଯିବେ ଜଙ୍ଗଲୀ ଜନ୍ତୁ ଏବଂ ନାଗାବଳୀ ଓ ସଗଡା ଭଳି ନଦୀ ସତ୍ତା ହରାଇବ ବୋଲି ଆଶଙ୍କା ପ୍ରକଟ କରିଛି ଏହି କମିଟି।ଏହାଦ୍ବାରା ସ୍ଥାନୀୟ ଆଦିବାସୀଙ୍କ ଜିବନ ଜୀବିକା ଉପରେ ପଡିବ ପ୍ରତିକୂଳ ପ୍ରଭାବ। ଏଣୁ କର୍ଲାପାଟ ଅଭୟାରଣ୍ୟର ପରିବେଷ୍ଟିତ ମଧ୍ୟରେ ଥିବା ଖଣ୍ଡୁଆଳ ମାଳିର ସୁରକ୍ଷା ଏବଂ ଏହି ମାଳିର ଲିଜ୍ ବାତିଲ କରାଯିବା ପାଇଁ ସରକାରଙ୍କୁ ଏହି ସମାବେଶ ମାଧ୍ୟମରେ ବାର୍ତ୍ତା ଦେଇଛି ଖଣ୍ଡୁଆଳ ମାଳି ସୁରକ୍ଷା ସମିତି।ଯଦି ରାଜ୍ୟ ଚଳାଇବା ପାଇଁ ଖଣି ନଷ୍ଟ କରାଯାଉଛି ତେବେ ଜିବନ ବଞ୍ଚାଇବା ପାଇଁ କ’ଣ କରିବେ ସରକାର?ବୋଲି ଥୁଆମୂଳ ରାମପୁର ବ୍ଲକ ପେରମଞ୍ଜି ଠାରେ ଆୟୋଜିତ ସଭାରେ ମଞ୍ଚାସିନ ଅତିଥି ମାନେ ମତବ୍ୟକ୍ତ କରିଥିବା ବେଳେ ଏହି ସମାବେଶର ମୁଖ୍ୟ ଅତିଥି ନେତ୍ରୀ ମେଧା ପାଟେକର ହିଂସା ନୁହଁ ଅହିଂସା ନିତିରେ ଆନ୍ଦୋଳନ କରାଯିବ ନେଇ ପରାମର୍ଶ ମଧ୍ୟ ଦେଇଛନ୍ତି।ବ୍ରିଟିଶ କୁମାରଙ୍କ ତତ୍ବାବଧାଧରେ ଆୟୋଜିତ ଏହି ସମାବେଶରେ ଶହଶହ ଆଦିବାସୀ ନିଜନିଜ ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ଏହି ସମାବେଶରେ ଯୋଗ ଦେଇଥିଲେ। ଏହି ସମାବେଶର ଅନ୍ୟତମ ଅତିଥି ଲୋକଶକ୍ତି ଅଭିଯାନର ଅଧ୍ୟକ୍ଷ ପ୍ରଫୁଲ୍ଲ ସାମନ୍ତରା ସରକାରଙ୍କ ଏଭଳି ନିଷ୍ପତ୍ତିକୁ ଦୃଢ଼ ବିରୋଧ କରିଥିଲେ।ବରଗଡର କୃଷକ ନେତା ଲିଙ୍ଗରାଜ,ନିୟମଗିରି ସୁରକ୍ଷା ସମିତିର ନେତା ଲଦ ସିକ୍କା, ସିଦ୍ଧାର୍ଥ ନାଏକ,ଲିଙ୍ଗରାଜ ଆଜାଦ, ନିରଞ୍ଜନ ବିଦ୍ରୋହୀ ଆଇନଜୀବୀ ନରେନ୍ଦ୍ର ମହାନ୍ତି,ସତ୍ୟ ମହାର,ସୁରେଶ ସଂଗ୍ରାମଙ୍କ ସମେତ ରାୟଗଡା, ବରଗଡ,କୋରାପୁଟ,ବଲାଙ୍ଗୀର ଅଞ୍ଚଳର ଅନେକ ସଂଗ୍ରାମୀ ନେତା ଯୋଗଦେଇଥିଲେ।

Related posts

ବରିଷ୍ଠ ସାମ୍ବାଦିକ ରବି ରଥ ସପ୍ତମ ଥର ପାଇଁ କ୍ଷୁଦ୍ର ଓ ମଧ୍ଯମ ସମ୍ବାଦପତ୍ର ମହାସଂଘ ସଭାପତି ନିର୍ବାଚିତ

Sunil Chandra Nayak

ଖଡ଼ିଆଳ ଜନ ମଞ୍ଚ ପକ୍ଷରୁ ବେଞ୍ଚ ମାର୍କ ମୂଲ୍ୟ ବୃଦ୍ଧି ବିରୁଦ୍ଧ ରେ ପ୍ରତିବାଦ

Sunil Chandra Nayak

ଲେମ୍ବୁ, ଚିକେନ୍ ପରେ ରାଜ୍ୟରେ ଟମାଟୋ ଦର ଏବେ ଅକାଶଛୁଆଁ

Leave a Comment

error: Content is protected !!