ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଉମାକାନ୍ତ ଦାସ ଙ୍କ କବିତା ଶକ୍ତି ସଂସ୍କୃତିର ତୁ ଆଦି ଶକ୍ତି’

‘ଶକ୍ତି ସଂସ୍କୃତିର ତୁ ଆଦି ଶକ୍ତି’

 

ଜୟ ମାଆ ବିରଜା ମହିଷମର୍ଦ୍ଧିନୀ

ଜଗତ ରକ୍ଷା କାରିଣୀ ,

ଜଗତ ଜନନୀ ଦୁଃଖ ସଂହାରିଣୀ

ନୁହଁ ମହିଷାମର୍ଦ୍ଧିନୀ ।।

 

ସପ୍ତଶତୀ ଚଣ୍ଡୀଗ୍ରନ୍ଥେ ପ୍ରମାଣିତ

ମହିଷକୁ କଲୁ ହାନି,

ତିନି ରୂପେ ବିରାଜିତ ଏ ଧରାରେ

ମହା ଶକ୍ତି ପ୍ରଦାୟିନୀ ।।

 

ପ୍ରଥମ ପ୍ରକାର ମୂର୍ତ୍ତି ମହାମାୟୀ

ଭୁଜ ଅଟେ ତୋର ବେନି ,

ବାମ କରେ ଶୋଭା ମହିଷ ଲାଙ୍ଗୁଳ

ଦକ୍ଷିଣେ ତ୍ରିଶୂଳ କାନି ।।

 

ଦ୍ବିତୀୟ ରୂପ ତୋ ଦଶ ଭୁଜଧାରୀ

ପଡେ କେତେ ଶଙ୍ଖ ଧ୍ବନି ,

ମାନବ ମସ୍ତକେ ମହିଷର ଶିଙ୍ଗ

ରାକ୍ଷସ ବଧିଲୁ ପୁଣି ।।

 

ମନୁଷ୍ୟ ରୂପର ମହିଷାସୁରକୁ

ପ୍ରାଣେ ବିନାଶିଲୁ ଜାଣି,

ତୃତୀୟ ରୂପ ତୋ ପୂଜିତ ଜଗତେ

ତୁହି ମା” ଦୁଃଖ ହାରିଣୀ ।।

 

ତିନି ତିନି ରୂପ ଏକ ରାକ୍ଷସର

ଆସିବ କେଉଁଠୁ ପୁଣି ,

ତିନି ରୂପେ ଦୈତ୍ୟ ଜନମି ନ ଥିଲା

ସଂସାରେ ବିଚିତ୍ର ବାଣୀ ।।

 

ବଧିଲୁ ଅସତ୍ଯ ଅଧର୍ମ ଅକର୍ମ

ହୋଇ ଶକ୍ତି ସ୍ବରୂପିଣୀ

ବାହୁବଳୀ ଯେତେ ପୁରୁଷ ସମାଜ

ଡ଼ରିଲେ ତୋ ଶକ୍ତି ଜାଣି ।।

 

ଶକ୍ତି ସଂସ୍କୃତିର ଆଦିଶକ୍ତି ତୁହି

କେ ପାରିବ ତୋତେ ଚିହ୍ନି,

ଶବର କୁମର ଧ୍ଯାୟେ ନିରନ୍ତର

ଦିବା ରାତ୍ର ହୃଦେ ଭଣି ।।

 

ଉମାକାନ୍ତ ଦାସ

ଲାଲବାଗ ,ଖାନନଗର
ମଙ୍ଗଳ ପୁର , ଯାଜପୁର

Related posts

ଆଇସିକ୍ୟୁସିସି – ୨୨ : ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାରର ୫ଟି ସ୍ଵର୍ଣ ପଦକ ହାସଲ

Sunil Chandra Nayak

ବିଶ୍ଵ ମାନବଧିକାର  ଦିବସ ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସମ୍ମାନିତ

Sunil Chandra Nayak

ପୁଃନ ନିଯୁକ୍ତି ଦାବିରେ ବିଇଓ ଙ୍କୁ ପ୍ରେରକ ସଂଘର ଦାବୀ ପତ୍ର

Sunil Chandra Nayak

Leave a Comment

error: Content is protected !!