ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଗୋଲାମୁଣ୍ଡା ବ୍ଲକର କଂଗ୍ରେସ କମିଟି ଗଠିତ

ଗୋଲାମୁଣ୍ଡା,ତା.୯।୬(ମ ନି ସ): ଆଜି କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକର ଭାରତୀୟ କଂଗ୍ରେସ କମିଟି ଗଠନ ହୋଇଯାଇଛି । ସର୍ବସମ୍ମତି କ୍ରମେ ନିଦ୍ୱନ୍ଦରେ ସିନାପାଲି ସରପଞ୍ଚ ନଉକେଶ୍ୱର ପୁଟେଲ ସଭାପତି ଭାବେ ନିର୍ବାଚିତ ହୋଇଥିବା ବେଳେ ଉପସଭାପତି ଭାବେ ନୂଆଗାଁ ସରପଞ୍ଚ ଦୁଃଶ୍ମନ୍ତ ଭୋଇ,କୋଷାଧ୍ୟକ୍ଷ ଭାବେ ଟିକଚନ ଭାଟି,ସହଦେବ ମାଝୀ ମେମ୍ବର ଭାବେ ନିର୍ବାଚିତ ହୋଇଛନ୍ତି । ବ୍ଲକର ତିନିଗୋଟି ଜିଲ୍ଲା ପରିଷଦ ଜୋନ ପାଇଁ ସଭାପତି ଚୟନ ହୋଇଥିବା ବେଳେ ୧ ନମ୍ବର ଜୋନ ଗୋଲାମୁଣ୍ଡା ପାଇଁ ବେଣୁଧର ନାଏକ,୨ ନମ୍ବର ଜୋନ ଦଶପୁର ପାଇଁ ଶ୍ରୀମନ୍ତ ସାହୁ,୩ ନମ୍ବର ଜୋନ କେଗାଁ ପାଇଁ ଜୟରାମ ଭୋଇ ନିର୍ବାଚିତ ହୋଇଥିବା ବେଳେ ମେମ୍ବର ଭାବେ ଛିନୁ ଦୀପ,ମଧୁସୁଦନ ମାଝୀ,ଚୁଡାମଣି ଭୋଇ,ବିଶ୍ୱନାଥ ଭୋଇ, ଶ୍ରୀମତି ପୁଷ୍ପଲତା ବିହାରୀ, ଶ୍ରୀମତି ଦୁଲେଣି ସୁନାନୀଙ୍କୁ ଚୟନ କରାଯାଇଥିଲା । ପ୍ରଦେଶ କଂଗ୍ରେସ କମିଟି ସଭ୍ୟ ଭାବେ ନରହରି ବାଗଙ୍କୁ ଚୟନ କରାଯାଇଥିଲା । ଜିଲ୍ଲା କଂଗ୍ରେସ କମିଟି ସଭ୍ୟ ଭାବେ ସୋମେଶ୍ୱର ମୁନି,କୁରୁକ୍ଷେତ୍ର ବନ୍ଦିଛୋଡ, ପ୍ରତାପ ସୁନାନୀ,ଜଗୁପ୍ରସାଦ ରାଉତ, ଶ୍ରୀମତି ଉଷାଗୌରି ମାଝୀ, ଶ୍ରୀମତି କୁନ୍ତଳା ଭୋଇ, ଶ୍ରୀମତି ବିଦ୍ୟୁତଲତା ବାଗ,ବାସୁଦେବ ବାଗ,ସ୍ୱେତାମ୍ବର ବାଗ,ମୁସିକ ମଙ୍ଗରାଜ ପ୍ରମୁଖଙ୍କୁ ଚୟନ କରାଯାଇଥିଲ । କମିଟି ଗଠନ ପାଇଁ ବ୍ଲକ ନିର୍ବାଚନ ଅଫିସର ଭାବେ ସୁରେଶ କୁମାର ଭଇଁସାଲ ଦାୟୀତ୍ୱ ନିର୍ବାହ କରିଥିବା ବେଳେ ବରିଷ୍ଠ କଂଗ୍ରେସ ନେତା ରବିନ୍ଦ୍ର ପଟ୍ଟଯୋଷୀ,ଧର୍ମଗଡ ବ୍ଲକ ସଭାପତି ପ୍ରେମଲାଲ ସାଗର ବରିଷ୍ଠ କଂଗ୍ରେସ ନେତା ଫକିର ନାଏକଙ୍କ ଉପସ୍ଥିତ ଚୟନ ହୋଇଥିଲା ।

ଦାମୋଦର ଦାସ ଙ୍କ ରିପୋର୍ଟ।

Related posts

ରାଇରଙ୍ଗପୁର କୋର୍ଟ ; ବଳାତ୍କାର ମାମଲାରେ ଅଭିଯୁକ୍ତଙ୍କୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ

Sunil Chandra Nayak

ଜୟ କୁମାର ମିଶ୍ର ଙ୍କ କବିତା ପରୀକ୍ଷାର ଫଳ, କାଢୁଅଛି ଝାଳ

ନିରୁପମା ପାଣି ଙ୍କ ପ୍ରବନ୍ଧ ଗଣେଶ ପୂଜା

Sunil Chandra Nayak

Leave a Comment

error: Content is protected !!