ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କୋକସରା ବ୍ଲକ କଂଗ୍ରେସ ସଭାପତି ହେଲେ ଘନ ଶ୍ୟାମ

ଡ଼ାଲଗୁମା -:  (  ମନିସ ) କୋକସରା ବ୍ଲକ କଂଗ୍ରେସ କମିଟି ର ସାଙ୍ଗଠନିକ ବୈଠକ ଆଜି ସ୍ଥାନୀୟ ଗାନ୍ଧୀ ଭବନ ଠାରେ ଅନୁଷ୍ଠିତ ହୋଇଯାଇଅଛି। ଦଳକୁ ତୃଣମୂଳ ସ୍ତରରୁ ମଜଭୁତ କରିବା ପାଇଁ ଉପସ୍ଥିତ କର୍ମୀ ମାନେ ଆହ୍ବାନ ଦେଇଥିଲେ। ପ୍ରଦେଶ କଂଗ୍ରେସ କମିଟି ର ନିର୍ଦ୍ଦେଶ କ୍ରମେ ବ୍ଲକ କମିଟି ଗଠନ କରାଯାଇ ଥିଲା। ବ୍ଲକ କଂଗ୍ରେସ କମିଟି ର ସଭାପତି ରୁପେ ଘନଶ୍ୟାମ ଜାଲ ସର୍ବସମ୍ମତି କ୍ରମେ ମନୋନୀତ ହୋଇ ଥିବାବେଳେ ଉପସଭାପତି ଭାବେ ହରେକୃଷ୍ଣ ନାଏକ ଓ ମହେନ୍ଦ୍ର ଧରୁଆ ,  ସାଧାରଣ ସମ୍ପାଦକ  ଅଭିମନ୍ୟୁ ପଟ୍ଟନାୟକ,  କୋଷାଧ୍ୟକ୍ଷ ଅଶୋକ କୁମାର ଅଗ୍ରୱାଲ ମନୋନୀତ ହୋଇଥିବା ବେଳେ ଜୋନ ସଭାପତି ଭାବେ ଆମପାଣି ରୁ ହରିଶ ଚନ୍ଦ୍ର ନାୟକ , କୋକସରା ରୁ କମଲଲୋଚନ ନାୟକ ,ମୋଟେର ନବ ନିଆଲ ମନୋନୀତ ହୋଇଥିବା ସୂଚନା ମିଳିଛି ।ଉକ୍ତ ବୈଠକ ରେ ବରିଷ୍ଠ ନେତା ରବୀନ୍ଦ୍ର ପଟ୍ଟଯୋଶୀ ,  ପ୍ରେମଲାଲ ସାଗର , ସୁରେଶ ଭଏସାଲ, ଜିଲ୍ଲା ଓ ବି ସି ସେଲ ସଭାପତି ଲିଙ୍ଗରାଜ ଯାଦବ,  ରାଜିନ୍ଦ୍ର ନାଏକ, ତ୍ରିଭୁବନ ନାଏକ ,ମାର୍ଖଣ୍ଡ ବେମାଲ , ନିମାଇ ଧଙ୍ଗଡାମାଝି , ଅରୁଣ ମାଝୀ, ରୀଙ୍କୁ ଦାସ ,ପୁର୍ବତନ ସରପଞ୍ଚ କୀର୍ତ୍ତନ ଶବର , ମଣିଭଦ୍ର ପଣ୍ଡା , ଯତୀନ୍ଦ୍ର ଦଳାଇ ,ଗୋକୁଳ ବାରିକ, କାମ ଧଙ୍ଗଡାମାଝୀ ପ୍ରମୁଖ ଉପସ୍ଥିତ ଥିଲେ।

ଡ଼ାଲଗୁମା ରୁ ମହେନ୍ଦ୍ର ଧରୁଆ ଙ୍କ ରିପୋର୍ଟ।

Related posts

ବିଶ୍ଵ ଜନସଂଖ୍ୟା ଦିବସ ପାଳିତ

Sunil Chandra Nayak

ଆମପାଣି ପୋଲିସ ଦ୍ୱାରା ସାର ବୋଝେଇ ମିନିଟ୍ରକ ଅଟକ, ତଦନ୍ତ କଲେ ଜିଲ୍ଲା କୃଷି ଅଧିକାରୀ

Sunil Chandra Nayak

ଶୃଙ୍ଖଳିତ ଭାବରେ ସମାପନ ହେଲା ପଞ୍ଚାୟତ ନିର୍ବାଚନ

Sunil Chandra Nayak

Leave a Comment

error: Content is protected !!