ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜଣା ଅଜଣା….ଅଦ୍ଭୁତ ଓ ଆଶ୍ଚର୍ଯ୍ୟ !!

୭୮ଜଣ ରାଣୀଙ୍କ ରାଜା ଏବେ ଜେଲ୍‌ରେ;

ପତ୍ନୀଙ୍କ ମଧ୍ୟରେ ଥିଲେ କିଛି ନାବାଳିକା

 ଜଣେ ଲୋକର ଗୋଟାଏ କିମ୍ବା ଦୁଇଟି ପତ୍ନୀ ଥିବା କଥା ଆପଣ ଶୁଣିଥିବେ କିନ୍ତୁ ଜଣେ ବ୍ୟକ୍ତି ତାଙ୍କର ୭୮ ଜଣ ପତ୍ନୀ। ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି କଥାଟି ସତ। ଏପରିକି ତାଙ୍କ ପତ୍ନୀଙ୍କ ମଧ୍ୟରେ ୧୨ ବର୍ଷୀୟା ନାବାଳିକା ମଧ୍ୟ ରହିଛନ୍ତି। ନାବାଳିକାଙ୍କୁ ଯୌନ ଶୋଷଣ ଅଭିଯୋଗରେ ବ୍ୟକ୍ତି ଜଣକ ଏବେ ଜେଲ୍‌ ଦଣ୍ଡ ଭୋଗୁଛନ୍ତି।

ଏବେ ସେହି ବ୍ୟକ୍ତିଙ୍କ ନାଁରେ ନେଟ୍‌ଫ୍ଲିକ୍ସରେ ଏକ ଡକ୍ୟୁମେଣ୍ଟାରି ରିଲିଜ୍‌ ବ୍ୟବସ୍ଥା କରାଯାଉଛି। ଏହି ଡକ୍ୟୁମେଣ୍ଟାରିରେ ତାଙ୍କର ସବୁ କଳାକାରନାମାର ଖୁଲାସା କରାଯିବ। ଏହି ବ୍ୟକ୍ତିଙ୍କ ନାମ ୱାରେନ୍‌ ଜେଫ୍‌ସ। ୬୬ ବର୍ଷିଅ ୱାରେନ୍‌ ନାବାଳିକାଙ୍କୁ ‌ଯୌନ ଶୋଷଣ କରିଥିବାରୁ ଏବେ ଜେଲ୍‌ରେ ଆଜୀବନ କାରାଦଣ୍ଡ ଭୋଗୁଛନ୍ତି।

ଗୋଟିଏ ସମୟରେ ସେ ଜଣେ ଭଲ ଭବିଷ୍ୟକାର ଭାବେ ଲୋକପ୍ରିୟ ଥିଲେ। କେହି କେହି ତାଙ୍କୁ ଜଣେ ଭଲ ଭବିଷ୍ୟକର୍ତ୍ତା ଭାବେ ସମ୍ମାନ ଦେଉଥି‌ବା ବେଳେ ଆଉ କେହି ଦେବଦୂତ ବୋଲି ମାନୁଥିଲେ।

ସେ ନିଜକୁ ନିଜେ ଈଶ୍ବରଙ୍କ ଭକ୍ତ ବୋଲି କହୁଥିଲେ। ନବେ ଦଶକ‌ରେ ତାଙ୍କର ପ୍ରାୟ ୧୦,୦୦୦ ଅନୁଗାମୀ ଥିଲେ। ତାଙ୍କ ଫାର୍ମ ହାଉସ୍‌ରେ ପ୍ରାୟ ୫୦୦ ମହିଳା ଓ ଶିଶୁ ରହୁଥିଲେ। ସେମାନଙ୍କ ମଧ୍ୟରୁ ଅନେକଙ୍କୁ ବିବାହ କରିଥିବା ବେଳେ ଜଣେ ୧୨ ବର୍ଷୀୟା ନାବାଳିକାଙ୍କୁ ବି ବିବାହ କରିିଥିଲେ। ସେହି ବିବାହକୁ ସେ ‘ଆଧ୍ୟାତ୍କିକ ବିବାହ’ର ନାମ ଦେଇଥିଲେ। ସେ ଜଣେ କି ଦୁଇ ଜଣ ନୁହଁ ଅନେକ ନାବାଳିକାଙ୍କ ଶୋଷଣ କରିଥିବା ଅଭିଯୋଗ ରହିଛି।

ଵିଦ୍ୟାଧର ସାହୁଙ୍କ ସଂଗୃହୀତ ରିପୋର୍ଟ….

Related posts

ଶୁଭଶ୍ରୀ  ପ୍ରଧାନ ଙ୍କ କବିତା ସକାଳ  ଜଣାଣ

ଭାରସାମ୍ୟ ହରାଇ ପଥରରେ ପିଟିହେଲେ ବାଇକ ଚାଳକ : ଗାଡି ଚାଳକଙ୍କୁ ଜିଲ୍ଲା ଚିକିତ୍ସାଲୟରେ ଭର୍ତି

Sunil Chandra Nayak

ବିନପୁର ଖେଳ ପଡ଼ିଆ ଠାରେ ମା ଧରଣୀ ଫୁଟବଲ ଟୁର୍ଣ୍ଣା ମେଣ୍ଟ ଉଦଯାପିତ

Sunil Chandra Nayak

Leave a Comment

error: Content is protected !!