ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସ୍ଵାସ୍ଥ୍ୟ

ଦେଶରେ ଉପରମୁହାଁ କରୋନା ସଂକ୍ରମଣ

 ବୃଦ୍ଧି ପାଉଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟମାନଙ୍କୁ ସତର୍କ ରହିବାକୁ ପରାମର୍ଶ ଜାରି କଲା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ

ସବୁ ରାଜ୍ୟର ପ୍ରମୁଖ ଶାସନ ସଚିବ ତଥା ସ୍ବାସ୍ଥ୍ୟ ସଚିବମାନଙ୍କୁ ଏକ ପତ୍ର ଲେଖି ସେ ଜଣାଇଛନ୍ତି ଯେ ଗତ ୪ ମାସରେ ହେଲା ଦେଶରେ କୋଭିଡ୍ ସଂକ୍ରମଣ କମିଚାଲିଥିଲା, କିନ୍ତୁ ଗତ ଦୁଇ ସପ୍ତାହ ହେଲା କେତେକ ରାଜ୍ୟରେ ପୁଣି ବୃଦ୍ଧି ପାଉଥିବା ଲକ୍ଷ୍ୟ କରାଯାଉଛି । ଜୁନ ପ୍ରଥମ ସପ୍ତାହରେ ଦୈନିକ ହାରାହାରି ୪୨୦୭ଟି ସଂକ୍ରମଣ ମାମଲା ଚିହ୍ନଟ ହୋଇଛି । ସେହିପରି ସାପ୍ତାହିକ ପଜିଟିଭିଟି ହାର ବି ବଢିଯାଇଛି । ଗତ ୨୪ ଘଣ୍ଟାରେ ଦେଶରେ ୭୨୪୦ଟି ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି ଓ ଏଗୁଡ଼ିକ ମଧ୍ୟରୁ ୮୧ ପ୍ରତିଶତ ୪ଟି ରାଜ୍ୟ ମହାରାଷ୍ଟ୍ର, କେରଳ, ଦିଲ୍ଲୀ ଓ କର୍ଣ୍ଣାଟକରୁ ଚିହ୍ନଟ ହୋଇଛି ।ଏହାକୁ ଦୃଷ୍ଟିରେ ରଖି ସତର୍କ ରହିବା ସହ ପରୀକ୍ଷଣ, ଚିକିତ୍ସା, ଟିକାକରଣ ଓ କୋଭିଡ୍ ନିରୋଧୀ ଆଚରଣ ଉପରେ ଗୁରୁତ୍ବ ଦେବାକୁ ସେ ରାଜ୍ୟମାନଙ୍କୁ ପରାମର୍ଶ ଦେଇଛନ୍ତି । ଯେଉଁ ଅଂଚଳଗୁଡ଼ିକରେ ଅଧିକ ମାମଲା ଦେଖାଯାଉଛି ସେଠାରେ ଅଧିକ ପରୀକ୍ଷା କରିବାକୁ ସେ ପରାମର୍ଶ ଦେଇଛନ୍ତି । ସେହିପରି ବିଦେଶରୁ ଆସୁଥିବା ଯାତ୍ରୀ, ଅଧିକ ସଂକ୍ରମଣ ଚିହ୍ନଟ ହେଉଥିବା କ୍ଲଷ୍ଟରରୁ ନମୁନା ସଂଗ୍ରହ କରି ଜିନୋମ ସିକ୍ବେନସିଂ କରିବାକୁ ପରାମର୍ଶ ଦିଆଯାଇଛି ।

ଵିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ବାଇକ୍ ରେ ଆସିଲେ, ଆମ୍ବୁଲାନ୍ସ ରେ ପ୍ରସବ 

masiha

ଡେଙ୍ଗୁ ଆକ୍ରାନ୍ତ ଶିଶିକୁ ରକ୍ତ ଦେଇ ବିପଦ ର ବନ୍ଧୁ ସାଜିଲେ ୪ ଯୁବକ

Sunil Chandra Nayak

ଡେଙ୍ଗୁ ନିରାକରଣ ମାସ ପାଳନ ପାଇଁ ସମ୍ମନୟ ବୈଠକ

Sunil Chandra Nayak

Leave a Comment

error: Content is protected !!