ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସ୍ଵାସ୍ଥ୍ୟ

ଦେଶରେ ଉପରମୁହାଁ କରୋନା ସଂକ୍ରମଣ

 ବୃଦ୍ଧି ପାଉଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟମାନଙ୍କୁ ସତର୍କ ରହିବାକୁ ପରାମର୍ଶ ଜାରି କଲା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ

ସବୁ ରାଜ୍ୟର ପ୍ରମୁଖ ଶାସନ ସଚିବ ତଥା ସ୍ବାସ୍ଥ୍ୟ ସଚିବମାନଙ୍କୁ ଏକ ପତ୍ର ଲେଖି ସେ ଜଣାଇଛନ୍ତି ଯେ ଗତ ୪ ମାସରେ ହେଲା ଦେଶରେ କୋଭିଡ୍ ସଂକ୍ରମଣ କମିଚାଲିଥିଲା, କିନ୍ତୁ ଗତ ଦୁଇ ସପ୍ତାହ ହେଲା କେତେକ ରାଜ୍ୟରେ ପୁଣି ବୃଦ୍ଧି ପାଉଥିବା ଲକ୍ଷ୍ୟ କରାଯାଉଛି । ଜୁନ ପ୍ରଥମ ସପ୍ତାହରେ ଦୈନିକ ହାରାହାରି ୪୨୦୭ଟି ସଂକ୍ରମଣ ମାମଲା ଚିହ୍ନଟ ହୋଇଛି । ସେହିପରି ସାପ୍ତାହିକ ପଜିଟିଭିଟି ହାର ବି ବଢିଯାଇଛି । ଗତ ୨୪ ଘଣ୍ଟାରେ ଦେଶରେ ୭୨୪୦ଟି ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି ଓ ଏଗୁଡ଼ିକ ମଧ୍ୟରୁ ୮୧ ପ୍ରତିଶତ ୪ଟି ରାଜ୍ୟ ମହାରାଷ୍ଟ୍ର, କେରଳ, ଦିଲ୍ଲୀ ଓ କର୍ଣ୍ଣାଟକରୁ ଚିହ୍ନଟ ହୋଇଛି ।ଏହାକୁ ଦୃଷ୍ଟିରେ ରଖି ସତର୍କ ରହିବା ସହ ପରୀକ୍ଷଣ, ଚିକିତ୍ସା, ଟିକାକରଣ ଓ କୋଭିଡ୍ ନିରୋଧୀ ଆଚରଣ ଉପରେ ଗୁରୁତ୍ବ ଦେବାକୁ ସେ ରାଜ୍ୟମାନଙ୍କୁ ପରାମର୍ଶ ଦେଇଛନ୍ତି । ଯେଉଁ ଅଂଚଳଗୁଡ଼ିକରେ ଅଧିକ ମାମଲା ଦେଖାଯାଉଛି ସେଠାରେ ଅଧିକ ପରୀକ୍ଷା କରିବାକୁ ସେ ପରାମର୍ଶ ଦେଇଛନ୍ତି । ସେହିପରି ବିଦେଶରୁ ଆସୁଥିବା ଯାତ୍ରୀ, ଅଧିକ ସଂକ୍ରମଣ ଚିହ୍ନଟ ହେଉଥିବା କ୍ଲଷ୍ଟରରୁ ନମୁନା ସଂଗ୍ରହ କରି ଜିନୋମ ସିକ୍ବେନସିଂ କରିବାକୁ ପରାମର୍ଶ ଦିଆଯାଇଛି ।

ଵିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ବିପଦରେ ଗୋ ସମ୍ପଦ,ଅଜଣା ରୋଗରେ ଆକ୍ରାନ୍ତ ହୋଇ ଅନେକ ମୃତ୍ୟୁ ଅନେକ ଗୁରୁତର

Sunil Chandra Nayak

ଲୋକେ ସହଜରେ ଚକ୍ଷୁଦାନ କରିପାରିବେ

Sunil Chandra Nayak

ଏକ୍ସ ରେ ମେସିନ ଅଛି, ଟେକ୍ନିସିଏନ ଅଛନ୍ତି ହେଲେ କାମରେ ଆସୁନି, କାର୍ଯ୍ୟକ୍ଷମ କରିବାକୁ ଦାବି

Leave a Comment

error: Content is protected !!