ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଓଡିଶା ଯୋଜନା ଏବଂ ସମନ୍ଵୟ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ ଙ୍କୁ ଖଡ଼ିଆଳ ଠାରେ ବିପୁଳ ସମ୍ବର୍ଦ୍ଧନା

ନୂଆପଡା ଜିଲ୍ଲା ଖଡ଼ିଆଳ ଠାରେ ବିଜୁ ଜନତା ଦଳ ପକ୍ଷରୁ ଓଡିଶା ଯୋଜନା ଏବଂ ସମନ୍ଵୟ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆଙ୍କୁ ବିପୁଳ ସମ୍ବର୍ଦ୍ଧନା ଦିଆଯାଇଅଛି। ଆଜି ପ୍ରଥମେ ଖଡ଼ିଆଳ ୩୫୩ ନଂମ୍ବର ଜାତୀୟ ରାଜପଥରେ ରୋଡ଼ସୋ ଅନୁଷ୍ଠିତ ହୋଇଥିବା ବେଳେ ଖଡ଼ିଆଳ ଅଗ୍ରସେନ ଧର୍ମଶାଳା ଠାରେ ଏକ ସ୍ଵଂଗତ ଓ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଅଛି। ଏହି ସଭାରେ ନଗର ସଭାପତି ଦୀପକ କୁମାର ଖମାରି ସଭାପତିତ୍ଵ କରିଥିବା ବେଳେ ଜିଲ୍ଲା ସାଧାରଣ ସମ୍ପାଦକ ଲମ୍ବୋଦର ନିଆଲ ସ୍ଵଂ।ଗତ କରିଥିଲେ। ନୂଆପଡା ଜିଲ୍ଲା କୁ ଦୀର୍ଘ ୧୩ ବର୍ଷ ପରେ ମନ୍ତ୍ରୀପଦ ମିଳି ଥିବାରୁ ଜିଲ୍ଳା ବିଜେଡି କର୍ମୀ ମହଲରେ ଖୁସି ଲହରୀ ରହିଥିବା ବେଳେ ଉତ୍ସାହ ଜାଗ୍ରତ ହୋଇଅଛି। ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ ନବୀନ ପଟ୍ଟନାୟକ ଏବଂ ପଣ୍ଡିଆନ ଙ୍କୁ ଧନ୍ୟବାଦ ଦେଇଛନ୍ତି। ନିଜ କର୍ତ୍ତବ୍ୟ ପାଳନ ରେ କୌଣସି ଅବହେଳା କରିବେ ନାହିଁ ନିଷ୍ଠାର ସହଁ ଦାୟିତ୍ବ ସମ୍ପାଦନ କରିବାକୁ ଆହ୍ବାନ କରିଛନ୍ତି। ଦଳର ସ୍ଥିତିକୁ ଆହୁରି ମଜଭୁତ କରିବା ପାଇଁ କର୍ମୀଙ୍କୁ ଆହ୍ବାନ କରିଛନ୍ତି । ଏହି ସଭାରେ ଜିଲ୍ଲା ସଭାପତି ମନୋଜ ମିଶ୍ର ,ପର୍ଯ୍ୟବେକ୍ଷକ ହରେ କୃଷ୍ଣ ଷଡ଼ଙ୍ଗୀ , ଜିଲ୍ଲା ପରିଷଦ ଅଧ୍ୟକ୍ଷ ଡଲି ମାଝି , ଚିତ୍ତରଞ୍ଜନ ବେହେରା ,ମାଲ୍ୟୟବନ୍ତ ସୁନା ,ଅବନୀ ଯୋଶୀ , ବିଜେଡି ଜିଲ୍ଲା ଉପ ସଭାପତି ମନୋଜ ଦୀପ ,ଭାନୁ ମାଝୀ , ହଋଷଚନ୍ଦ୍ର ପଣ୍ଡା ,ପ୍ରମୁଖ ଉପସ୍ଥିତ ଥିଲେ।ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ ।

Related posts

ବଡଓଲମା ରାସ୍ତାରେ ଗଛ ପଡି ରାସ୍ତା ଅବରୋଧ

Sunil Chandra Nayak

ଶରତ ଚନ୍ଦ୍ର ପଣ୍ଡା ଙ୍କ କବିତା ସନ୍ଦେହ

Sunil Chandra Nayak

ତୁମୁରା ଧାନମଣ୍ଡି ଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା 

Sunil Chandra Nayak

Leave a Comment

error: Content is protected !!