ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଉଷଶ୍ରୀ ଜେନା ଙ୍କ କବିତା ଜୀବନ ଓ ଯନ୍ତ୍ରଣା 

ଜୀବନ ଓ ଯନ୍ତ୍ରଣା 

 

ଜୀବନର କେତେ ଅକୁହା କଥାକୁ  

ଅନ୍ତରେ ସାଇତି ରଖି ,

ଛାତି ତଳେ ନିତି ଖେଳୁଥାଏ ହୋଲି 

ରକତର ରଙ୍ଗ ମାଖି ।

 

ଯନ୍ତ୍ରଣା ନିଆଁ ରେ ଜଳୁଛି ଆଜି ମୁଁ 

ଛାତିରେ ଛାତି ଏ କୋହ ,

ଆଜି ମୁଁ ଜାଣିଲି ଏଇ ଦୁନିଆରେ

ନିଜର କେବଳ ଲୁହ।

 

ଗୋଟିଏ ଛାତିରେ ଦୁଇଟି ହୃଦୟ 

ଦେଲୁନି ଜଗତ କର୍ତ୍ତା ?

ଯନ୍ତ୍ରଣା ରେ ଯେବେ ଗୋଟିଏ ଭାଙ୍ଗନ୍ତା 

ଅନ୍ୟଟିରେ ଜିଇଁ ହୁଅନ୍ତା ।

 

ମିଛ ମାୟା ର ଏ ସଂସାରେ ଆଜି ମୁଁ

 ହୋଇଯାଏ ଯେବେ ଛନ୍ଦି,

ଯନ୍ତ୍ରଣା ର କୋଳେ ଦୁଃଖରେ ହସେ ମୁଁ 

ଦିନ ଯାଏ କାନ୍ଦି କାନ୍ଦି ।

 

ଯନ୍ତ୍ରଣା ଜୁଇରେ ଜଳିଯାଏ ମୁହିଁ

ଅକୁହାକାହାଣୀ ହେଇ ,

ବଞ୍ଚିବାଟା ଖାଲି ବାହାନା ଗୋଟିଏ 

କା ଆଗେ ପାରୁନି କହି ।

 

ମରିଗଲା ପରେ ମଶାଣି ଭୂମିରେ 

ଯଦି ବା ପାଉଁଶ ହୁଏ ,

ତଥାପି ଜୀବନ ଉଡ଼ି ମୁଁ କହିବି 

ତତେ ହିଁ ମୁଁ ଭଲ ପାଏ ।

 

ଉଷଶ୍ରୀ ଜେନା 

ଭୁବନେଶ୍ୱର

Related posts

ଢେଙ୍କାନାଳ ଜିଲ୍ଲା ଆନ୍ତଃ ବିଦ୍ୟାଳୟ ବାଳିକା ସପ୍ତଦିବସୀୟ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ -୨୦୨୨ର ୫ମ ଦିବସର କାର୍ଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak

ନର୍ମଦା ନାୟକ ଙ୍କ କବିତା ଜୀବନ ନଈ

Sunil Chandra Nayak

ଶୌଚାଳୟ ବ୍ୟବହୃତ କରିବା ସହ ପଥ ପ୍ରାନ୍ତ ସେବା କରିବା ନେଇ ସାଧାରଣରେ ଦାବି

Sunil Chandra Nayak

Leave a Comment

error: Content is protected !!