ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଉଷଶ୍ରୀ ଜେନା ଙ୍କ କବିତା ଜୀବନ ଓ ଯନ୍ତ୍ରଣା 

ଜୀବନ ଓ ଯନ୍ତ୍ରଣା 

 

ଜୀବନର କେତେ ଅକୁହା କଥାକୁ  

ଅନ୍ତରେ ସାଇତି ରଖି ,

ଛାତି ତଳେ ନିତି ଖେଳୁଥାଏ ହୋଲି 

ରକତର ରଙ୍ଗ ମାଖି ।

 

ଯନ୍ତ୍ରଣା ନିଆଁ ରେ ଜଳୁଛି ଆଜି ମୁଁ 

ଛାତିରେ ଛାତି ଏ କୋହ ,

ଆଜି ମୁଁ ଜାଣିଲି ଏଇ ଦୁନିଆରେ

ନିଜର କେବଳ ଲୁହ।

 

ଗୋଟିଏ ଛାତିରେ ଦୁଇଟି ହୃଦୟ 

ଦେଲୁନି ଜଗତ କର୍ତ୍ତା ?

ଯନ୍ତ୍ରଣା ରେ ଯେବେ ଗୋଟିଏ ଭାଙ୍ଗନ୍ତା 

ଅନ୍ୟଟିରେ ଜିଇଁ ହୁଅନ୍ତା ।

 

ମିଛ ମାୟା ର ଏ ସଂସାରେ ଆଜି ମୁଁ

 ହୋଇଯାଏ ଯେବେ ଛନ୍ଦି,

ଯନ୍ତ୍ରଣା ର କୋଳେ ଦୁଃଖରେ ହସେ ମୁଁ 

ଦିନ ଯାଏ କାନ୍ଦି କାନ୍ଦି ।

 

ଯନ୍ତ୍ରଣା ଜୁଇରେ ଜଳିଯାଏ ମୁହିଁ

ଅକୁହାକାହାଣୀ ହେଇ ,

ବଞ୍ଚିବାଟା ଖାଲି ବାହାନା ଗୋଟିଏ 

କା ଆଗେ ପାରୁନି କହି ।

 

ମରିଗଲା ପରେ ମଶାଣି ଭୂମିରେ 

ଯଦି ବା ପାଉଁଶ ହୁଏ ,

ତଥାପି ଜୀବନ ଉଡ଼ି ମୁଁ କହିବି 

ତତେ ହିଁ ମୁଁ ଭଲ ପାଏ ।

 

ଉଷଶ୍ରୀ ଜେନା 

ଭୁବନେଶ୍ୱର

Related posts

ଗିଦିଘାଟୀ ଏବଂ ହେଁସଡା ଠାରେ ସାନ୍ତଳୀ ହୁଲ ମାହା (କ୍ରାନ୍ତି ଦିବସ) ପାଳିତ

Sunil Chandra Nayak

ଅସୁରଗଡରେ ଆଦିସ୍କନ୍ଧ ସମାଜର ବାର୍ଷିକ ସମ୍ମିଳନୀ

ବିଷ ଖାଇ ଯୁବକର ଆତ୍ମହତ୍ୟା

Leave a Comment

error: Content is protected !!