ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କୃଷି ଭିତ୍ତିକ ପର୍ବ ମା ଠାକୁରାଣୀ ଡୋକରି ବୁଡ଼ି ଙ୍କ ମଣ୍ଡେଇ ଯାତ୍ରା ଅନୁଷ୍ଠିତ

 ଜୟ ପାଟଣା -: କଳାହାଣ୍ଡି ଜିଲ୍ଲା ଜୟପାଟଣା ରେ କାଲି ମହା ସମାରୋହ ରେ କୃଷି ଭିତ୍ତିକ ପର୍ବ ମା ଠାକୁରାଣୀ ଡୋକରି ବୁଡ଼ି ଙ୍କ ମଣ୍ଡେଇ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ରାଜା ରଜୁଡ଼ା ଅମଳ ରୁ ପ୍ରତି ବର୍ଷ ଏହି ପର୍ବ ପାଳିତ ହୋଇ ଆସୁଛି। ଅଞ୍ଚଳ ର ଦେବୀ ପୀଠ ଆଜ୍ଞା ମାଳ ଓ ଲାଠି,ଗାଦି ଆସି ଡୋକରି ମନ୍ଦିର ରେ ଏକତ୍ରିତ ହୁଅନ୍ତି। ଡୋକରି ମନ୍ଦିର ରୁ ରଜବତି ରେ ଥିବା ମା କନକ ଦୁର୍ଗା ମନ୍ଦିର ଙ୍କୁ ଏକ ପାରମ୍ପରିକ ଶୋଭାଯାତ୍ରା ରେ ଯାଇ ପୂଜା ଅର୍ଚ୍ଚନା କଳା ପରେ ପୁଣି ନଗର ପରିକ୍ରମା କରି ଡୋକରି ମନ୍ଦିର କୁ ପ୍ରତ୍ୟାବର୍ତ୍ତନ କରନ୍ତି। ଅଞ୍ଚଳ ର ସମସ୍ତ ଦେବୀ ଙ୍କୁ ଏକାଠି ଦର୍ଶନ କରି ଅଞ୍ଚଳ ବାସି ମାନେ ନିରୋଗ ଜୀବନ ଯାପନ କରିବା ପାଇଁ କାମନା କରାଇଥାନ୍ତି। ଏହି ପର୍ବ ଖରିଫ ଚାଷ ପୂର୍ବ ରୁ କରା ଯାଇଥାଏ। ଯେପରି ଭଲ ବର୍ଷା ଓ ଆୟ  ହେବ ବୋଲି ମା ଙ୍କ ପାଖରେ ଗୁହାରି କରିଥାଆନ୍ତି। ଏଥିରେ ସ୍ଥାନୀୟ ଅଞ୍ଚଳ ର ହଜାର ହଜାର ଶ୍ରଦ୍ଧାଳୁ ଯୋଗ ଦେଇ ଥିଲେ। ଏବଂ ସାପ୍ତାହିକ ବଜାର ମଧ୍ୟ ମା ଙ୍କ ପାଖରେ ବସି ଥିଲା। ଶ୍ରଦ୍ଧାଳୁ ନିଜ ନିଜ ଚାହିଦା ମୁତାବକ ଜିନିଷପତ୍ର କିଣିଥିଲେ। ଉକ୍ତ ପରିପ୍ରେଖି ରେ ଓଡ଼ିଶା ଅଖିଳ ଭାରତୀୟ ମାରୱାଡ଼ି ମହିଳା ଶାଖା ଜୟପାଟଣା ତରଫ ରୁ ମୃଦୁ ପାନୀୟ ଜଳ ଗଣେଶ ମନ୍ଦିର ପ୍ରାଙ୍ଗଣ ରେ ବଣ୍ଟା ଯାଇଥିଲା।

ଜୟ ପାଟଣା ରୁ ହୃଷିକେଶ ମୁଣ୍ଡ ଙ୍କ ରିପୋର୍ଟ।

Related posts

ବାଲେଶ୍ବର – ଝଡତୋଫାନରେ ଗଛପଡି ରାସ୍ତା ଅବରୋଧ, ଭାଙ୍ଗିଲା ଘର

Sunil Chandra Nayak

ନୂଆପଡ଼ା ଜିଲ୍ଲାରେ ଅନୁଷ୍ଠିତ ଉପନିର୍ବାଚନରେ ଗଣତି ଶେଷ 

ବେହେରା ଲଖିରାମ ଅଗ୍ରଓ୍ୱାଲ ଉଚ୍ଚ ମାଧ୍ଯମିକ ବିଦ୍ଯାଳୟ ରେ ଛାତ୍ରୀ ଆତ୍ମସୁରକ୍ଷା ତାଲିମ ଶିବିର ଉଦଯାପିତ

Sunil Chandra Nayak

Leave a Comment

error: Content is protected !!