ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବଜାର ଜରିଆରେ ସମୃଦ୍ଧି ସୃଷ୍ଟି ଆଲୋଚନା ଚକ୍ର ଅନୁଷ୍ଠିତ

ରାଉରକେଲା/ ଭାରତର ସ୍ଵାଧୀନତା ୭୫ବର୍ଷ ଆଜାଦ କି ଅମୃତ ମହୋତ୍ସବ ସମ୍ମିଳନୀ ପାଳନ ଅବସରରେ ବଜାର ଜରିଆରେ ସମୃଦ୍ଧି ସୃଷ୍ଟି ସଂପର୍କରେ ଆଲୋଚନାଚକ୍ର ଏନଆଇଟି ପ୍ରେକ୍ଷାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ର ସରକାରଙ୍କ ନିବେଶ ଏବଂ ସର୍ବସାଧାରଣଙ୍କ ସଂପତ୍ତିର ସର୍ବେକ୍ଷଣ ସଂସ୍ଥା ଦ୍ବାରା ଆୟୋଜିତ ଆଭାସୀ ବୈଠକରେ କେନ୍ଦ୍ର ଅର୍ଥ ଓ କର୍ପୋରେଟ ବ୍ୟପାର ମନ୍ତ୍ରୀ ନିର୍ମଳା ସୀତାରମଣ ଉଦଘାଟନୀ ବକ୍ତବ୍ଯ ରଖି କେନ୍ଦ୍ର ସରକାରଙ୍କ ଆର୍ଥିକ ସମୃଦ୍ଧି ପାଇଁ ବିଭିନ୍ନ ଯୋଜନା ସଂପର୍କରେ ଆଲୋଚନା କରିଥିଲେ। ଅନ୍ୟତମ ଅତିଥି ଭାବେ କେନ୍ଦ୍ର ବିତ୍ତ ବିଭାଗର ରାଜ୍ୟ ମନ୍ତ୍ରୀ ଡାକ୍ତର ଭାଗବତ କିସନରାଓ କରତ ଆଲୋଚ୍ୟ ବିଷୟ ସଂପର୍କରେ ଆଭିମୁଖ୍ଯ ସ୍ପଷ୍ଟ କରିଥିଲେ। ଏହି କାର୍ଯ୍ୟକ୍ରମ ସମଗ୍ର ଦେଶରେ ୭୫ଟି ସହରରେ ବ୍ୟାପକ ଭାବେ ଆୟୋଜନ କରାଯାଇଥିବା ବେଳେଏହି କ୍ରମରେ ରାଉରକେଲା ଏନଆଇଟି ଠାରେ ଆଭାସୀ କାର୍ଯ୍ୟକ୍ରମ ମାଧ୍ୟମରେ ଆୟୋଜନ କରାଯାଇଥିଲା। ଭାରତୀୟ ଷ୍ଟେଟ ବ୍ୟାଙ୍କ ସୁନ୍ଦରଗଡର ଲିଡ୍ ପ୍ରବନ୍ଧକ ଡନ୍ ବୋସକୋ ଙ୍କ ଆବାହକତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ଆରଏସପି ଭାରପ୍ରାପ୍ତ ନିର୍ଦ୍ଦେଶକ ଅତନୁ ଭୌମିକ ମୁଖ୍ୟଅତିଥି ଭାବେ କାର୍ଯ୍ୟକ୍ରମକୁ ଉଦଘାଟନ କରିବା ସହ’ ବଜାର ଜରିଆରେ ସଂପତ୍ତି ସୃଷ୍ଟି ‘ରେ ଆରଏସପି ର ଯୋଗଦାନ ସଂପର୍କରେ ବକ୍ତବ୍ଯ ରଖିଥିଲେ। ସେ କହିଲେ ଯେ ଆରଏସପି ପ୍ରାରମ୍ଭରେ ଏକ ମିଲିଅନ ଟନ ଇସ୍ପାତ ଉତ୍ପାଦନ କରୁଥିବାବେଳେ ସଂପ୍ରତି ଏହା ୪.୫ ମିଲିଅନ ଟନ ଇସ୍ପାତ ଉତ୍ପାଦନ କରି ନିଜର ତଥା ଦେଶର ସମୃଦ୍ଧି ରେ ସହାୟକ ହୋଇପାରିଛି। ଆଗାମୀ ଦିନରେ ଏହା କିପରି ବ୍ୟାପକ କରାଯାଇ ପାରିବ ସେଥିପ୍ରତି ଧ୍ୟାନ ଦିଆଯାଇଛି। ସେହିପରି ସମ୍ମାନିତ ବକ୍ତା ଭାବେ ଏନଏସଇ ର ଚିନ୍ମୟ ମଲ୍ଲିକ ପୁଞ୍ଜି ବଜାରରେ ଉପଯୁକ୍ତ ଅର୍ଥ ବିନିଯୋଗ, ସିଡିଏସଏଲ ର ଅର୍ଘ୍ଯ ମଜୁମଦାର ପୁଞ୍ଜି ଲଗାଣରେ ସଚେତନତା, ଅର୍ଥନୀତି ବିଶେଷଜ୍ଞ ନଳିନୀକାନ୍ତ ଧର ଆତ୍ମନିର୍ଭର ଭାରତ ସୃଷ୍ଟି ପାଇଁ ଉପାଦାନ, ଆରଏସପି ର ସହାୟକ ପ୍ରବନ୍ଧକ ଆର.ଆର.ଷଡଙ୍ଗୀ ସଞ୍ଚୟ ବନାମ ପୁଞ୍ଜି ବିନିଯୋଗ ଓ ୟୁଟିଆଇ ର ସହାୟକ ପ୍ରବନ୍ଧକ ଟୁଣ୍ଟୁ କୁମାର ସାହୁ ଅର୍ଥନୈତିକ ସାକ୍ଷରତା, ଅର୍ଥନୀତି ର ପଥ ସୁଗମ କରେ ସଂପର୍କରେ ଆଲୋଚନା କରିଥିଲେ। ଏହା ପରେ ଅତିଥି ମାନଙ୍କ ସହ ଶ୍ରୋତା ମଣ୍ଡଳୀ ଙ୍କ ମଧ୍ୟରେ ଭାବ ବିନିମୟ ସହ ପ୍ରଶ୍ନୋତ୍ତରୀ କାର୍ଯ୍ୟକ୍ରମ କରାଯାଇଥିଲା। ଶେଷରେ ଆବାହକ ଶ୍ରୀ ବୋସ୍କୋ ଧନ୍ୟବାଦ ଅର୍ପଣ କରିବା ସହ ଅତିଥି ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ଏସବିଆଇ ର ଆଞ୍ଚଳିକ ଅଧିକାରୀ ଅଜୟ କୁମାର ନାୟକ, ଏନଆଇଟି ଏସବିଆଇ ର ମୁଖ୍ୟ ପ୍ରବନ୍ଧକ ଅଜୟ ଶଙ୍କର, ରସମେକ ର ମୁଖ୍ୟ ପ୍ରବନ୍ଧକ ରୋଶନ ପଟେଲ, ଇନକମଟ୍ୟାକ୍ସ ର ସହ କମିଶନର ପ୍ରତୀକ କୁମାର ମିଶ୍ର, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ର ପ୍ରଫୁଲ୍ଲ କୁମାର ଦାସ ତଥା ସହରର ବହୁ ବୁଦ୍ଧିଜୀବୀ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରାଇଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ।

Related posts

ମହାରାଜ ହୋଟେଲ ମାଲିକଙ୍କ ମୃତ୍ୟୁବରଣ

Sunil Chandra Nayak

ଆଦରମଣି ପ୍ରଧାନ ଙ୍କ ଗଳ୍ପ ଶୂନ୍ୟ ପଥର ସହଯାତ୍ରୀ

Sunil Chandra Nayak

ଆଦରମଣି ପ୍ରଧାନ,ଗୋଲାପୀ ଙ୍କ କବିତା ତୁମେ କିଏ

Leave a Comment

error: Content is protected !!