ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପ୍ରଶାନ୍ତ କୁମାର ନାଥ ଙ୍କ କବିତା ଵାରାଙ୍ଗନା

ଵାରାଙ୍ଗନା

 

  ପ୍ରଶାନ୍ତ କୁମାର ନାଥ

 

ସାଜି ଅଛି ସିନା ବାରାଙ୍ଗନା ମୁହିଁ

    ଵାର ଅଗଣାରେ ଯାଇ

ଲିଭାଇ ଥାଏ ମୁଁ କାମନା ନିଆଁକୁ

    ନିଜେ ଜଳି ପୋଡି ହେଇ। 

 

କିଏସେ ଵୁଝିବ ମନର ବେଦନା

    ଅନ୍ତରରେ ନାହିଁ ନିଆଁ

ତଥାପି ଦୁନିଆଁ କରୁଥାଏ ଘୃଣା

    ଏ ନାମକୁ ଶୁଣି କିଆଁ। 

 

କାମନା ନିଆଁକୁ ଲିଭାଇବା ପାଇଁ

    କାର ଅଛି ଅବା ଶକ୍ତି

ମୁଁ ଯଦି ପାରିଲି ଲିଭେଇ ଅଣ୍ଟିରେ

    କିବା ନାହିଁ ମୋର ମୁକ୍ତି। 

 

ସାଜେ ନାହିଁ ନାରୀ ନିଜେ ବାରାଙ୍ଗନା

     ସଜାଇ ଦିଏ ପୁରୁଷ

ଭରସା ବିଶ୍ଵାସ ଲୁଟି ନେଲା ପରେ

     ନାରୀ ହେଇ ଯାଏ ଶେଷ। 

 

ରୂପ ମୋର ସିନା ସଜ ଫୁଲ ପରି

     ମନ ମୋର ଵୃନ୍ତ ଚୁତ୍ତ

ଦୁନିଆଁ ହାଟରେ ନାଆଁଟି କେଵଳ

     ବେଶ୍ୟା ନାମେ ପରିଚିତ।।

ପ୍ରଶାନ୍ତ କୁମାର ନାଥ
 ଜୁଣଗଡି ରାଜନଗର କେନ୍ଦ୍ରାପଡ଼ା

Related posts

କୋକସରା ଫେନ୍ସି ଦୋକାନରୁ ଲକ୍ଷାଧିକ ଟଙ୍କାର ମୋବାଇଲ ଓ ନଗଦ ଲୁଟ ,ପୁଲିସର ତଦନ୍ତ ଜାରି

Sunil Chandra Nayak

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

Sunil Chandra Nayak

ଅପରାଜିତା ପରିଡା ଙ୍କ କବିତା ତିନି ତୁଣ୍ଡରେ 

Sunil Chandra Nayak

Leave a Comment

error: Content is protected !!