ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜୀବନ ବିଦ୍ୟାଳୟର ରୂପାନ୍ତରିତ ବିକାଶ ପ୍ରକ୍ରିୟା କାର୍ଯ୍ୟକ୍ରମ ଉଦଯାପିତ

ନର୍ଲା (ମନିସ) ଗତ ୬ ତାରିଖ ଠାରୁ ଘଣ୍ଟମାଳ ପ୍ରାଥମିକ ବିଦ୍ୟାଳୟ ପରିସରରେ ଆରମ୍ଭ ହୋଇଥିବା ୱ।ଲର୍ଡ ଭିଜନ ସଂଗଠନର ଜୀବନ ବିଦ୍ୟାଳୟର ରୂପାନ୍ତରିତ ବିକାଶ ପ୍ରକ୍ରିୟା କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି। ପାଞ୍ଚ ଦିନ ବ୍ୟାପୀ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଘଣ୍ଟମାଳ ପଞ୍ଚାୟତର ସରପଞ୍ଚ ଦେବେନ୍ଦ୍ର କୁମାର ସା ସଭାକାର୍ଯ୍ୟରେ ସଭାପତିତ୍ବ କରିଥିବା ବେଳେ ୱ।ଲ୍ଡ ଭିଜନ ମ୍ୟାନେଜର ଟି କ୍ରିଷ୍ଣାଙ୍କ ତତ୍ବାବଧାନରେ ଆଠ ଗୋଟି ବ୍ଳକ ଅଞ୍ଚଳରେ ଏହି କାର୍ଯ୍ୟକ୍ରମ ସୁଚାରୁରୂପେ ସମ୍ପାଦନା ହୋଇଥିବା ଜଣାଯାଏ। ଘଣ୍ଟମାଳ ଓ ଗାଡେବନ୍ଧ ପଞ୍ଚାୟତର ୪୫୦ ଜଣ ଛାତ୍ରଛାତ୍ରୀ ମାନଙ୍କୁ ନେଇ ଶିଶୁଙ୍କ ବିକାଶ ଦିଗରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମହିଳାଙ୍କ ଉପରେ ନିର୍ଯ୍ୟାତନା ବୃଦ୍ଧି ପାଇଥିବା ଯୋଗୁଁ ଏହାର ନିରାକରଣ ଓ ସଚେତନତା ସୃଷ୍ଟି ପାଇଁ ପାଞ୍ଚ ଗୋଟି ନାଟକ ମଧ୍ୟ ଆୟୋଜନ କରାଯାଇଥିଲା। ଉଦଯାପନ ସଭାରେ ମୁଖ୍ୟ ଅତିଥି ରୂପେ କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ, ମୁଖ୍ୟ ବକ୍ତା ଭାବେ ନର୍ଲାରୋଡ ଜୟଦୁର୍ଗା ହାଇସ୍କୁଲର ବିଜ୍ଞାନ ଶିକ୍ଷକ ସନ୍ତୋଷ କର, ସମ୍ମାନିତ ଅତିଥି ଭାବେ ଶିକ୍ଷାବିତ ତରୁଣ କୁମାର ନାଏକ, ତ୍ରିବିକ୍ରମ ଷଡ଼ଙ୍ଗୀ, ଗାଡେବନ୍ଧ ସରପଞ୍ଚ କବିତା ବାଗ ପ୍ରମୁଖ ଯୋଗଦାନ କରିଥିଲେ। ସଭାରେ ମନୋଜ କୁମାର ସା, ଯୁଧିଷ୍ଠିର ଗଉଡ, ସୁକାନ୍ତ ପଧାନ ସହ ସ୍ଥାନୀୟ ୱ।ର୍ଡ ସଭ୍ୟ, ନାଏକ ସରପଞ୍ଚ ଓ ୱ।ଲ୍ଡ ଭିଜନ କର୍ମଚାରୀ ସହଯୋଗ କରିଥିଲେ।ମଞ୍ଚ ପରିଚାଳନା ନରୋତ୍ତମ କରୁଆଁ ଓ ଶେଷରେ ସ୍ଵେଚ୍ଛାସେବୀ କାଶିନାଥ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ।

ପ୍ରଦୀପ କୁମାର ଗଉଡ ନର୍ଲା ମସୀହା ପ୍ରତିନିଧି।

Related posts

ବସ ଚକ ତଳେ ଚାପି ହୋଇ ବୃଦ୍ଧାଙ୍କ ମୃତ୍ୟୁ

Sunil Chandra Nayak

ଧର୍ମଗଡ ଠାରେ ଜିଲ୍ଲା ସ୍ତରୀୟ ବିଶ୍ୱ ଆଦିବାସୀ ଦିବସ ପାଳିତ, ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ଆଦିବାସୀ ଙ୍କ ଶୋଭାଯାତ୍ରା

Sunil Chandra Nayak

କାମନା କାଳିକା ପୀଠ ରେ ଅମାବାସ୍ୟା ଯଜ୍ଞ ମହୋତ୍ସବ ପ୍ରସ୍ତୁତି ବୈଠକ

Sunil Chandra Nayak

Leave a Comment

error: Content is protected !!