ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜୁଲାଇ ୧ରୁ ସାରା ରାଜ୍ୟରେ ଘରୋଇ ବସ୍‌ ଚଳାଚଳ ବନ୍ଦ

ରାଜ୍ୟର ୧୪ ହଜାର ଘରୋଇ ବସ୍‌ ଅନିର୍ଦ୍ଦିଷ୍ଟ କାଳ ପାଇଁ ଜୁଲାଇ ୧ରୁ ବନ୍ଦ ରହିବ ବୋଲି ସଂଘର ସଭାପତି ଚେତାବନୀ

୯ ଦଫା ଦାବି ପୂରଣ ନେଇ ରାଜରାସ୍ତାକୁ ଓହ୍ଲାଇବେ ଘରୋଇ ବସ୍ ମାଲିକ ସଂଘ,ଜୁଲାଇ ୧ ତାରିଖରୁ ସାରା ରାଜ୍ୟରେ ବନ୍ଦ ରହିବ ଘରୋଇ ବସ୍‌ ସେବା । ଏନେଇ ରାଜ୍ୟ ଘରୋଇ ବସ୍‌ ମାଲିକ ସଂଘ ପକ୍ଷରୁ ସୂଚନା ଦିଆଯାଇଛି । ଶନିବାର ଘରୋଇ ବସ୍‌ ସଂଘର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ପରେ ସଂଘର ସଭାପତି ଏହି ସୂଚନା ଦେଇଛନ୍ତି।

୯ ଦଫା ଦାବି ପୂରଣ ପାଇଁ ଏପରି ଧମକ ଦେଇଛି ବସ୍‌ ମାଲିକ ସଂଘ। ପରମିଟ୍‌ଗୁଡ଼ିକୁ ତୃତୀୟ ପକ୍ଷକୁ ହସ୍ତାନ୍ତର ନିଷ୍ପତ୍ତି କାର୍ଯ୍ୟକାରୀ ନ କରିବା, ବସ୍‌ଗୁଡିକୁ ସ୍ଥାୟୀ ପରମିଟ୍‌ ନ ଦେବା, ମଙ୍ଗୁଳିଠାରୁ ସମ୍ବଲପୁର ପର୍ଯ୍ୟନ୍ତ ଜାତୀୟ ରାଜପଥ-୫୫ର ନିର୍ମାଣ କାର୍ଯ୍ୟରେ ବିଳମ୍ବ, ଯାତ୍ରୀବାହୀ ବସ୍‌ଗୁଡ଼ିକ ଜାତୀୟ ରାଜପଥ ଉପରେ ଯାତ୍ରୀ ଓହ୍ଲାଇବା ଓ ଚଢ଼ାଇବା ପାଇଁ ସରକାର କୌଣସି ସ୍ଥାନ ନ ଦେବା, କୋଭିଡ ସମୟରେ ବସ୍‌ ମାଲିକମାନଙ୍କୁ ଋଣ ଯୋଗାଇ ଦେବା ପାଇଁ ସରକାର ଦେଇଥିବା ପ୍ରତିଶ୍ରୁତି କାର୍ଯ୍ୟକାରୀ ନ କରିବା ଏବଂ ଯାତ୍ରୀବାହୀ ବସ୍‌ଗୁଡ଼ିକରେ ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍‌ ଲଗାଇବା ନିଷ୍ପତ୍ତି ପ୍ରତ୍ୟାହାର ଆଦି ଦାବି କରିଛନ୍ତି।

ଜୁନ୍‌ ୩୦ ସୁଦ୍ଧା ରାଜ୍ୟ ସରକାର ଦାବିଗୁଡ଼ିକ ପୂରଣ ନ କଲେ ରାଜ୍ୟର ୧୪ ହଜାର ଘରୋଇ ବସ୍‌ ଅନିର୍ଦ୍ଦିଷ୍ଟ କାଳ ପାଇଁ ଜୁଲାଇ୧ରୁ ବନ୍ଦ ରହିବ ବୋଲି ସଂଘର ସଭାପତି ଚେତାବନୀ ଦେଇଛନ୍ତି ।

ଵିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ବେଣୁଧର ସୂତାର ଙ୍କ କବିତା ସୁଧାମୟୀ ସନ୍ଧ୍ୟା

Sunil Chandra Nayak

ଭୁବନରେ ତ୍ରୀରଙ୍ଗା ପଦଯାତ୍ରାରେ ସାମିଲ ହେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

Sunil Chandra Nayak

ଜିଲ୍ଲା ପରିଷଦ ସଭାପତି ସରସ୍ଵତୀ ମାଝୀଙ୍କ ଦାୟିତ୍ଵ ଗ୍ରହଣ 

Leave a Comment

error: Content is protected !!