ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଦେବସେନା ପକ୍ଷରୁ ହିନ୍ଦୁ ଦେବାଦେବୀଙ୍କ ଉପରେ ଆପତ୍ତିଜନକ ମନ୍ତବ୍ୟ କୁ ନେଇ ଥାନାରେ ଏତଲା

କୋକସରା,୧୧ା୬-  (ମ ନି ସ ) ବିବାଦୀୟ ଜ୍ଞାନବାପି ମସଜିଦ ବିଷୟରେ ଟାଇମ୍ସ୍ ନାଓ ନବ ଭାରତ ଏକ ଟିଭି ଚ୍ୟାନେଲର ବିତର୍କରେ ହିନ୍ଦୁଧର୍ମ ତଥା ହିନ୍ଦୁ ଦେବାଦେବୀଙ୍କ ଉପରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ପ୍ରସଙ୍ଗ ଏବେ କଳାହାଣ୍ଡି ଜିଲ୍ଲାରେ ପହଞ୍ଚିଛି । ବିଜେପିର ରଷ୍ଟ୍ରୀୟ ପ୍ରବକ୍ତା ନୂପୁର ଶର୍ମା ଓ ଏସ୍‌ଡିଆଇ ରାଜନୈତିକ ଦଳର ତସଲ୍ଲିମ ରେହେମାନି ବିଶ୍ୟ ତଥା ସନାତନ ଧର୍ମର ଆରାଧ୍ୟ ଦେବତା ମହାଦେବଙ୍କ ବିଷୟରେ ଆପତ୍ତି ଜନକ ମନ୍ତବ୍ୟ ଦେଇଥିବାରୁ ଭାରତର କୋଣ ଅନୁକୋଣରେ ହିନ୍ଦୁ ଓ ମୁସଲିମ ମାନଙ୍କ ଦ୍ୱାରା ସାମ୍ପ୍ରତିକ ଦଙ୍ଗା ଭଲି ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନା ରହିଛି। ଯାହାକୁ ନେଇ ଶନିବାର କଳାହାଣ୍ଡି ଜିଲ୍ଲା କୋକସରା ଥାନାରେ ଦେବସେନା ଓଡିଶା ପ୍ରଦେଶର ଅଧ୍ୟକ୍ଷ ଘେନୁରାମ ମଙ୍ଗରାଜ ସହ ତାଙ୍କ ସମର୍ଥକ ମାନେ ଥାନା ଅଧିକାରୀଙ୍କୁ ଏକ ଲିଖିତ ଅଭିଯୋଗ ଦେଇଛନ୍ତି । ଏହା ସହ ତସଲ୍ଲିମ ରେହେମାନୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ସହିତ ତାଙ୍କ ସହିତ ସଂଶ୍ଲିଷ୍ଟ ଥିବା ଅସମାଜିକ ବ୍ୟକ୍ତି ମାନଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି । ଏହି ସମୟରେ ଦେବସେନାର କାର୍ଯ୍ୟକର୍ତ୍ତା ଦେବେନ୍ଦ୍ର ଯୁଏଡ, କରୁଣା ନାଏକ, ଭାରତ ଭୂଷଣ ମେହେର, ତେଜୁ ଆଚାର୍ଯ୍ୟ, ଉମା ଶଙ୍କର ଗୋପାଳ, ଗଣପତି ନିଆଲ, ବନମାଳୀ ନିଆଲ, ଦେବଚନ୍ଦ୍ର ହଂସ, ଦ୍ରୋଣ ଗୋପାଳ ସମେତ ଦେବସେନା କଳାହାଣ୍ଡି ଜିଲ୍ଲା କୋକସରା ମଣ୍ଡଳ ର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ।

Related posts

ଅହିଂସା ରଥକୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା

Sunil Chandra Nayak

ଇନ୍ଦିରା ଗାନ୍ଧୀଙ୍କ ଭୂମିକା ରେ କଙ୍ଗନା ରାନାତ୍ତ୍ୱତ୍..!!

Sunil Chandra Nayak

କନ୍ଦାଗଡ଼ ରାସ୍ତାରେ ପଡ଼ିଥିବା ଗଛକୁ ହଟାଇଲେ ଅଗ୍ନିଶମ କର୍ମଚାରୀ

Sunil Chandra Nayak

Leave a Comment

error: Content is protected !!