ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଗଅଁଲିଆ କବି ସୁଧୀର୍‌ ପଂଡା ଙ୍କ କବିତା ଶାଶ୍‌ ବହର୍‌ କଥାପଦେ

ଶାଶ୍‌ ବହର୍‌ କଥାପଦେ

କେନ୍‌ ମୁହେଁ ତୁଇ ବକି ଯାଉଛୁ ଗୋ ମା

ତୁଇ ଭି ତ ଗୁଟେ ମାଏଝି

ଶାଶ୍‌କେ ବହମାନେ ମା ବଲ୍‌ସନ୍‌, 

ହେଲେଁ ତୁଇ ମୋର୍‌ ଅସ୍‌ଲି ଝି

ଜନମ୍‌ କଲା ଝି ରହେଲା ବିଦେଶେଁ

ଯୁଆନ୍‌ ବଏସୁଁ ଲାଖ୍‌ଚୁରି ହାରିଛେଁ

ଉରୁଂଗି ମରୁଛେଁ ପୋ’ବହର୍‌ ପାଶେଁ। ୧

 

ସଁସେକରି ପିଲା ଧଏଲା ତୋର୍‌ ହାତ୍‌ ଯେ 

ମୁଇଁ ଫିଟାଲିଁ ଦିନେ କାଏଁ ଟୁଁଡ଼୍‌

ଛ’ତୁନ୍‌ ନ’ଭଜା ଗେଫୁଛ ପଛେ ତମେ

ମତେ ନି’ଦିଅ ଟିକେ ବୁରୋଗୁଁଡ୍‌

ଯାହାହେଲେଁ ତୁଇ ପରେ ଗୋ ମୋର୍‌ ବହ

ଦର୍‌ମରିଏନ୍‌କେ ଆଉ ନି’ଦହଲା ଗୋ ମା

କେନ ବଁଚି ପାର୍‌ମି ଆଉର୍‌ ଜହ। ୨

 

ଦେବୀ ମା ବଲି ପୂଜା ପାଏସନ୍‌ ସଁସାରେଁ

ମାଏକିନିଆଁର୍‌ ଥିଲେଁ ନୁକୋ ଗୁନ୍‌

ନୁକୋ ଗୁନ୍‌ଟା କୁକୋ ହେଲାନ ସମ୍‌କୁ 

ଜାନି କରି ରହୁଛେଁ ଗୋ ତୁନ୍‌ମୁନ୍‌

ଜନମ୍‌କଲା ସିଂହ୍‌ପିଲା ବନିଛେ ମେଢ଼ି 

ଇ କଥା ସବୁ କାହାର୍‌ ଆଗେଁ ଗୁହାର୍‌ମି

ଦୁଃଖେଁ ମରୁଥିମି ପଛେଁ ଶଢ଼ି ଶଢ଼ି। ୩

 

ଆଏଜ୍‌ ସିନା ଅଛୁ ଗୋ ଚିକନ୍‌ ବର୍‌କସ୍‌

ବଏସ୍‌ ଖସ୍‌ରିଲେଁ ହେବୁ ଦଦ୍‌ରା

ମତେ ମା ଡାକି କାଏଁଯେ ଇଜତ୍‌ ଗୁଆଁବୁ

ଛାଡ଼ିପକା କରିଛୁ ଯେନ୍‌ ବଏସିରା

ତୋର୍‌ ଛୁଏ ନାଇଁ ଧରୁନ୍‌ ତୋର୍‌ ଇ ଗୁନ୍‌

ମୋର୍‌ ଦଶା ମାହାପୁରୁ କାହାକେ ନି’ଦଉନ୍‌ 

ମତେ ଦଉଥା ଥିର୍‌ ସାଂଗେ ଗୁଢ଼େ ନୁନ୍‌। ୪

 

ଇ ବେଲେଁ ମୁଇଁ ଗୁଂଦ୍‌ଲୁଥିମି ଫି’ଦିନ୍‌ ଗୋ

ଗଲାଦିନ୍‌ ନି’ଆସେ ଆଉର୍‌ ଫିରି

ଯେନ୍‌ତା ବୁନ୍‌ଲେଁ ସେନ୍‌ତା ଦାଏସନ୍‌

ଇଥିଁ ନାଇଁହୁଏ କିହେ ଗଢ଼ାଜିରି

ତୁଇ ଯାହାହେଲେଁ ପରେ ମୋର୍‌ ବହ

ଲାଖ୍‌ଚୁରି ବର୍‌କସ୍‌ ରଖିଥାଉନ୍‌ ମାହାପୁରୁ 

ପୁଓ ଝି’ର୍‌ ସାଂଗେ ବଡ଼େ ସୁଖେଁ ରହ।୫

 

ପୁଓ ବହ ଥାଇ ଦଶା ଭୁଗ୍‌ଲେଁ ମା’ବୁଆ 

କାଏଁଯେ କାହାର୍‌ କଥା ଶୁନ୍‌ବା କିଏ

ଶାଶ୍‌କେ ଦହଲେଇ କଂଦେଇ ପାର୍‌ଲେଁ ବହ

ଲୁକେ କହେସନ୍‌ ସେ ବହର୍‌ ଜଏଜଏ

ଇ ବହ ବନିପାର୍‌ବେ ଦେଶର୍‌ ନେତ୍‌ରି

ନିଜର୍‌ କୁଟୁମ୍‌ କଥା ଝାଁପି ଭିତ୍‌ରେଁ ଲୁକେଇ

ଦୁସ୍‌ରାର୍‌ ନିଏ କରି ବସ୍‌ବେ ଆଗ୍‌ମିତ୍‌ରି। ୬

 

ଗଅଁଲିଆ କବି ସୁଧୀର୍‌ ପଂଡା

Related posts

ବାପାଙ୍କ ସ୍ମୃତି ଉଦ୍ଦେଶ୍ୟରେ ମୋ ସ୍କୁଲ ଅଭିଯାନକୁ ହାତ ବଢ଼ାଇଲେ ଝିଅ

Sunil Chandra Nayak

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

Sunil Chandra Nayak

ଧର୍ମରାଜ ପ୍ରଧାନ ଙ୍କ କବିତା ଷୋହଳ କଳା

Sunil Chandra Nayak

Leave a Comment

error: Content is protected !!