ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଗଅଁଲିଆ କବି ସୁଧୀର୍‌ ପଂଡା ଙ୍କ କବିତା ଶାଶ୍‌ ବହର୍‌ କଥାପଦେ

ଶାଶ୍‌ ବହର୍‌ କଥାପଦେ

କେନ୍‌ ମୁହେଁ ତୁଇ ବକି ଯାଉଛୁ ଗୋ ମା

ତୁଇ ଭି ତ ଗୁଟେ ମାଏଝି

ଶାଶ୍‌କେ ବହମାନେ ମା ବଲ୍‌ସନ୍‌, 

ହେଲେଁ ତୁଇ ମୋର୍‌ ଅସ୍‌ଲି ଝି

ଜନମ୍‌ କଲା ଝି ରହେଲା ବିଦେଶେଁ

ଯୁଆନ୍‌ ବଏସୁଁ ଲାଖ୍‌ଚୁରି ହାରିଛେଁ

ଉରୁଂଗି ମରୁଛେଁ ପୋ’ବହର୍‌ ପାଶେଁ। ୧

 

ସଁସେକରି ପିଲା ଧଏଲା ତୋର୍‌ ହାତ୍‌ ଯେ 

ମୁଇଁ ଫିଟାଲିଁ ଦିନେ କାଏଁ ଟୁଁଡ଼୍‌

ଛ’ତୁନ୍‌ ନ’ଭଜା ଗେଫୁଛ ପଛେ ତମେ

ମତେ ନି’ଦିଅ ଟିକେ ବୁରୋଗୁଁଡ୍‌

ଯାହାହେଲେଁ ତୁଇ ପରେ ଗୋ ମୋର୍‌ ବହ

ଦର୍‌ମରିଏନ୍‌କେ ଆଉ ନି’ଦହଲା ଗୋ ମା

କେନ ବଁଚି ପାର୍‌ମି ଆଉର୍‌ ଜହ। ୨

 

ଦେବୀ ମା ବଲି ପୂଜା ପାଏସନ୍‌ ସଁସାରେଁ

ମାଏକିନିଆଁର୍‌ ଥିଲେଁ ନୁକୋ ଗୁନ୍‌

ନୁକୋ ଗୁନ୍‌ଟା କୁକୋ ହେଲାନ ସମ୍‌କୁ 

ଜାନି କରି ରହୁଛେଁ ଗୋ ତୁନ୍‌ମୁନ୍‌

ଜନମ୍‌କଲା ସିଂହ୍‌ପିଲା ବନିଛେ ମେଢ଼ି 

ଇ କଥା ସବୁ କାହାର୍‌ ଆଗେଁ ଗୁହାର୍‌ମି

ଦୁଃଖେଁ ମରୁଥିମି ପଛେଁ ଶଢ଼ି ଶଢ଼ି। ୩

 

ଆଏଜ୍‌ ସିନା ଅଛୁ ଗୋ ଚିକନ୍‌ ବର୍‌କସ୍‌

ବଏସ୍‌ ଖସ୍‌ରିଲେଁ ହେବୁ ଦଦ୍‌ରା

ମତେ ମା ଡାକି କାଏଁଯେ ଇଜତ୍‌ ଗୁଆଁବୁ

ଛାଡ଼ିପକା କରିଛୁ ଯେନ୍‌ ବଏସିରା

ତୋର୍‌ ଛୁଏ ନାଇଁ ଧରୁନ୍‌ ତୋର୍‌ ଇ ଗୁନ୍‌

ମୋର୍‌ ଦଶା ମାହାପୁରୁ କାହାକେ ନି’ଦଉନ୍‌ 

ମତେ ଦଉଥା ଥିର୍‌ ସାଂଗେ ଗୁଢ଼େ ନୁନ୍‌। ୪

 

ଇ ବେଲେଁ ମୁଇଁ ଗୁଂଦ୍‌ଲୁଥିମି ଫି’ଦିନ୍‌ ଗୋ

ଗଲାଦିନ୍‌ ନି’ଆସେ ଆଉର୍‌ ଫିରି

ଯେନ୍‌ତା ବୁନ୍‌ଲେଁ ସେନ୍‌ତା ଦାଏସନ୍‌

ଇଥିଁ ନାଇଁହୁଏ କିହେ ଗଢ଼ାଜିରି

ତୁଇ ଯାହାହେଲେଁ ପରେ ମୋର୍‌ ବହ

ଲାଖ୍‌ଚୁରି ବର୍‌କସ୍‌ ରଖିଥାଉନ୍‌ ମାହାପୁରୁ 

ପୁଓ ଝି’ର୍‌ ସାଂଗେ ବଡ଼େ ସୁଖେଁ ରହ।୫

 

ପୁଓ ବହ ଥାଇ ଦଶା ଭୁଗ୍‌ଲେଁ ମା’ବୁଆ 

କାଏଁଯେ କାହାର୍‌ କଥା ଶୁନ୍‌ବା କିଏ

ଶାଶ୍‌କେ ଦହଲେଇ କଂଦେଇ ପାର୍‌ଲେଁ ବହ

ଲୁକେ କହେସନ୍‌ ସେ ବହର୍‌ ଜଏଜଏ

ଇ ବହ ବନିପାର୍‌ବେ ଦେଶର୍‌ ନେତ୍‌ରି

ନିଜର୍‌ କୁଟୁମ୍‌ କଥା ଝାଁପି ଭିତ୍‌ରେଁ ଲୁକେଇ

ଦୁସ୍‌ରାର୍‌ ନିଏ କରି ବସ୍‌ବେ ଆଗ୍‌ମିତ୍‌ରି। ୬

 

ଗଅଁଲିଆ କବି ସୁଧୀର୍‌ ପଂଡା

Related posts

ଜିଲ୍ଲା ଆଦିମ ଜନଜାତି ଜୁଆଙ୍ଗ ମହାସଂଘ ତରଫରୁ ସଭା ଅନୁଷ୍ଠିତ

Sunil Chandra Nayak

ସଦଗୁରୁ ଶ୍ରୀ ଶ୍ରୀ ରବିଶଙ୍କରଙ୍କ ୬୬ ତମ ଜନ୍ମୋତ୍ସବ ଅନୁଷ୍ଠିତ

ଫଟୋ ରେ ଫୁଲ ଦେଇ ଶ୍ରଦ୍ଧାଞ୍ଜଳୀ ଦେଲେ ଆଜି ସେ ଫଟୋ ଫ୍ରେମ୍ ରେ ରହିଗଲେ…

Sunil Chandra Nayak

Leave a Comment

error: Content is protected !!