ରଜ ଦୋଳ ର ସ୍ମୃତି
ବିଜୟ କୁମାର ଜେନା
ରଜ ପରବ ପାଳନ ଅବସରରେ
ଉଲ୍ଲସିତ ହେଉଥିଲା ମୋ ଗାଆଁ
ପ୍ରତି ଆମ୍ବ ତୋଟା, କାଜୁ ବଣ ଓ
ନିକଟରେ ଥିବା ଝାଉଁ ଜଙ୍ଗଲ
ଗାଆଁର ପ୍ରତି ସାହି, ପ୍ରତି ଘର
ଆନନ୍ଦରେ ମୁଖରିତ ହେଉଥିଲା
କୁଣିଆ, ମୈତ୍ର, ବନ୍ଧୁ, ବାନ୍ଧବ
ଗହଣରେ ଫାଟି ପଡୁଥିଲା
ସମଗ୍ର ଗାଆଁ ମାଟି।
ରଜ ଦୋଳି କଟ କଟ
ମୋ ଭାଇ ମୁଣ୍ଡରେ ସୁନା ମୁକୁଟ ଲୋ
ଦିଶୁ ଥାଏ ଝଟ ଝଟ
ବନସ୍ତେ ଡାକିଲା ଗଜ
ବରଷକେ ଥରେ ଆସିଛି ରଜ ଲୋ
ଆସ ହେବା ସଜବାଜ
ଏଇ ମଧୁର ମୂର୍ଚ୍ଛନା ଓ ସମୂହ ଆବାଜରେ
ଗାଆଁ ମାଟି ଗୁଞ୍ଜରିତ ହେଉଥିଲା।
ସର୍ବତ୍ର ଭାଇ ଚାରା ର ଏକ ସୁନ୍ଦର
ମନଛୁଆଁ ପରିବେଶ, ଯେଉଁଠି ନ ଥିଲା
ବାଛ ବିଚାର, ଘୁଣ୍ୟ ଭାବ, ଜାତି ଭେଦ
ସବୁଠି ଥିଲା ସମାନତା ଓ ପରସ୍ପରକୁ
ସ୍ନେହ, ପ୍ରେମ ଶ୍ରଦ୍ଧା କରିବାର ସ୍ତୁତି
ଏଇ ହେଉଛି ବୋଧହୁଏ ଆମ ଓଡ଼ିଆ ଭାଷାର ବିକାଶରେ ରଜ ଦୋଳି ପରବର
ନିଛକ ଚିତ୍ରଣ ଓ ସୁନ୍ଦର ପରମ୍ପରା
କିଛି ଅଛି, କିଛି ବି ବିଲୁପ୍ତି ଘଟିଛି
ବିସ୍ମୃତି ର ବଳୟରେ ଯାହା କିଛି ରହିଛି
ତାହା ସାଇତି ରଖିବା, ଆମର ନୈତିକ କର୍ତ୍ତବ୍ୟ, ଏହା ହେଉ ରଜ ଦୋଳି ପର୍ବର
ଏକ ଉତ୍ତମ ସନ୍ଦେଶ, ଯାହା ପାଳନୀୟ।