ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିଜୟ କୁମାର ଜେନା ଙ୍କ କବିତା ରଜ ଦୋଳ ର ସ୍ମୃତି

ରଜ ଦୋଳ ର ସ୍ମୃତି

 

ବିଜୟ କୁମାର ଜେନା

 

ରଜ ପରବ ପାଳନ ଅବସରରେ

ଉଲ୍ଲସିତ ହେଉଥିଲା ମୋ ଗାଆଁ

ପ୍ରତି ଆମ୍ବ ତୋଟା, କାଜୁ ବଣ ଓ

ନିକଟରେ ଥିବା ଝାଉଁ ଜଙ୍ଗଲ

ଗାଆଁର ପ୍ରତି ସାହି, ପ୍ରତି ଘର

ଆନନ୍ଦରେ ମୁଖରିତ ହେଉଥିଲା

କୁଣିଆ, ମୈତ୍ର, ବନ୍ଧୁ, ବାନ୍ଧବ

ଗହଣରେ ଫାଟି ପଡୁଥିଲା

ସମଗ୍ର ଗାଆଁ ମାଟି।

ରଜ ଦୋଳି କଟ କଟ

ମୋ ଭାଇ ମୁଣ୍ଡରେ ସୁନା ମୁକୁଟ ଲୋ

ଦିଶୁ ଥାଏ ଝଟ ଝଟ

ବନସ୍ତେ ଡାକିଲା ଗଜ

ବରଷକେ ଥରେ ଆସିଛି ରଜ ଲୋ

ଆସ ହେବା ସଜବାଜ

ଏଇ ମଧୁର ମୂର୍ଚ୍ଛନା ଓ ସମୂହ ଆବାଜରେ

ଗାଆଁ ମାଟି ଗୁଞ୍ଜରିତ ହେଉଥିଲା।

ସର୍ବତ୍ର ଭାଇ ଚାରା ର ଏକ ସୁନ୍ଦର

ମନଛୁଆଁ ପରିବେଶ, ଯେଉଁଠି ନ ଥିଲା

ବାଛ ବିଚାର, ଘୁଣ୍ୟ ଭାବ, ଜାତି ଭେଦ

ସବୁଠି ଥିଲା ସମାନତା ଓ ପରସ୍ପରକୁ

ସ୍ନେହ, ପ୍ରେମ ଶ୍ରଦ୍ଧା କରିବାର ସ୍ତୁତି

ଏଇ ହେଉଛି ବୋଧହୁଏ ଆମ ଓଡ଼ିଆ ଭାଷାର ବିକାଶରେ ରଜ ଦୋଳି ପରବର

ନିଛକ ଚିତ୍ରଣ ଓ ସୁନ୍ଦର ପରମ୍ପରା

କିଛି ଅଛି, କିଛି ବି ବିଲୁପ୍ତି ଘଟିଛି

ବିସ୍ମୃତି ର ବଳୟରେ ଯାହା କିଛି ରହିଛି

ତାହା ସାଇତି ରଖିବା, ଆମର ନୈତିକ କର୍ତ୍ତବ୍ୟ, ଏହା ହେଉ ରଜ ଦୋଳି ପର୍ବର

    ଏକ ଉତ୍ତମ ସନ୍ଦେଶ, ଯାହା ପାଳନୀୟ।

 ଅବସର ପ୍ରାପ୍ତ ପ୍ରାଧ୍ୟାପକ ଶାମୁକା ସାହି ରଣପୁର ନୟାଗଡ଼

Related posts

କୂଳପତି ଭାବରେ ସମ୍ବକିଶୋର ଦଣ୍ଡସେନା ଓ ମୁଖ୍ୟ ସମ୍ପାଦକ ଭାବରେ ଦିଲ୍ଲିପ କୁମାର ନାଏକ ନିର୍ବାଚିତ

Sunil Chandra Nayak

ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ

Sunil Chandra Nayak

ସାମ୍ବାଦିକ ଆକ୍ରମଣ ଘଟଣା , ଖଡ଼ିଆଳ ପୋଲିସ ଥାନା ଘେରିଲେ ସାମ୍ବାଦିକ

Leave a Comment

error: Content is protected !!