ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶୋଭlଗିନୀ ନନ୍ଦ ଙ୍କ କବିତା ଭାଗ୍ୟ

ଭାଗ୍ୟ

 

ଭାଗ୍ୟ ଆସେ ନାହିଁ ସମୀର ଉହାଡ଼େ

ଭାଗ୍ୟ ଆସେ ନାହିଁ ରାଜ ଉଆସରେ 

ମଣିଷ କର୍ମ କୁ ନିନ୍ଦା କରି

ଭାଗ୍ୟ କୁ ଦୋଷ ଦିଏ ନିର୍ଲଜ ଭାବରେ l

 

ଅଳସୁଆ ହୋଇ ଶୋଇ ରହି ଥାଏ

କୁମ୍ଭକର୍ଣ୍ଣ ର ଜମଜ ଭାବରେ

ସୁପ୍ତ ସିଂହ ପରି ପଡି ରହି ଥାଏ

ଆପଣାଗମ୍ଭୀରା ଭିତରେ l

 

ପରିଶ୍ରମ ନକରି ମୁଖକୁ ମେଲାଇ

ଚାହିଁରହି ଥାଏ ଆକାଶ ମାର୍ଗ କୁ

 ଭାଗ୍ୟ କୁ ଆଦରି l

 

କର୍ମ ଯେଉଁଠି ଭାଗ୍ୟ ସେଇଠି

ଭାଗ୍ୟେ ବସତି ଲଷ୍ମୀ କର୍ମ ହିଁ ଇଶ୍ଵର

କର୍ମ କରି ଯାଅ ଭାଗ୍ୟ ଅଛି ସାଥେ ତୁମ

ଭାଗ୍ୟ ଫୁଟିବ ହୋଇ ଉଜ୍ଜଳନକ୍ଷତ୍ର ସମ l

 

ଶୋଭlଗିନୀ ନନ୍ଦ

ଜୟପୁର କୋରାପୁଟ

Related posts

ବିଶୋଇ ଅଞ୍ଚଳର ଅଗ୍ରଣୀ ସ୍ବେଚ୍ଛାସେବୀ ସଙ୍ଗଠନ ଷ୍ଟାଣ୍ଡ ଫର୍ ନିଡି ୟୂଥ କ୍ଲବ ପକ୍ଷରୁ ବିଶୋଇ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ହୁଇଲ ଚେୟାର ପ୍ରଦାନ

Sunil Chandra Nayak

ଶହିଦଙ୍କ ପରିବାର ଲାଗି ରାଜ୍ୟ ସରକାରଙ୍କ ବଡ଼ ଘୋଷଣା: ସହାୟତା ରାଶି ୧୦ ଲକ୍ଷକୁ ବୃଦ୍ଧି

ପୂଣ୍ୟତିଥିରେ ମନେ ପଡନ୍ତି ଅଟଳ ବିହାରୀ ବାଜପେୟୀ, ଭାରତ ରାଜନୀତିର ଅନନ୍ୟ ବିନ୍ଧାଣୀ

Sunil Chandra Nayak

Leave a Comment

error: Content is protected !!