ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବାଲେଶ୍ବର – ଉଦଯାପିତ ହେଲା ସଂସ୍କୃତ ସମ୍ଭାଷଣ ଶିବିର

ବାଲେଶ୍ବର,୧୨/୬/୨୨- ବାଲେଶ୍ବର ଜିଲ୍ଲା ଖଇରା ବ୍ଲକ ଡଗରପଡା ସ୍ଥିତ ବିବେକ ଭାରତୀ ସେବାଶ୍ରମ ପରିସରରେ ଗତ ତା ୦୮/୬/୨୨ରିଖରୁ ଆରମ୍ଭ ହୋଇଥିବା ସଂସ୍କୃତ ସମ୍ଭାଷଣ ଶିବିର ଅଦ୍ଯ ତା ୧୨/୬/୨୨ରିଖରେ ଉଦଯାପିତ ହୋଇଯାଇଛି । ଏହି ଉପଲକ୍ଷେ ଅନୁଷ୍ଠିତ ଉଦଯାପନି ସଭାରେ ଅଧ୍ଯକ୍ଷତା କରିଥିଲେ ଆଶ୍ରମର ସ୍ବାମୀଜୀ ଗଣେଶାନନ୍ଦ ପୁରୀ । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ବିଶିଷ୍ଟ ସମାଜସେବୀ ଉପେନ୍ଦ୍ର ଦାସ ଯୋଗଦେଇ ଆଧୁନିକ ସମାଜରେ ସଂସ୍କୃତର ମହତ୍ତ୍ଵ ବର୍ତ୍ତମାନ ପର୍ଯ୍ୟନ୍ତ ରହିଆସିଛି ସେଵିଷୟରେ ଆଲୋକପାତ କରିଥିଲେ । ସେହିପରି ମୁଖ୍ୟ ଅତିଥି ଭାବେ ନରେନ୍ଦ୍ର ବେହେରା ଯୋଗଦେଇ ସଂସ୍କୃତ କିପରି ଭାରତର ଆତ୍ମା ଏବଂ ବିଶ୍ବଗୁରୁ ସେବିଷୟରେ ଆଲୋଚନା କରିଥିଲେ । ଅଖିଳ ଭାରତ ଅମୃତବାଣୀ ସେବା ପ୍ରତିଷ୍ଠାନର ପ୍ରଚାରକ ଦୁଲାଲ କୁମାର ମିଶ୍ର ପ୍ରଶିକ୍ଷଣ ଦେଇଥିଲେ । ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ସଂସ୍କୃତ ଗୀତ, ନୃତ୍ୟ, ନାଟକ ଓ ହାସ୍ୟକବିତା ପରିବେଷଣ କରାଯାଇଥିଲା । ଅନୁଷ୍ଠାନର କର୍ମକର୍ତ୍ତା ଅଜୟ ପ୍ରଧାନ, ଗୁରୁ ଜୟନ୍ତ ମଲ୍ଲିକ, ଗୁରୁମା ଭାଗ୍ଯଶ୍ରୀ ଦଳାଇ, ପ୍ରଜ୍ଞାଭାରତୀ ପାକଳ, ସଦାନନ୍ଦ ଭାରତ ଶିଅଳ ଓ ଅନ୍ୟମାନେ ଉପସ୍ଥିତ ରହି ସମସ୍ତ କାର୍ଯ୍ୟକୁ ସୁଚାରୁ ରୂପେ ତୁଲାଇବାରେ ସକ୍ଷମ ହୋଇଥିଲେ । ଶେଷରେ ଗୁରୁଜୀ ପରମେଶ୍ବର ଅଗସ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।।

ବାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଶିକ୍ଷକ ବାସୁଦେବଙ୍କ ଶୋକସଭାରେ ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ଯୋଗଦାନ 

Sunil Chandra Nayak

ନବରଙ୍ଗପୁର ଜିଲା ଯୋଜନା ବୋର୍ଡ ଅଧକ୍ଷ ଙ୍କୁ ଡାବୁଗାଁ ବିଜେଡି ତରଫରୁ ସ୍ଵାଗତ

Sunil Chandra Nayak

ପ୍ରଶାସନର ଜନ ଅଭିଯୋଗ ଶୁଣାଣି ଶିବିର: ୪୭ ଟିଅଭିଯୋଗ

Sunil Chandra Nayak

Leave a Comment

error: Content is protected !!