ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଆଦିବାସୀ କଲ୍ୟାଣ ସଙ୍ଗ ପକ୍ଷରୁ ନିରଞ୍ଜନ ବିଶି ଙ୍କୁ ସମ୍ବର୍ଦ୍ଧନା

ନୂଆପଡା: ନୂଆପଡା ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ପକ୍ଷରୁ ନୂତନ ଭାବରେ ଆଦିବାସୀ ନେତା ନିରଞ୍ଜନ ବିଶିଙ୍କୁ ରାଜ୍ୟସଭା ସାଂସଦ        ଭାବରେ   ନିର୍ବାଚିତ ହୋଇଥିବାରୁ ବିପୁଳ ସମ୍ଭର୍ଦ୍ଧନା ଜ୍ଞାପନ କରାଯାଇଥିଲା । ପ୍ରଥମେ ଖଡ଼ିଆଳ ଆମ୍ବେଦକର ଛକ ଠାରେ ସ୍ୱାଗତ କରିବା ପରେ ଡ଼ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିକୁ ପୂଜା କରି ବିଶାଳ ଶୋଭାଯାତ୍ରାରେ ଆଦିବାସୀ ମାନଙ୍କ ପାରମ୍ପରିକ ବେଶଭୁଷାରେ ବାହାରି ଖଡ଼ିଆଳ ସହର ପରିକ୍ରମା କରି ରାଜା ଅର୍ତ୍ତତ୍ରାଣ ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ବିଶାଳ ସଭାର ଆୟୋଜନ କରାଯାଇଥିଲା । ରାଜ୍ୟସଭା ସାଂସଦ ନିର୍ବାଚିତ ହୋଇଥିବା ପଶ୍ଚିମ ଓଡିଶା ଆଦିବାସୀ ମହାସଙ୍ଘ ସଭାପତି ନିରଞ୍ଜନ ବିଶିଙ୍କୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେଡି ପକ୍ଷରୁ ରାଜ୍ୟ ସଭା ସାଂସଦ ପ୍ରାର୍ଥୀ କରି ବିଜୟୀ କରିଥିବାରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆଦିବାସୀ କଲ୍ୟାଣ ସଂଘ ନୂଆପଡ଼ା ପକ୍ଷରୁ ଧନ୍ୟବାଦ ଅର୍ପଣ କରିଥିଲେ । ଶ୍ରୀ ବିଶିଙ୍କୁ ରାଜ୍ୟସଭା ସାଂସଦ କରି ଆଦିବାସୀଙ୍କ ମୁହଁରେ ହସ ଫୁଟାଇ ଥିବା ବେଳେ ଆଦିବାସୀଙ୍କ ଆବାଜକୁ ନିରଞ୍ଜନ ବିଶିଙ୍କ ଜରିଆରେ ଦିଲ୍ଲୀ ଦରବାରକୁ ପହଞ୍ଚିବ ବୋଲି ଅତିଥିମାନେ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ବୈଠକରେ ନୂଆପଡ଼ା ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ସଭାପତି ଖାମସିଂ ମାଝି ଅଧକ୍ଷତା କରିଥିବା ବେଳେ ସମ୍ପାଦକ ବାଳକୃଷ୍ଣ ଶବର ମଞ୍ଚ ପରିଚାଳନା କିରିଥିଲେ। ମୁଖ ଅତିଥି ଭାବରେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି, ମୁଖ୍ୟ ବକ୍ତା ରୂପେ ଭଟଲୀ ବିଧାୟକ ଶୁଶାନ୍ତ ସିଂ ବାରିହା ଯୋଗ ଦେଇ ଆଦିବାସୀ ମାନଙ୍କୁ ମାନ୍ୟବର ମୁଖ୍ୟମନ୍ତ୍ରୀ ବହୁତ ଭଲ ପାଆନ୍ତି ତେଣୁ ଉପହାର ସ୍ଵରୂପ ନିରଞ୍ଜନ ବିଶିଙ୍କୁ ରାଜ୍ୟସଭା ପଠାଇ ଦିଲ୍ଲୀରେ ଆଦିବାସୀ ମାନଙ୍କ ଆବାଜକୁ ଟାଣ କରି ହକ ଏବଂ ନ୍ୟାୟ ପାଇଁ ଲଢେଇ କରିବାକୁ ସୁଯୋଗ ଦେଇଛନ୍ତି ବୋଲି ଶ୍ରୀ ବାରିହା ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ସଭାରେ ଅନ୍ୟ ନିର୍ବାଚିତ ପ୍ରତିନିଧି ନୂଆପଡ଼ା ଜିଲ୍ଲା ପରିଷଦ ଅଧ୍ୟକ୍ଷା ଡ଼ଳି ମାଝୀ, ସିନାପାଲି ବ୍ଲକ ଅଧକ୍ଷ୍ୟା ମାଧୁରୀ ମାଝୀ, ସମେତ ପୂର୍ବତନ ଯୋଜନା ନିର୍ଦେଶକ ବଟକୃଷ୍ଣ ପାରୁଆ, ପୂର୍ବତନ ଏ ସି ଫ ଜୟରାମ ଶବର, ପୂର୍ବତନ କୋମନା ବ୍ଲକ ଅଧ୍ୟକ୍ଷ ଭକ୍ତରାମ ଶବର, ପୂର୍ବତନ ସି ଇ ଓ ଜୟାନନ୍ଦ ମାଝୀ, ଅବକାରୀ ନିରୀକ୍ଷକ ବୁଟୁଲୁ ମାଝୀ, ଜିଲ୍ଲା ପରିଷଦ ସଦସ୍ୟା ତନୟା ଶବର, ଶ୍ରୁତି ସିଂ ମାଝୀ, ନୂଆପଡ଼ା ଜିଲ୍ଲାର ପଞ୍ଚାଟି ବ୍ଲକ ସଭାପତି କାର୍ତ୍ତିକେଶ୍ୱର ମଲ୍ଲିକ, ଭକ୍ତବନ୍ଧୁ ଧରୁଆ, ଗଣେଶ ମାଝୀ, ଯୁଗେ ମାଝୀ, ଜୟନ୍ତ ଖମାରୀ, ଥିବାବେଳେ ବିଦୁର ଶବର, ଗୀତାଞ୍ଜଳି ଶବର, ନମିତା ଶବର, ଯଜ୍ଞସେନି ମାଝୀ, ଅନାମ ଦଳ, ଭୁବନେ ଭୋଇ, ପ୍ରମୁଖ ମଞ୍ଚାସିନ ଥିଲେ । ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଆମପାଣି ଘାଟି ରେ ମର୍ମନ୍ତୁଦ ସଡକ ଦୁର୍ଘଟଣା,ଅଜଣା ଗାଡି ଧକ୍କା ରେ ବାଇକ ଚାଳକ ମୃତ, ଜଣେ ଗୁରୁତର

Sunil Chandra Nayak

ବେଣୁଧର ସୂତାର ଙ୍କ କବିତା ଭିଟାମାଟି

Sunil Chandra Nayak

ୟୁଏସ୍ଆଇ ସଂଗଠନ ପକ୍ଷରୁ ଚାରାରୋପଣ ସହ କାନଖା ଚାଷୀଙ୍କୁ ସମ୍ବର୍ଦ୍ଧିତ

Sunil Chandra Nayak

Leave a Comment

error: Content is protected !!