ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଖୁବ୍ ଶୀଘ୍ର “ଗ୍ୟାଙ୍ଗସ୍ ଅଫ୍ ପୁରୀ” 

ଓଡିଶାର ପ୍ରିମିୟମ ଓଟିଟି ପ୍ଲାଟଫର୍ମ “କଞ୍ଚାଲଙ୍କା” ରେ ଷ୍ଟ୍ରିମିଂ ହେବାକୁ ଯାଉଛି ବହୁ ପ୍ରତିକ୍ଷୀତ ୱେବ୍‌ ସିରିଜ୍‌ “ଗ୍ୟାଙ୍ଗ୍ସ ଅଫ୍ ପୁରୀ”! ଆସନ୍ତା ଜୁନ୍‌ ୨୪ ତାରିଖରୁ ଏହି ବ୍ୟୟ ବହୁଳ ୱେବ୍‌ ସିରିଜ୍‌କୁ ଆପଣ ବିଶ୍ଵର ଯେକୌଣସି ସ୍ଥାନରେ ଥିଲେ ମଧ୍ୟ୍ଯ ଦେଖିପାରିବେ!

”ଗ୍ୟାଙ୍ଗ୍ସ ଅଫ୍ ପୁରୀ” : ଏହି ଶୀର୍ଷକ ହିଁ କହିଦେଉଛି କାହାଣୀଟି ପୁରୀ ସହର ଉପରେ ଆଧାରିତ ! ପୁରୀ, ଐତିହ୍ୟ ଓ ସୁନ୍ଦର ବେଳାଭୂମି ପାଇଁ ସମଗ୍ର ବିଶ୍ଵରେ ଏକ ପବିତ୍ର ସହର ଭାବେ ବେଶ୍ ପରିଚିତ ! ଅନ୍ୟପକ୍ଷରେ କିଛି ଅପରାଧିକ ଗ୍ୟାଙ୍ଗ ପୁରୀକୁ ନିଜ କବ୍ଜାରେ ରଖିବା ପାଇଁ ରକ୍ତର ହୋଲି ଖେଳୁଥାନ୍ତି, ଯେଉଁଥି ପାଇଁ ଗଡିଚାଲେ ଗୋଟିଏ ପରେ ଗୋଟିଏ ମୁଣ୍ଡ ! ଏହି ସିରିଜ୍ ରେ ଉଭୟ ପାପ-ପୁଣ୍ୟ, ନ୍ୟାୟ-ଅନ୍ୟାୟ ଓ ଧର୍ମ ଅଧର୍ମ ପରି ପରସ୍ପର ପରିପୂରକ ସତ୍ୟକୁ ପ୍ରାଞ୍ଜଳ ଭାବେ ଦେଖେଇବାକୁ ଚେଷ୍ଟା କରାଯାଇଛି !

କ୍ରାଇମ୍ ଓ ଆକ୍ସନ୍‌ ଭରା ଏହି ୱେବ୍ ସିରିଜ୍‌ରେ ପୁରୀର ସାହି ଗଳିରେ ଜନ୍ମ ନେଉଥିବା ଗ୍ୟାଙ୍ଗଷ୍ଟାର ମାନଙ୍କ ଜୀବନଯାତ୍ରାକୁ ଖୁବ୍ ନିଖୁଣ ଭାବେ ଦୃଶ୍ୟାୟନ କରାଯାଇଛି,ଯେଉଁଠି ଜମି ମାଫିଆଙ୍କ ଠାରୁ ଆରମ୍ଭ କରି ଭ୍ରଷ୍ଟ ରାଜନେତା ମାନେ ନୀରବ ହୋଇ ପଛପଟେ ଗୋଟି ଚଲଉଥିବା ଖଳନାୟକ ମାନଙ୍କ ପରି ଚରିତ୍ର, ଖୁବ୍‌ ସକ୍ରିୟ ! ହେଲେ ସଂପୁର୍ଣ୍ଣ କାହାଣୀଟିରେ କେବଳ ରକ୍ତପାତ ନୁହେଁ, ପୁରୀ ସହରର ଆଧ୍ୟାତ୍ମିକତା, ସଂସ୍କୃତି, ପ୍ରଥା ପରଂପରା ଓ ବେଳାଭୂମି ର ନିସ୍ଥକ ଚିତ୍ର ସିରିଜ୍‌କୁ ଅଧିକ ଜୀବନ୍ତ କରି ଦେଇଛି !

କାହାଣୀ ଆରମ୍ଭ ହୁଏ ଜନୈକ ବଙ୍ଗାଳୀ ହୋଟେଲ୍ ବ୍ୟବସାୟୀଙ୍କ ଲୋଲୁପ ଦୃଷ୍ଟି ପଡେ ପୁରୀ ବେଳାଭୂମିରେ ଥିବା ମତ୍ସ୍ୟଜିବୀ ମାନଙ୍କ ବସ୍ତି ଉପରେ ! ମତ୍ସ୍ୟଜିବୀ ମାନଙ୍କୁ ବିସ୍ଥାପିତ କରି ସେଠାରେ ଏକ ହୋଟେଲ୍ ନିର୍ମାଣ କରିବା ପାଇଁ ସେ ଲୋଡନ୍ତି ସ୍ଥାନୀୟ ବିଧାୟକ ରାଜା ବାହିନୀପତିଙ୍କ ସହଯୋଗ ! ହେଲେ ଏହି ଯୋଜନା କାର୍ଯ୍ୟକାରୀ ହେବାରେ ବାଧକ ହୁଏ ପୁରୀ ସହରର ଭଗବାନ ଭାବେ ପରିଚିତ ଗ୍ୟାଙ୍ଗଷ୍ଟାର ବାବୁ ଜେନା ! ବସ୍ତି ବାସିନ୍ଦାଙ୍କ ସୁରକ୍ଷା ପାଇଁ ଛିଡା ହେଇଥିବା ବାବୁ ଜେନା ବିରୁଦ୍ଧରେ ଏକତ୍ର ହୁଅନ୍ତି ଅନ୍ୟ ଗ୍ୟାଙ୍ଗ୍ ଷ୍ଟାର ମାନେ ! ବାବୁ ଜେନା ସହ ଆରମ୍ଭ ହୁଏ ଲୋକା ନନା ଆଉ ନିଲୁ ଗ୍ୟାଙ୍ଗର ଗ୍ୟାଙ୍ଗୱାର ! ପବିତ୍ର କ୍ଷେତ୍ର ପୁରୀ ପରିଣତ ହୁଏ ଏକ ରକ୍ତାକ୍ତ ଯୁଦ୍ଧକ୍ଷେତ୍ରରେ ! ଏହି ଯୁଦ୍ଧରେ କିଏ ଜିତେ କିଏ ହାରେ ଜଣା ପଡିବ “କଞ୍ଚାଲଙ୍କା” ରେ “ଗ୍ୟାଙ୍ଗସ ଅଫ ପୁରୀ” ର ସବୁତକ ଅଧ୍ୟାୟ ଦେଖିଲା ପରେ !

କାହାଣୀକୁ ଆହୁରି ବାସ୍ତବବାଦୀ କରିବା ପାଇଁ ପୁରୀ ଓ ଭୁବନେଶ୍ୱର ରେ ସୁଟିଙ୍ଗ କରାଯାଇଛି ପୁରା ସିରିଜ୍ ! ଭୁମିକାରେ ଅଛନ୍ତି କ୍ରିଷ୍ଣା କର,ଅମନ୍,ଚୌଧୁରୀ ଜୟ ପ୍ରକାଶ ଦାସ୍‌,ହର ରଥ,ରବି ମିଶ୍ର,ଅଙ୍କିତା ମହାନ୍ତି,ଭକ୍ତି ପ୍ରଣବ ରଥ,ଉଦିତ୍‌ ଗୁରୁ ଏବଂ ଆହୁରି ଅନେକ୍ କଳାକାର ମାନେ ! ଚିତ୍ରୋତ୍ତଳନ କରିଛନ୍ତି ଦୀପକ୍ କୁମାର, ନିର୍ଦ୍ଦେଶନା ଦେଇଛନ୍ତି ଅନୁପମ ପଟ୍ଟନାୟକ ଓ ଜଗଦିଶ୍ ମିଶ୍ର! କାହାଣୀ ଲେଖିଛନ୍ତି ପ୍ରଣବ ରଥ, ଅମିତ୍ ଦାସ ଓ ଜଗଦିଶ୍ ମିଶ୍ର; ସାଉଣ୍ଡ ଡିଜାଇନ୍‌ କରିଛନ୍ତି ଶକ୍ତି ସ୍ୱରୁପ ଓ ସଂପାଦନା କରିଛନ୍ତି ରଶ୍ମିରଜନ ଦାସ୍‌ ! ଟେକ୍ନୋଆର୍ଟ ପ୍ରଯୋଜିତ ଏହି ୱେବ୍ ସିରିଜ୍‌ରେ ପ୍ରଯୋଜକ ଅଛନ୍ତି ଅନୁପମ୍ ପଟ୍ଟନାୟକ ଓ ବର୍ଷା ପଟ୍ଟନାୟକ, କ୍ରିଏଟିଭ୍ ଦେଖିଛନ୍ତି ଭାଗ୍ୟଧର ପାଣି !

ଏହି ୱେବସିରିଜ୍‌ କୁ ନେଇ “କଞ୍ଚାଲଙ୍କା” ର ସହ ପ୍ରତିଷ୍ଠାତା ଏବଂ ଚେୟାରମ୍ୟାନ୍ ଶ୍ରୀଯୁକ୍ତ ଅକ୍ଷୟ କୁମାର ପରିଜା କୁହନ୍ତି : କ୍ରାଇମ ଓ ଆକ୍ସନ୍‌ ଉପରେ ଆଧାରିତ ଏହି ୱେବସିରିଜ୍‌ ଟି ଓଡ଼ିଆ ଦର୍ଶକ ମାନଙ୍କ ପାଇଁ କିଛି ନୁତନତ୍ୱ ଆଣିବ ବୋଲି ମୋର ଆଶା ଓ ଭରଷା ! ସେ ଆଉ ମଧ୍ୟ କହିଛନ୍ତି : “କଞ୍ଚାଲଙ୍କା” ଦର୍ଶକ ମାନଙ୍କୁ ଦେଇଥିବା ପ୍ରତିଶୃତି, ଯଥା ଓଡିଶାର ମୂଳ କାହାଣୀ କୁ ନେଇ ଆମେ ଭେଟିଦେବୁ ଆମ ଦର୍ଶକ ମାନଙ୍କ ପାଖରେ, ଯୋଉଟା ଏବେ ଠାରୁ ଆରମ୍ଭ ହେଲା “ଗ୍ୟାଙ୍ଗସ୍ ଅଫ ପୁରୀ” ! ଆଗକୁ ଅଛି ଆହୁରି ଅନେକ କାହାଣୀ ଆମ ମାଟିର, ଆମେ ନେଇ ଆସିବୁ ଖୁବ୍ ଶୀଘ୍ର !

ଅମୃତ ନନ୍ଦ ଙ୍କ ରିପୋର୍ଟ।

Related posts

ଲଡୁଗାଁ ଠାରେ ଡେଙ୍ଗୁ ନିରାକରଣ ଉପରେ ସଚେତନତା କର୍ମଶାଳା ଅନୁଷ୍ଠିତ

Sunil Chandra Nayak

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା କାହିଁକି ଏମିତି କରେ

Sunil Chandra Nayak

ବାଲାଜି ସେଠୀ ଙ୍କ କବିତା ବିଘ୍ନ ବିନାଶକ 

Sunil Chandra Nayak

Leave a Comment

error: Content is protected !!