ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଉମାକାନ୍ତ ଦାସ ଙ୍କ ପ୍ରବନ୍ଧ ଷାଠିଏ ପଉଟି

ଷାଠିଏ ପଉଟି

ଉମାକାନ୍ତ ଦାସ

 

୧୮୬୬ରୁ ୧୮୬୭ମସିହା ଭିତରେ ପଡ଼ି ଥାଏ ନଅ ଅଙ୍କ ଦୁର୍ଭିକ୍ଷ । ଅନାହାରରେ ଗୃହପାଳିତ ପଶୁମାନେ ଯାହା ତ ଅକାଳ ମରଣ ମରୁଥିଲେ ତାହା କେବେ କାଗଜ କଲମରେ କଳନା କରିବା ସମ୍ଭବ ହେଉ ନଥିଲା ।ମଣିଷ ମାନେ ଭୋକ ଉପାସରେ ନିଜ ନିଜ ପିଲା ପରିବାରଙ୍କୁ ନ ଚିହ୍ନି ଯିଏ ଯେଉଁଠି ପଡୁଥିଲେ ପୋକ ମାଛି ପରି ମରି ଯାଉଥିଲେ। ଭୋକିଲା ମଣିଷଙ୍କର କରୁଣ ଚିତ୍କାରରେ ଥରି ଉଠିଥିଲା ସାରା ମୂଲକ । ଭୋକ ବିକଳରେ ମରି ଯାଉଥିଲେ ଲକ୍ଷ ଲକ୍ଷ ଆବାଳ ବୃଦ୍ଧ ବନିତା। ପ୍ରାୟ ନିସ୍ତେଜ ହୋଇ ଯାଇଥିଲା ସାରା ଓଡ଼ିଶା । ଯାହା ଥିଲା ମର୍ମନ୍ତୁଦ କଲିଜା ଥରା ହୃଦୟ ବିଦାରକ ।ଇଷ୍ଟର୍ଣ୍ଣ ଇଣ୍ଡିଆ କମ୍ପାନୀ ଠାରୁ ଇଂଲଣ୍ଡ ସରକାର ଭାରତର ଶାସନ ନେବାର ମାତ୍ର ଛଅ ବର୍ଷ ଭିତରେ ପୁରୀ ଦିବ୍ଯ ସିଂହ ଦେବଙ୍କ ଓଡିଶା ଶାସନ କାଳ ନଅ ବର୍ଷ ଚାଲୁଥିଲା। ଯାଜପୁରରୁ କୟାଁଗୋଲା ମଝିରେ ଗୋଟିଏ ତରୁଣୀ ତାର ଶିଶୁ କୁ ବୁନ୍ଦାଏ କ୍ଷୀର ଦେବା ପାଇଁ ନିଜ ସ୍ତନକୁ ପଥରରେ ଛେଚି ଛେଚି କ୍ଷୀର ବାହାର କରିବାର ସତ ଚେଷ୍ଟା କରୁଥିଲା ।କ୍ଷୀର ନ ବାହାରିବାରୁ ଶେଷରେ ଶିଶୁ ସହିତ ନିଜର ମୃତ୍ୟୁ ବରଣ କଲା । ଏମିତି କି ବାଉଁଶ ଗଛର ପତ୍ର ମଧ୍ୟ ବାଉଁଶ ଗଛରେ ଦେଖିବା ପାଇଁ ସାତ ସପନ ହେଲା ।ମେଦିନୀ ପୁର ବାଲେଶ୍ଵରରୁ ଆରମ୍ଭ କରି ସାରା ଓଡ଼ିଶାର କିଛି ଲୋକେ ଚିନ୍ତା କଲେ ! ଆମେ ଏଠି ସେଠି ମରିବା ଅପେକ୍ଷା ସେହି ଜଗତର ନାଥ ଜଗନ୍ନାଥଙ୍କ ଶ୍ରୀକ୍ଷେତ୍ରରେ ମୃତ୍ୟୁବରଣ କରିବା ! ଏହା ଚିନ୍ତା କରି ଅନେକ ଲୋକ ଧାଡ଼ି ବାନ୍ଧିଲେ ଶ୍ରୀକ୍ଷେତ୍ର ଅଭିମୁଖେ । ଆସି ପହଞ୍ଚି ଗଲେ ଶ୍ରୀକ୍ଷେତ୍ର ବଡ଼ ଦାଣ୍ଡରେ । ପୁରୀରେ ସେତେବେଳେ ଶାସନ କ୍ଷମତାରେ ଥାନ୍ତି ବାଲଟିୟର ସାହେବ ତତ୍କାଳୀନ ପ୍ରଶାସନିକ ଅଧିକାରୀ ।

ବଡ଼ ଦାଣ୍ଡରେ ଭୋକିଲାଙ୍କ ଭିଡ଼ ଦେଖି ବାଲଟିୟର ସାହେବ ଦିଵ୍ୟ ସିଂହ ଦେବଙ୍କ ନେତୃତ୍ୱରେ ଏକ ଭୋକ ନିବାରଣ ସଭାର ଆୟୋଜନ କରିଥିଲେ ।ସେଥିରେ ପ୍ରସ୍ତାବ ରଖିଥିଲେ ପ୍ରତିଦିନ ଜଗନ୍ନାଥଙ୍କ ପାଖରେ ଷାଠିଏ ପଉଟି ବା ତେର କ୍ବିଣ୍ଟାଲ ଚାଉଳର ମହାପ୍ରସାଦ ହେଉଛି ।ସେହି ମହାପ୍ରସାଦ ବନ୍ଦ କରା ଯାଇ ସେହି ଅର୍ଥରୁ ଭୋକିଲା ମଣିଷ ମାନଙ୍କ ପେଟରେ ଖାଦ୍ୟ ଦିଆଯାଉ ।ଏହା ଶୁଣି ଗଜପତି ଗୌଡେଶ୍ବର ବିରାଧି ବିରବର ମହାରାଜା ଦିବ୍ୟସିଂହ ଦେବ କହିଲେ ! ଏହା ମୋ କଥା ନୁହେଁ ।ଏହା ସମ୍ପୂର୍ଣ୍ଣ ଓଡ଼ିଶାର କଥା ।ଯଦି ଓଡ଼ିଶାବାସୀ ଏ କଥାରେ ଏକ ମତ ତାହେଲେ ମୁଁ ବା ସେଥିରୁ ବାଦ ଯିବି କେମିତି ?

ଗଜପତିଙ୍କ ଶ୍ରୀଅଧରରୁ ଏ ବଚନ ଶୁଣି ! ତୁରନ୍ତ ଗର୍ଜ୍ଜନ କରି ଉଠିଲେ ବାଲଟିୟର ସାହେବ! କହି ଉଠିଲେ ! କୁହ ! କୁହରେ ..ଭୋକିଲା ଓଡ଼ିଆ ! ଏମିତି ଅନାହାରରେ ମରି ତୁମ ଜଗନ୍ନାଥଙ୍କୁ ଷାଠିଏ ପଉଟି ଭୋଗ ଦେବା ଠିକ୍ ନା ସେ ଭୋଗ ବନ୍ଦ କରି ତୁମେ ଖାଇ ବଞ୍ଚିବା ଠିକ୍ ?

ବାଲଟିୟରଙ୍କ ଭାଷାରେ ଲକ୍ଷ୍ଯ ଲକ୍ଷ୍ୟ ଓଡ଼ିଆ ନିସ୍ତବ୍ଧ ହୋଇଗଲେ ।କାହାରି ପାଟିରୁ କିଛି ଉତ୍ତର ବାହାରୁ ନଥିଲା ବେଳେ ଜଣେ ସତୁରି ବର୍ଷୀୟା ବୃଦ୍ଧା ଦଣ୍ଡାୟମାନ ହୋଇ କହି ଉଠିଲେ ! ମରି ଯାଉ ପଛେ ଅନାହାରରେ ପଡ଼ି ମୋ ବଡ଼ ପୁଅ ।ମୋ ପରିବାର ପଛେ ଭୋକ ଉପାସରେ ହୋଇ ଯାଉ ଲୁପ୍ତ କିନ୍ତୁ ମୋ କାଳିଆର ଷାଠିଏ ପଉଟି ଭୋଗ ଉପରେ ରାଜନୀତି କରଣ ନ ହେଉ ? ବୁଢ଼ୀ ମାଉସୀର ଭକ୍ତି ଏବଂ ସାହାସିକତା କଥାରେ ପ୍ରଭାବିତ ହୋଇ ସେଠାରେ ଥିବା ଆବାଳ ବୃଦ୍ଧ ବନିତା ତାଙ୍କ ସ୍ବରରେ ସ୍ବର ମିଳାଇଲେ ଏକ ଶକ୍ତିଶାଳୀ ସଂଗଠନକୁ ସୃଷ୍ଟି କରିଥିଲେ ଏବଂ ଷାଠିଏ ପଉଟି ଭୋଗ ଉପରେ କୌଣସି କଟକଣା ନ ହୋଇ ପୂର୍ବ ପରି ଚାଲୁ ରହିବା ପାଇଁ ଦୃଢ଼ ପ୍ରତିଜ୍ଞା ବଦ୍ଧ ନେଇଥିଲେ । ସେ ବେଳରେ ଲକ୍ଷ୍ୟ ଲକ୍ଷ୍ୟ ଲୋକ ମୃତ୍ୟୁ ବରଣ କରି ହଜାର ହଜାର ଲୋକ ନିଖୋଜ ହୋଇ ମଧ୍ୟ ଆଜି ଓଡ଼ିଆ ଜାତି କେବେ ଜଗନ୍ନାଥ ସଂସ୍କୃତିକୁ ଭୁଲି ପାରି ନାହାନ୍ତି।ଆହୁରି ମଧ୍ୟ ପ୍ରବାସୀ ଓଡ଼ିଆମାନେ ପବିତ୍ର ଭୂମି ଭାରତ ବର୍ଷ କାହିଁକି ?ବିଶ୍ବର କୋଣ ଅନୁକୋଣରେ ଜଗନ୍ନାଥଙ୍କ ମନ୍ଦିର ନିର୍ମାଣ କରି ସନାତନ ଧର୍ମ ବା ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାରକୁ ଦୃତଗତିରେ ଲାଗି ପଡିଛନ୍ତି ।

ତେଣୁ କଥାରେ ଅଛି ପରା

ଓଡ଼ିଆଙ୍କ ପିଣ୍ଡେ ଜଗତର ନାଥ

ଅଟନ୍ତି ସେ ପ୍ରାଣ ବାୟୁ ,

ତାଙ୍କ ବିନା କେହି ଦେଇ କି ପାରିବେ

ଏ ଜାତିକୁ ଯଶ ଆୟୁ ।।

ଏହି ମନ୍ତବ୍ୟ ପରିପ୍ରକାଶ କରିବାର ଅଭିପ୍ରାୟ । କେବଳ ଷାଠିଏ ପଉଟି ନୁହେଁ ।ଶ୍ରୀକ୍ଷେତ୍ରରେ ଥିବା ପ୍ରତ୍ୟେକ ବସ୍ତୁ ଉପରେ କୌଣସି ରାଜନୀତି କରଣ ନ କରା ଯାଇ ଭକ୍ତ ବା ଓଡିଆମାନଙ୍କ ବିଚାରକୁ ସମ୍ମାନ ଦିଆଗଲେ ଭବ୍ଯ ଧାମର ଉନ୍ନତିର ଧାରା ଆହୁରି ତୀବ୍ରତର ହେବ ।।

ଲାଲବାଗ ,ଖାନନଗର, ମଙ୍ଗଳ ପୁର ,ଯାଜପୁର

Related posts

ତିରିଂ ; ନୂଆଗାଁ ରେ ବିଜେଡ଼ିର ଜନସଂପର୍କ ପଦଯାତ୍ରା

Sunil Chandra Nayak

ଖଡ଼ିଆଳ ବିଧାୟକ ଙ୍କ ସ୍ବାସ୍ଥ୍ୟ ବଜେଟ କୁ ବିରୋଧ

Sunil Chandra Nayak

ପନିପରିବା ମଣ୍ଡି ଖୋଲିବା ନେଇ କୃଷ୍ଣ ନାଗଙ୍କ ବଗିଚାକୁ ଉପ ଜିଲ୍ଲାପାଳ ଗ୍ରସ୍ତ

Sunil Chandra Nayak

Leave a Comment

error: Content is protected !!