ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିଦ୍ୟାଧର ମହାନ୍ତ ଙ୍କ କବିତା ମହାପ୍ରସାଦ

ମହାପ୍ରସାଦ

ଚାଲଯିବା ମନମହା —

    ପ୍ରସାଦ ପାଇଁ

ମହାପ୍ରସାଦ ପାଇଲେ

  ଦୁଃଖ ରହିବ ନାହିଁ (ଘୋଷା )

 

କ୍ଷୀର ସାଗର କୂଳେ

ଆହା ଆନନ୍ଦ ଭୋଳେ

ଅଛନ୍ତି ଦେଉଳେ ପ୍ରଭୂ

    ଜଗତ ସାଇଁ

ଭାଇଭଉଣୀ ସଙ୍ଗେ

ଅଛନ୍ତି ନାନା ରଙ୍ଗେ

ଷାଠିଏ ପଉଟି ଭୋଗ

     ଆନନ୍ଦେ ଖାଇ

ମହାପ୍ରସାଦ ଖାଇଲେ

   ଦୁଃଖ ରହିବ ନାହିଁ |1|

 

କି ସୁନ୍ଦର କାଳିଆ

କିସୁନ୍ଦର ବଳିଆ

ମଝିରେ ସୁନ୍ଦର ଦିବ୍ୟ

    ସୁଧାଂଶୁ ମୁହିଁ

ଲକ୍ଷେ ସୁମନେ ବସି

ଭୋଗ ଭୁଞ୍ଜନ୍ତି ହସି

ଭକତ ଜନଙ୍କୁ ସ୍ନେହେ

    ହାତ ବଢାଇ

ମହାପ୍ରସାଦ ଖାଇଲେ

  ଦୁଃଖ ରହିବ ନାହଁ |2|

 

ବଡ ଦେଉଳେ ହରି

ଭକ୍ତେ ଡାକନ୍ତି ବରି

ସ୍ନେହରେ ସ୍ନେହରେ ତାଙ୍କୁ

       ଦିଅନ୍ତି ଗାଳି

ଜଗାଙ୍କ ପରି ପ୍ରଭୁ

ନାହାନ୍ତି ଏ ସଂସାରେ

ଗଳାରେ ପିନ୍ଧନ୍ତି ପରା

     ଦୟଣା ମାଳି

ମହାପ୍ରସାଦ ଖାଇଲେ

   ଦୁଃଖ ରହିବ ନାହିଁ |3|

 

ମହାପ୍ରସାଦ ଅଛି

ଭୁଞ୍ଜନ୍ତି ନନ୍ଦ ବଛି

ଭୁଞ୍ଜିବା ଲୋକତ ସ୍ୱର୍ଗ

      ପୁର ଯାଉଛି

ଭୁଞ୍ଜୁଥିବା ଲୋକର

ସପ୍ତ ବଂଶ ତରୁଛି

ଭାବବିନୋଦିଆ ପ୍ରଭୂ

    ମୁର୍କୀ ହସୁଛି

ହାତଗୋଡ଼ ନାହିଁ ଭକ୍ତେ

     ଆଣେ ଉଦ୍ଧାରି |4|

 

ମହାପ୍ରସାଦ ସୁଧା

ଝରି ଆସେ ବସୁଧା

ଭକ୍ତେ ପିଉଛନ୍ତି ଯଥା

    ପିଇଥାନ୍ତି ଚକୋରୀ

ମହାପ୍ରସାଦ ଭକ୍ତେ

ଭୁଞ୍ଜନ୍ତି ଅନୁରକ୍ତେ

ନପାରନ୍ତି କେହିପ୍ରସା –

    ଦକୁ ଆବୋରି

ମହାପ୍ରସାଦକୁ ସର୍ବେ

   ଭୁଞ୍ଜିବ ହାତମାରି |5|

ଶ୍ରୀ ବିଦ୍ୟାଧର ମହାନ୍ତ, ତମ୍ବାହରା
ହରିଚନ୍ଦନ ପୁର କେନ୍ଦୁଝର

 

Related posts

ସମସ୍ୟା ଘେରରେ ଏସଟି ବାଳିକା ହଷ୍ଟେଲ , ହଷ୍ଟେଲ ଛାଡିଛନ୍ତି ୭୦’ ଅନ୍ତେବାସୀ

Sunil Chandra Nayak

ମମତା ଶତପଥୀ ଙ୍କ କବିତା ଚା ପିଆଲାରେ ଝଡ

Sunil Chandra Nayak

ସାମାଜିକ ସାଂସ୍କୃତିକ ବିକାଶ ସଂଘ ତତଫରୁ ସୁନିଲ ମଙ୍ଗରାଜ ଙ୍କ ଜନ୍ମ ଦିନ ପାଳନ

Sunil Chandra Nayak

Leave a Comment

error: Content is protected !!