ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବରଫ ଝଡ଼ର ସାମ୍ନା କରି ହାଂପ୍ତା ପାସ ଅରୋହଣ କଲେ ଚବିଶି ଜଣ ଓଡ଼ିଆ

୧୦ ଜୁନ ଅପରାହ୍ନରେ ୧୪୦୬୫ ଫୁଟ ଉଚ୍ଚତା ବିଶିଷ୍ଠ ହାଂପ୍ତା ପାସ ପାହାଡ଼ ଶୀର୍ଷରେ -5°c ରୁ -10°c ହାଡ଼ ଭଙ୍ଗା ଶୀତ ସହିତ ବରଫ ଝଡ (hailstorm) କୁ ସାମ୍ନା କରି କଳିଙ୍ଗ ଡେୟାରଡେଭିଲସ ଏବଂ ଥ୍ରୀଲୋଫିଲିଆର ମିଳିତ ଆନୁକୂଲ୍ୟ ରେ ଚୟନ ହୋଇଥିବା ଓଡ଼ିଶାର ୨୪ ଜଣ ପ୍ରତିଭା ଜାତୀୟ ପତାକା ଉଡ଼ାଇ ଥିଲେ।

ଉକ୍ତ କାର୍ଯ୍ୟକର୍ମକୁ ରାଜ୍ୟସଭା ସାଂସଦ ଶ୍ରୀଯୁକ୍ତ ସୁଜୀତ କୁମାର ଏବଂ ଆସିଷ୍ଟାଣ୍ଟ କମିଶନେର (ଇନକମ ଟେକ୍ସ) ଶ୍ରୀଯୁକ୍ତ ହୃଦୟ ଦାସ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏବଂ ପୋଲିସ ଆଇ.ଜି.ପି ଶ୍ରୀଯୁକ୍ତ ଅମିତାଭ ଠାକୁର ଶୁଭକାମନା ଜଣେଇ ଥିଲେ।କଳିଙ୍ଗ ଡେୟାରଡେଭିଲସର ସଭାପତି ଡ.ସତ୍ୟପୀର ପଧାନ ସମସ୍ତଙ୍କୁ କୃତଜ୍ଞତା ଜଣାଇଥିଲେ ଏବଂ ଚଢାଳି ଦଳର ନେତୃତ୍ୱ ନେଇଥିଲେ।

ଉକ୍ତ ଦଳରେ ଭୁବନେଶ୍ୱରରୁ ଦେବବ୍ରତ ନାୟକ (୫୬), ପ୍ରକାଶ ଶତପଥୀ (୫୪), ଶୁଭଙ୍କର ମହାନ୍ତି, ଦୀପକ ରଞ୍ଜନ ଦଶ, ମିଲନ୍ ମନୋହର ପ୍ରିୟାର୍ଜନ, ଡମ୍ବରୁ ବେହେରା। କେନ୍ଦୁଝର ଜିଲ୍ଲାରୁ ଅରୁଣ କୁମାର ମହାନ୍ତ। କଳାହାଣ୍ଡି ଜିଲ୍ଲାରୁ ନୃସିଂହ ଚରଣ ପଣ୍ଡା, ସ୍ଵରାଜ ରାଉତ, ରେଶବ ପାଣିଗ୍ରାହୀ, ଜ୍ୟୋତିଷ କୁମାର ବାଗ, ଅଭିଜିତ ଦାଶ, ଜିତେନ୍ଦ୍ର କୁମାର ନାଏକ, ଜିତେନ୍ଦ୍ର ସାହୁ, ଯଶୋବନ୍ତ ଧଙ୍ଗଡାମାଝୀ, ସୌମ୍ୟ ରଂଜନ ରାଉତ, ଠାକୁର ସେନାପତି। ନୂଆପଡା ଜିଲ୍ଲାରୁ ସଚିନ ବେହେରା, ଶୋଭନ ରଥ। ବଲାଙ୍ଗୀର ଜିଲ୍ଲାରୁ ଅମନ୍ ଛତ୍ରିଆ, ସୌରଭ ସମ୍ବିତ ତ୍ରିପାଠୀ । ଦେବଗଡ଼ ଜିଲ୍ଲାରୁ ବିଶ୍ୱଜିତ୍ ପାଢ଼ୀ ଏବଂ ରାଉରକେଲାରୁ ବିଶୁ ସିଂ ପ୍ରମୁଖ ଦଳର ସଦସ୍ୟ ଥିଲେ।

ଆଠ ତାରଖ ସକାଳୁ ଆରୋହଣ ପାଇଁ ହିମାଚଳ ପ୍ରଦେଶର ଯୋବ୍ରା ଠାରୁ ଯାତ୍ରା ଆରମ୍ଭ ହୋଇଥିଲା। ଏବଂ ସର୍ବନିମ୍ନ ତାପମତ୍ରାର ପୋଷାକ ଏବଂ ସମସ୍ତ ଉପୋଜୋଗୀ ଉପକରଣ ସହିତ ସାହସିକତାର ଯାତ୍ରା ଆରମ୍ଭ ହୋଇଥିଲା। ଏବଂ ଦଶ ତାରିଖ ଅପରାହ୍ନରେ ଶେଷ ଶିଖରରେ ପହଞ୍ଚି ଦେଶ ଆଉ ରାଜ୍ୟ ପାଇଁ ଗୌରବ ଆଣିଥିଲେ। ସୂଚନା ଅଛିକିଯେ ୧୩ ତାରିଖ ନୂଆ ଦିଲ୍ଲୀରେ କାର୍ଯ୍ୟକ୍ରମ ଶେଷ କରି ୧୫ ତାରିଖ ଅପରାହ୍ନ ଭୁବନେଶ୍ୱରରେ ସ୍ୱାଗତ ସମ୍ବର୍ଦ୍ଧନାର କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।

Related posts

ଓଲଟିଲା ଟମାଟୋ ବଝେଇ ଟ୍ରକ, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଓ ହେଲ୍ପର 

Sunil Chandra Nayak

ଧର୍ମ ପରାୟଣ ମହିଳା ଙ୍କ ପରଲୋକ

Sunil Chandra Nayak

କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର ଙ୍କ କବିତା ସିଏ ଟି ଜଗତ ନାଥ

Sunil Chandra Nayak

Leave a Comment

error: Content is protected !!