ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

ଜଣାଣ

ମାନଗୋବିନ୍ଦ ସ୍ବାଇଁ

 

ମୁହିଁ ଲେଖେ ଭାଷା ତୁମେ ଦିଅ ଭାଷା

     ସରସ୍ଵତୀ କଣ୍ଠେ ରହି

ଗଣେଶ ରୂପରେ କହିଛ ସତରେ 

     ଜ୍ଞାନ ଭଣ୍ଡାର ଯେ ସେହି।

ହାତରେ ଦୁଆତ ଧରାଇ କହିଲ

    ଲେଖ ପଦ ଶବ୍ଦ ମାନ

ଲେଖି ଗଲି ପଦ ହେଲା ଯେ ସଂପଦ

    ସଂସ୍କୃତି ପାଇଁ ସମ୍ମାନ।

ଇତିହାସ ଦିନେ ଝୁରି ଗାଉଥିବା

     କବି ଲେଖକଙ୍କ ଗୁଣ

ଲେଖି ଥିବା କଥା ସତ ହୋଇଅଛି

    ଅଚ୍ୟୁତାନନ୍ଦ ପ୍ରଣାମ।

ଅକାଟ୍ୟ ବଚନ ସତରେ ପ୍ରମାଣ

      ମହାପୁରୁଷଙ୍କ ବାକ୍ୟ ସିଦ୍ଧି

ମଠ ମନ୍ଦିରରେ ତାଙ୍କ ଯଶ଼ଃ କିର୍ତ୍ତୀ

     ଗୁଣରେ ହେଲା ପ୍ରସିଦ୍ଧି।

 ନିତି ତାଙ୍କ ବାକ୍ୟ ମାନିବାକୁ ହବ

       ଜପି କର ତାଙ୍କ ସ୍ତୁତି

ବିପଦ ପଳାଇ ସୁଖକୁ ଆଣଇ

      ସଂସାର ରହିବ ଶାନ୍ତି।

ଗୋଜାବନ୍ଧ ମହାକାଳପଡ଼ା

କେନ୍ଦ୍ରାପଡ଼ା

Related posts

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

ଢେଙ୍କାନାଳ ଥିଙ୍କର୍ସ ଫୋରମ ର କାର୍ଯ୍ୟକାରିଣୀ ବୈଠକ ଏବଂ ଢେଙ୍କା ପୀଢ଼ ରେ ପୂଜା ଅର୍ଚ୍ଚନା

ଆଶା ଦିଦି ଙ୍କୁ ବିରୋଧ କରି ଅଙ୍ଗନବାଡି କୁ ତାଲା ପକେଇଦେଲେ ମହିଳା ସମିତି ର ସଦସ୍ୟ ମାନେ 

Sunil Chandra Nayak

Leave a Comment

error: Content is protected !!