ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଟ୍ରକ ଚକା ଲଗାଉଥିବା ବେଳେ ଚକା ଫାଟି ହେଲପର ମୃତ

ଚିଲିଗୁଡା(ମ ନି ସ) ବଲଧିଅମାଲ ନିକଟସ୍ଥ ଇଣ୍ଡିଆନ ପେଟ୍ରୋଲ ପମ୍ପ ନିକଟରେ ଅଟକି ରହିଥିବା ଏକ ଟ୍ରକରେ ଚକ ଲଗାଉଥିବା ବେଳେ ଆକସ୍ମିକ ଭାବେ ଚକାଫାଟି ଘଟଣା ସ୍ଥଳରେ ହେଲପରଙ୍କ ମୃତ୍ୟୁ ହେବା ଘଟଣା ଏଠାରେ ଚାଞ୍ଚଲ୍ୟ ଖେଳି ଯାଇଛି । ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ,ଜୁନାଗଡ଼ ଥାନା କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ଅନ୍ତର୍ଗତ ବଳଧିଆମାଲ ସ୍ଥିତ ଇଣ୍ଡିଆନ ପେଟ୍ରୋଲ ପମ୍ପ ନିକଟରେ ଗାଡି ନମ୍ବର ଓଆର ୧୯ କେ ୯୫୩୯ ଏକ ଟ୍ରକ ଅଟକି ରହିଥିଲା । କୌଣସି କାରଣ ଏହି ଟ୍ରକରେ ହେଲପର ଟ୍ରକର ପଛ ଚକ ଖୋଲିକି ଲଗାଇଥିଲେ । ଏହି ସମୟରେ ହଠାତ ଆକସ୍ମିକ ଭାବେ ଟ୍ରକ ଚକ ଫାଟି ଯାଇଥିଲା । ଫଳରେ ଘଟଣା ସ୍ଥଳରେ ହିଁ ହେଲପରଙ୍କ ମୃତ୍ୟୁ ହୋଇଥିଲା । ଟ୍ରକରେ ହେଲପର ଥିବା ଯୁବକ ଙ୍କ ନାମ କମଳାକାନ୍ତ ବନ୍ଧିଛୋଡ ବୋଲି ଜଣାପଡିଛି । ସେହିଭଳି ଭବାନୀପାଟଣା ସହରସ୍ଥିତ ନକଟିଗୁଡ଼ାର ଟ୍ରକ ମାଲିକ ଅନୀଲ ମେହେର ବୋଲି ଜଣାପଡିଛି । ଅନ୍ୟ ପକ୍ଷରେ ଖବର ପାଇ ଘଟଣା ସ୍ଥଳରେ ଜୁନାଗଡ଼ ପୁଲିସ ପହଞ୍ଚି କେସ ନଂ ୨୬୮/୨୨ରେ ଏକ ମାମଲା ରୁଜୁ କରିଥିଲେ । ପରେ ଶବକୁ ଜବତ କରି ଜୁନାଗଡ଼ ଡାକ୍ତରଖାନାକୁ ଶବ ବ୍ୟବଚ୍ଛେଦ ପାଇଁ ପଠେଇଥିଲେ ।

ଚିଲିଗୁଡା ରୁ ସୁନ୍ଦର ମୋହନ ଛତ୍ରିଆ ଙ୍କ ରିପୋର୍ଟ ।

Related posts

ପ୍ରତାପ କିଶୋର ରାଉତ ଙ୍କ କବିତା – କବିତା ଗୋ ତୁମେ ପ୍ରାଣ ପ୍ରିୟା

Sunil Chandra Nayak

ବ୍ଲକ ସ୍ତରୀୟ କୃଷକ ପରାମର୍ଶ କମିଟି ର ବୈଠକ

Sunil Chandra Nayak

ନିରୁପମା ପାଣି ଙ୍କ ଗଳ୍ପ ପାଗଳ ର ପ୍ରଳାପ

Sunil Chandra Nayak

Leave a Comment

error: Content is protected !!