ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜଗତସିଂହପୁର ଜିଲ୍ଲା ପୋଷ୍ଟ ଅଫିସ ର “ହର ଘର ତ୍ରିରଙ୍ଗା” ଅଭିଯାନରେ ସାମିଲ ପରିପେକ୍ଷି ରେ…

ଜଗତସିଂହପୁର ଜିଲ୍ଲାକୁ ସୁକନ୍ୟା ସମୃଦ୍ଧି ଯୋଜନାରେ ସମଗ୍ର ରାଜ୍ୟରେ ତଥା ଦେଶରେ ପ୍ରଥମ ଜିଲ୍ଲା ଭାବେ ପରିଗଣିତ କରିବାକୁ ସମଗ୍ର ଜିଲ୍ଲାବାସୀଙ୍କୁ ଜିଲ୍ଲାପାଳଙ୍କ ଆହ୍ୱାନ

ଆଜି ଜଗତସିଂହପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ମଧ୍ୟ୍ୟରେ ଜିଲ୍ଲାପାଳ ମହୋଦୟା ଶ୍ରୀମତୀ ପାରୁଲ ପଟାଓ୍ବରିଙ୍କ ଅଧକ୍ଷତାରେ କଟକ ଦକ୍ଷିଣ ଡାକ-ମଣ୍ଡଳର ଡାକ ଅଧିକ୍ଷକ ଶ୍ରୀଯୁକ୍ତ ଗଜେନ୍ଦ୍ର ପ୍ରସାଦ କର ଓ ଅତିରିକ୍ତ ଜିଲ୍ଲାପାଳ ଚିନ୍ମୟୀ ବିଶ୍ୱାଳ ଙ୍କ ସହିତ ଏକ ସଭା ଅନୁଷ୍ଠିତ ହୋଇଯାଇଛି | ଏହି ସଭାରେ ଭାରତ ସରକାର “ହର ଘର ତ୍ରିରଙ୍ଗା” ଅଭିଯାନ,ପୋଷ୍ଟ ଅଫିସର ଅନେକ ସ୍କିମ ମଧ୍ୟରୁ ବାଲ ଆଧାର ଏବଂ ସୁକନ୍ୟା ଯୋଜନା ଉପରେ ଗୁରୁତ୍ୱ ଦେବା ସହ ଆଲୋଚନା କରାଯାଇଥିଲା | ପୋଷ୍ଟଅଫିସର “ହର ଘର ତ୍ରିରଙ୍ଗା” ଅଭିଯାନକୁ ଆହୁରି ସୁଦୃଢ କରିବା ପାଇଁ ଆଜି ଜଗତସିଂହପୁର ଜିଲ୍ଲାପାଳ ମହୋଦୟା ଶ୍ରୀମତୀ ପଟାଓ୍ବରି ଆଗେଇ ଆସିବା ସହିତ ଜଗତସିଂହପୁର ଜିଲ୍ଲାର ସମସ୍ତ ଜନସାଧାରଣ ନିକଟସ୍ଥ ସମସ୍ତ ପୋଷ୍ଟଅଫିସରୁ ଏହି ଜାତୀୟ ପତାକା ମାତ୍ର ୨୫ ଟଙ୍କାରେ କିଣି ଆସନ୍ତା ଅଗଷ୍ଟ ୧୩ ରୁ ୧୫ ଏହି ୩ ଦିନ ଭାରତ ସରକାରଙ୍କ “ହର ଘର ତ୍ରିରଙ୍ଗା” ମହୋତ୍ସବକୁ ପାଳନ କରିବାକୁ ଅନୁରୋଧ କରିଛନ୍ତି | ତା ସହିତ ପୋଷ୍ଟ ଅଫିସ ହେଉଛି ଭାରତର ସରକାରଙ୍କ ସର୍ବ ପୁରାତ୍ତନ ଏବଂ ଭରସାଯୋଗ୍ୟ ସଂସ୍ଥା ହେବା ସହ ଦେଶ,ରାଜ୍ୟ ଓ ପ୍ରତେକ ଜିଲ୍ଲାର କୋଣ ଅନୁକୋଣରେ ରହି ବିଭିନ୍ନ ପ୍ରକାରର ସେବା ସମସ୍ତ ଜନସାଧାରଣଙ୍କୁ ଯୋଗାଇ ଆସୁଛି ବୋଲି କହିଥିଲେ | ଜିଲ୍ଲାରେ ଥିବା ସମସ୍ତ ଅଙ୍ଗନବାଡି କେନ୍ଦ୍ରମାନଙ୍କରେ ଆସନ୍ତାକାଲି ଠାରୁ ଆରମ୍ଭ ହେବାକୁ ଥିବା ପୋଷ୍ଟ ଅଫିସ ଦ୍ୱାରା ନୂତନ ବାଲ ଆଧାର କ୍ୟାମ୍ପ ସହିତ ଜନ୍ମରୁ ୧୦ ବର୍ଷ ଭିତରେ ଜନ୍ମିଥିବା ସମସ୍ତ କନ୍ୟାସନ୍ତାନ ଯେମିତି ସୁକନ୍ୟା ଯୋଜନାରେ ନିଜକୁ ନିୟୋଜିତ କରି ଜଗତସିଂହପୁର ଜିଲ୍ଲାକୁ ସମଗ୍ର ରାଜ୍ୟ ତଥା ଦେଶରେ ପ୍ରଥମ ଜିଲ୍ଲା ଭାବେ ଗଢିତୋଳିବାରେ ସହାୟକ ହେବେ ବୋଲି ସମଗ୍ର ଜିଲ୍ଲା ବାସୀଙ୍କୁ ନିବେଦନ କରିଛନ୍ତି ଜିଲ୍ଲାପାଳ ମହୋଦୟ | ଏଥିପାଇଁ ଜିଲ୍ଲାପାଳ ମହୋଦୟା ସମସ୍ତ CDPO, ସୁପରଭାଇଜର ଏବଂ ସମସ୍ତ ଅଙ୍ଗନବାଡି କର୍ମୀମାନଙ୍କୁ ଡାକ ବିଭାଗର କର୍ମଚାରୀମାନଙ୍କୁ ସମ୍ପୂର୍ଣ ସହଯୋଗ କରିବା ପାଇଁ ନିର୍ଦେଶ ଦେବା ସହିତ ପ୍ରତି ସପ୍ତାହରେ ଏହାର ସମୀକ୍ଷା କରାଯିବବୋଲି କହିଛନ୍ତି |ନୂତନ ବାଲ ଆଧାର କରିବା ପାଇଁ ପିଲାମାନଙ୍କର ଜନ୍ମ ପ୍ରମାଣ ପତ୍ର ସହିତ ପିତା କିମ୍ବା ମା ଙ୍କ ମଧ୍ୟରୁ ଜଣଙ୍କର ଆଧାର କାର୍ଡର ଅରିଜିନାଲ ଡକୁମେଣ୍ଟ ଏବଂ ସୁକନ୍ୟା ସମୃଦ୍ଧି ଆକାଉଣ୍ଟ ପାଇଁ ଝିଅମାନଙ୍କର ଜନ୍ମ ପ୍ରମାଣପତ୍ର ସହିତ ଅଭିଵାବକ ମାନଙ୍କର ଆଧାର କାର୍ଡ,୨ଟି ଫୋଟୋ ସହିତ ଆକାଉଣ୍ଟ ଖୋଲିବା ଲାଗି ଟଙ୍କା ଆଣି ଅଙ୍ଗନବାଡି କେନ୍ଦ୍ରରେ ହୋଇଥିବା ପୋଷ୍ଟ ଅଫିସ କ୍ୟାମ୍ପକୁ ଆସିବାକୁ ପଡିବ ଏବଂ ନୂତନ ବାଲ ଆଧାର ୨୫୦ ଦେୟମୁକ୍ତ ହେବ,ଏହି କ୍ୟାମ୍ପ ଅଗଷ୍ଟ ୩୧ ତାରିଖରେ ଶେଷ ହେବ ଓ ହ୍ଵାଟ୍ସଆପ ନମ୍ବର ୯୮୫୩୭୦୫୪୪୨ ମାଧ୍ୟମରେ ଘରେ ବସି ଜାତୀୟ ପତାକା କିଣିବାକୁ ମିସେଜ ମାଧ୍ୟମରେ ଅର୍ଡର ଦେଇପାରିବେ। ନିକଟସ୍ଥ ଡାକ କର୍ମଚାରୀ ଏହାକୁ ବିତରଣ କରିବେ ବୋଲି ଶ୍ରୀଯୁକ୍ତ କର କହିଛନ୍ତି | ଏହି ସଭାରେ ଜଗତସିଂହପୁର ଉପ ଡାକମଣ୍ଡଳର ସହକାରୀ ଡାକ ଅଧିକ୍ଷକ ଶ୍ରୀଯୁକ୍ତ ବ୍ରଜେନ୍ଦ୍ର ହେମରମ, ଜଗତସିଂହପୁର ପ୍ରଧାନ ଡାକଘର ପ୍ରଧାନ ଡାକପାଳ ଶ୍ରୀଯୁକ୍ତ ରଞ୍ଜନ କୁମାର ସାହୁ ଏବଂ ବିଶ୍ୱନାଥ ଯତି ଉପସ୍ଥିତ ଥିଲେ |

ଅମୃତ ନନ୍ଦ ଙ୍କ ରିପୋର୍ଟ 

Related posts

ପଢିବାକୁ ଶିଖିବା: ଶିଖିବାକୁ ପଡିବା ଏବଂ ପାଠପଢାରେ ଆଗ୍ରହ କର୍ମଶାଳା

Sunil Chandra Nayak

ଜିତୁ ପଟ୍ଟନାୟକ ମେମୋରିଆଲ ଟ୍ରଷ୍ଟ ତରଫରୁ ନିଆରା ଢଙ୍ଗରେ ରଜ ପର୍ବ ପାଳିତ 

Sunil Chandra Nayak

ସଫଳ ବ୍ୟଡ଼ମୀଣ୍ଟନ ଖେଳାଳି ଓ କୋଚ ସମୀର କୁମାର ସାହୁ

Sunil Chandra Nayak

Leave a Comment

error: Content is protected !!