ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରଞ୍ଜିତା ପତି ଙ୍କ କବିତା ରଜପାନ

ରଜପାନ

                                  ରଞ୍ଜିତା ପତି

 

ଓଡ଼ିଆ ସଂସ୍କୃତି ଓଡ଼ିଆ ଐତିହ୍ୟ

                  ଧନ୍ୟ ତାର ପରମ୍ପରା

     ବାରମାସେ ତେର ପରବ ପାଳନ

                  ଅନନ୍ୟ ଦର୍ଶନ ଧାରା,,,,,

    ପହିଲି ଆଷାଢ଼ ମେଘ ସଵାରୀ ରେ

               ଝୁଲି ଝୁଲି ଆସେ ରଜ

  ମେଘ ଓ ମାଟିର ମହାର୍ଘ ମିଳନ

              କୁଆଁରୀ ମାନଙ୍କ ସଜ,,,,

  ଗାଆଁ ରୁ ସହର ଧନୀ ରୁ ଦରିଦ୍ର

              ପାଳନ୍ତି ଖୁସିରେ ରଜ

   ଗଣପର୍ବ ଅଟେ ଏ ରଜ ପରଵ

             ସଭିଙ୍କ ମନ ମଉଜ,,,,

 ଭାବ ଵିନିମୟେ ପରସ୍ପର ମଧ୍ୟେ

         ଶ୍ରଦ୍ଧା,ସ୍ନେହ,ସମର୍ପଣ

ରଜ ପୋଡପିଠା ଚକୁଳି ଆରିସା

       ସାଥେ ରଜ ପାନ ଜାଣ,,,,,

ଗୁଆ ଗୁଜୁରାତି ଅଳେଇଚ ମିଶା

          ସୁମିଷ୍ଟ ରଜର ପାନ

ଘନିଷ୍ଠତା ସହ ଵଢେ ସୁସମ୍ପର୍କ

       ଭାବ ଆଦାନ ପ୍ରଦାନ,,,,

ନାଲି ଅଳତା କୁ ଟିପି ଚନ୍ଦନ ରେ

           ସଜେଇ ହୁଅନ୍ତି ଝିଅ

ଖାଇ ପାନଖିଲି ଓଠ କରି ନାଲି

             ବାସ ତାର ମହମହ,,,,

ଋତୁ ଆବର୍ତ୍ତନେ ପାଗ ଯେ ବଦଳେ

             ଥାଏ ପାନର ମହତ୍ତ୍ଵ

ରଜ ମଉଜରେ ରଜ ଖିଲିପାନ

           ରହିଥାଏ ବିଶେଷତ୍ବ,,,,,

ଆମ ସଂସ୍କୃତି ର ଅନନ୍ୟ ବିଭବ

       ଆତିଥେୟତା ଦର୍ଶନ

ଆପ୍ୟାୟିତ ହ୍ଵନ୍ତି ଅତିଥି ଦେବତା

       ଖାଇ ମିଷ୍ଟ ରଜ ପାନ,,,,।

ଗଞ୍ଜାମ

Related posts

ଶିକ୍ଷା,ଶିକ୍ଷକ ଓ ସମାଜର ମୂଲ୍ୟବୋଧ ଆଲୋଚନା ଚକ୍ର

Sunil Chandra Nayak

ଡାବୁଗାଁ ରେ ମା ଦୂର୍ଗା ପୂଜା ଆରମ୍ଭ

Sunil Chandra Nayak

ବବି ଜୈନ୍ ଙ୍କ କବିତା କଳ୍ପନା

Sunil Chandra Nayak

Leave a Comment

error: Content is protected !!