ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମମତା ସାହୁ ଙ୍କ କବିତା ରଜ ପରବ

ରଜ ପରବ

ବଣରେ ମହକେ ମଲ୍ଲୀ

ରଜ ପରବଟି ଆସିଛି ବୋଲି

ଆସିଛି ବୋଲି ଲୋ

ଆନନ୍ଦ ପସରା ମେଲି।।

ଭଅଁର ଫୁଲେ ବସିଲା

ଉତ୍ସାହରେ ପୁର ପଲ୍ଲୀ ଉଠିଲା

ପଲ୍ଲୀ ଉଠିଲା ଲୋ

ମୌସୁମୀ କାନେ କହିଲା।।

ଚକୁଳି ଆରିସା ପିଠା

ତା ସାଥେ ସୁଆଦ ସେ ପୋଡପିଠା

ସେ ପୋଡପିଠା ଲୋ

ରଜ ପାନ ମିଠା ମିଠା।।

ସାଙ୍ଗ ସାଥି ମିଶି ଆଜ

ଝିଅ ବୋହୁ ସବୁ ପାଳିବେ ରଜ

ପାଳିବେ ରଜ ଲୋ

ହୋଇ ନୂଆ ସଜବାଜ।।

ଚନ୍ଦନ କୁଙ୍କୁମ ନାଇ

ନୂଆ ଶାଢୀ ପିନ୍ଧି ସଜାଇ ହୋଇ

ସଜାଇ ହୋଇ ଲୋ

ଖେଳିବେ ଆନନ୍ଦ ହୋଇ।।

ପାଦରେ ସରୁ ଅଳତା

ଲଗାଇ ହୁଅ ଲୋ ସାଙ୍ଗ ସରିତା

ସାଙ୍ଗ ସରିତା ଲୋ

କି ସୁନ୍ଦର ନାଲି ଚିତା।।

ଗାଆଁ ଆମ୍ବ ତୋଟା ପୁରି

ଝିଅ ବୋହୁ ମିଶି ଖେଳନ୍ତି ଦୋଳି

ଖେଳନ୍ତି ଦୋଳି ଲୋ

ରଜଯେ ଆସିଛି ବୋଲି।।

ବରଷକେ ଥରେ ରଜ

ଆଣିଛି ତା ସାଥେ କେତେ ମଉଜ

କେତେ ମଉଜ ଲୋ

କୁଆଁରି କୁମୁଦ ସଜ।।

         

ମମତା ସାହୁ

         ଗାଈଗାଁ,କଳାହାଣ୍ତି

Related posts

ଗରିମା-୨୦୨୨…..ଆସନ୍ତା ୨ ତାରିଖରେ

Sunil Chandra Nayak

ଚନ୍ଦ୍ରକଳା ଙ୍କ କବିତା ନିଦାଘ

ଦିଲ୍ଲୀପ କୁମାର ନନ୍ଦୀ ଙ୍କ କବିତା ଜଗନ୍ନାଥଙ୍କୁ ମୋର ଖୋଲା ଚିଠି 

Sunil Chandra Nayak

Leave a Comment

error: Content is protected !!