ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଟ୍ରକ୍ ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଲେ ଚାଳକ 

ରୁପ୍ରା, (ମନିସ) : ନର୍ଲାବ୍ଲକ୍ ଭାନପୁର ଗ୍ରାମ ପଞ୍ଚାୟତ ଅଧିନ ବାଲିପଡା ଠାରେ ବୁଧବାର ବିଳମ୍ବିତ ରାତିରେ ଏକ ଟ୍ରକ୍ ନଂ OD 19P 1595 ଦୁର୍ଘଟଣା ଗ୍ରସ୍ତ ହୋଇଥିଲେ ମଧ୍ୟ ଅଳ୍ପକେ ଚାଳକ ବର୍ତ୍ତି ଯାଇଥିବା ଦେଖିବାକୁ ମିଳିଛି। ଭବାନୀପାଟଣା ରୁ ମ. ରାମପୁର ଭାୟା ବାଲିପଡା ଦେଇ ଭୁବନେଶ୍ବର ଯାଇଥିବା ରାଜ୍ୟ ରାଜପଥର ବାଲିପଡା ଠାରେ ଏହି ଦୁର୍ଘଟଣା ଘଟିଥିବା ବେଳେ ଦୁର୍ଘଟଣା ଗ୍ରସ୍ତ ଟ୍ରକ୍ ଚାଳକ ଗୋପିନାଥ ଦାସଙ୍କ ସୂଚନା ମୁତାବକ ମ. ରାମପୁର ପଟରୁ ଦୃତ ଗତିରେ ଏକ ଗାଡି ରାସ୍ତାର ବାମପଟ ବଦଳରେ ଡାହାଣ ପଟେ ଆସୁଥିବା ବେଳେ ତାଙ୍କୁ ବଞ୍ଚାଇବାକୁ ଯାଇ ଟ୍ରକ୍ କୁ ଡାହାଣ ପଟେ ମୋଡି ଦେବାରୁ ରାସ୍ତା ପାର୍ଶ୍ୱରେ ଥିବା ଏକ ଚାକୁଣ୍ଡା ଗଛ ସହ ଧକ୍କା ହୋଇଥିବା କହିଥିଲେ। ଦୁର୍ଘଟଣା ପରେ ଚାକୁଣ୍ଡା ଗଛଟି ଭାଙ୍ଗି ଯିବାରୁ ଚାଳକ ବର୍ତ୍ତି ଯାଇଥିବା ଜଣାପଡିଛି । ତାଳଚେର ରୁ କୋଇଲା ବୋଝେଇ କରି ତିନିଟି ଟ୍ରକ୍ ଲାଞ୍ଜିଗଡ଼ ର ବେଦାନ୍ତ ଆଲୁମିନା ପ୍ଳାଣ୍ଟରେ କୋଇଲା ଖାଲିକରି ଫେରୁଥିବା ବେଳେ ବୁଧବାର ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଥିଲେ ମଧ୍ୟ ନର୍ଲା ଥାନାରେ କୌଣସି ମାମଲା ଦରଜ ହୋଇନଥିବା ଜଣାପଡିଛି।

ରୁପ୍ରା ରୁ ପ୍ରଦୀପ ସେନାପତି ଙ୍କ ରିପୋର୍ଟ ।

Related posts

ଖଡ଼ିଆଳ ସ୍ୱୟଂ ଶାସିତ ମହାବିଦ୍ୟାଳୟ ର ପରୀକ୍ଷା ଫଳ ପ୍ରକାଶିତ

Sunil Chandra Nayak

ବେଣୁଧର ସୂତାର ଙ୍କ କବିତା ଭାବ କଳ୍ପରେ କବି

Sunil Chandra Nayak

ଗୋଲାମୁଣ୍ଡା ବ୍ଲକ ଘୋଟିଆ ପୀଡିତା ପରିବାର କୁ ଭେଟିଲା ଜିଲ୍ଲା ଏଓଏସସିଏଫ ଟିମ

Sunil Chandra Nayak

Leave a Comment

error: Content is protected !!