ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜୟ କୁମାର ମିଶ୍ର ଙ୍କ କବିତା ତୁମକୁ ଭଲ ପାଏ ବୋଲି

ତୁମକୁ ଭଲ ପାଏ ବୋଲି

 

ଜୟ କୁମାର ମିଶ୍ର

ବୁଦୁରା, ଗଜପତି 

 

ମନ ଖୋଲି ମୁହିଁ, କହି ପାରୁନାହିଁ 

ହେବ ବୁଝାବଣା ବାମ, 

ଖୋଲି କହିଦେଲେ, ଛିନ୍ନ ଭିନ୍ନ ହେବ

ସରାଗ,ସମ୍ପର୍କ, ପ୍ରେମ l

ରୂପ ଯଉବନ, କଲା ଆକର୍ଷଣ 

କରିଲା କିମିଆ ମୋତେ, 

ସେ ମାୟାର ବାୟା, ପାଗଳ କରିଲା 

ଘେନିଲା ଅମଡ଼ା ପଥେ ll

ସଂଯମ, ସଂଭ୍ରମ, ସମୟର ଜ୍ଞାନ 

ସଂଚୟ, ସମ୍ପତି ସାଥେ, 

ପୀରତି ନଈରେ, ଦେଲି ମୁଁ ଭସାଇ 

ମୋ ମୂଢ଼ ମାନସ ଚିତେ ll

ଆପଣାର ଲୋକ, ମୋ ପ୍ରତି ବିମୁଖ 

ଦୁରାଇ ରହିଲେ ସବୁ, 

ଜାଣି ଭୁଲିଗଲି, ଆଗେଇ ଚାଲିଲି 

ଛାଡି ଜାତିନୀତି, ପ୍ରଭୁ ll

ସାହି ପଡିଶାରେ ଦାଣ୍ଡର ବାଟରେ 

ଟୁପୁରୁ ଟାପର ଭାଷା, 

କେତେ ଆଖି ଠାର, ବଚନ ନିଷ୍ଠୁର 

ସବୁହେଲା ଦେହ ଘସା ll

ହେଲି ଅମାନିଆ, ହେଲି ଅବାଗିଆ 

ଗୋଠ ଖଣ୍ଡିଆଟି ଆଜି, 

ଘରୁ ବିତାଡିତ, ତୁମରି ପାଇଁତ 

ପାଗଳ ପ୍ରେମରେ ଭିଜି ll

ତୁମ ଅଳିଦଳି, ରାଗରୁଷା ଝଳି 

ମାନଅଭିମାନ କେତେ,

ନିଷ୍ଠୁର ବଚନ, ଅନୁଯୋଗ ମାନ 

ହେଲା ଦେହସୁହା ସତେ ll

କେତେଯେ ସହିଲି, ଅଯ୍ୟଥାରେ କଳି 

ଜିଦଖୋର ହାବଭାବ, 

ଅଶ୍ରୁ, ଅଭିଶାପ,ମଉନ ବିଳାପ 

ଦେଲା ମନେ, ମନ ସ୍ତାପ ll

ପ୍ରତିଟି କଥାରେ, ସଞ୍ଜତ ମନରେ 

ଗତି ଥିଲା ଭାବିଚିନ୍ତି, 

ହାତେ ମାପି ମୁହିଁ, ଚାଖଣ୍ଡରେ ରହି 

ବlହୁଥିଲି ପରିସ୍ଥିତି ll

ମୁଣ୍ଡ ଦେଖି ପାଗ, ଖରଚର ବେଗ 

ବୋଲମାନି ରହୁଥିଲା, 

ଭଲ ପାଏବୋଲି, ସୀମା ଡେଇଁଗଲି

ଆଜି ସେ ଖୁଲମ ଖୋଲା ll

ଋଣର ଯନ୍ତାରେ, ହୋଇଗଲି ବନ୍ଦୀ 

ଦାଣ୍ଡେ ହଟହଟା କେତେ,  

ବୁଲେ ଲୁଚିଲୁଚି, ସତକଥା ପୋଛି 

ସହି ଅପମାନ ପଥେ ll

ଇଛା ଭରିବାକୁ, ମନ ତୋଷିବାକୁ 

ଆଉ ବା କରନ୍ତି କ’ଣ ?? 

ସବୁ ସରିଗଲା, ସ୍ୱାଧୀନ ହଜିଲା 

ସରିଲା ମୋ ଟାଣପଣ ll

କିପାଇଁ ଅବୁଝା, ବେଦନାର ଝଞ୍ଜା 

ଦେଇ ସିଝାଉଛ ମୋତେ, 

ପରିସ୍ଥିତି ଦେଖି, ଆୟକୁ ପରଖି 

ଚାଲ ଜୀବନର ପଥେ ll

ଦେଖାଶିଖା ବୁଦ୍ଧି, ମନରେ ନଖୁନ୍ଦି 

ଚାଲିବା ପ୍ରୟାସ କର, 

ଆକାରଣେ ସହି, ପ୍ରତିଯୋଗୀ ନାହିଁ  

ସରଳ ଚିନ୍ତାକୁ ବର ll

ଜୟ କୁମାର ମିଶ୍ର, ଗ୍ରାମ-ବୁଦୁରା 

ଡାକ-ଗୋରିବନ୍ଧା,ମାଧ୍ଯମ-କାଶୀନଗର,
ଜିଲ୍ଲା- ଗଜପତି,ଓଡିଶା, 

Related posts

ଖଡ଼ିଆଳ ବିଜ୍ଞାପିତ ଅଞ୍ଚଳ ପରିଷଦ ନିର୍ବାଚନ ନେଇ ବିଜୁ ଜନତା ଦଳ ପକ୍ଷରୁ ପ୍ରସ୍ତୁତି ବୈଠକ

Sunil Chandra Nayak

ପାୟେଲ ବେହେରା ହେଲେ ଫୁଲବାଣୀ ପୋୖର ଉପଧ୍ୟକ୍ଷା

Sunil Chandra Nayak

ସାଂସ୍କୃତିକ ଲୋକ ମହୋତ୍ସବ ମଣ୍ଡେଇ ର ପ୍ରଥମ ଦିବସ 

Sunil Chandra Nayak

Leave a Comment

error: Content is protected !!