ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

ଜଣାଣ

ମାନଗୋବିନ୍ଦ ସ୍ବାଇଁ

 

କାଲି ଠାରୁ ପ୍ରଭୁ କର୍ମ କ୍ଷେତ୍ର ଯିବି

   ମୋତେ କରିବ ସାହାଯ୍ୟ

ତୋ ନାମ ତୁଣ୍ଡରେ ତୋବାଲି ମୁଣ୍ଡରେ

      ଶକ୍ତି ଦିଅ କରି ଧର୍ଯ୍ୟ।

ସ୍ନେହ ଶ୍ରଦ୍ଧା ଭକ୍ତି ହୃଦ ଭରି ଦିଅ

     ସଭିଙ୍କୁ ରଖ ମଙ୍ଗଳ

ଏଇ ନୀତି ଧର୍ମ ସଭିଙ୍କ ଭିତରେ

   ଜୀବନ ହେଉ ସଫଳ।

ରାଗ ହିଂସା କ୍ରୋଧ ମନୁ କାଢି ଦିଅ

    ଭଲ ହେଉ ମନ ଶାନ୍ତି

ଶାନ୍ତ ବ୍ୟବହାର ଉତ୍ତମ ଗୁଣକୁ

     ଜନ ପସନ୍ଦ କରନ୍ତି।

ମନ୍ଦ ଚିନ୍ତା ଖାଲି ମନୁ ମନ୍ଦ ଗୁଣ 

    କରି ଦିଅ ସବୁ ଦୂର

ଏତିକି ମାଗୁଣି କରୁଛି ପ୍ରଭୁ ହେ

    ଶରଣ ତବ ପୟର।

ଏତେ ବାଟ ଆଣି ଲୋକ ହସା ନାହିଁ

   ଯା ଆଦେଶ ତା କରିବି

ଯାହା ମୁଁ କହୁଛି ପରାଣ ଖାଉଛି

     ପାଳନ ନିଶ୍ଚେ କରିବି।

ଆଦେଶ ଦେଉଛ ପାଳନ କରୁଛି

   କେବେ କରିନାହିଁ ମନା

ଧର୍ଯ୍ୟ ବଳ ସବୁ ହୃଦେ ଭରି ଦିଅ

   ଜୀବନ ହେଉ ସାଧନା।

ଗୋଜାବନ୍ଧ ମହାକାଳପଡ଼ା
କେନ୍ଦ୍ରାପଡ଼ା

Related posts

କାର୍ତ୍ତିକେଶ୍ଵର ଭଷାଣି ସମୟରେ ଅଘଟଣ, ବାଣ ଫୁଟି ୪୦ରୁ ଅଧିକ ଆହତ

Sunil Chandra Nayak

ଗାଁ ରେ ବୁଲୁଛି ଭାଲୁ, ସ୍ଥାନୀୟ ଲୋକେ ଭୟଭୀତ

Sunil Chandra Nayak

ନର୍ଲା ଠାରେ ଚବିଶ ପ୍ରହର ନାମ ଯଜ୍ଞର ଶୁଭଖମ୍ବ ସ୍ଥାପନ

Sunil Chandra Nayak

Leave a Comment

error: Content is protected !!