ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବାଲେଶ୍ବର – କେନ୍ଦ୍ର ଲଳିତକଳା ଏକାଡେମୀ ପୁରସ୍କାର ବିଜେତା ଲକ୍ଷ୍ମୀପ୍ରିୟାଙ୍କୁ ସମ୍ବର୍ଦ୍ଧନା

 ବାଲେଶ୍ବର,୧୭/୬/୨୨- ୨୦୨୧ କେନ୍ଦ୍ର ଲଳିତକଳା ଏକାଡେମୀ ପୁରସ୍କାର ବିଜେତା ବାଲେଶ୍ଵର ଜିଲ୍ଲା ବସ୍ତା ବ୍ଲକ ରୁପସା ଅଞ୍ଚଳର ଅବସର ପ୍ରାପ୍ତ ଗୋଷ୍ଠୀଶିକ୍ଷା ଅଧିକାରୀ ଜୟନ୍ତ ପାଣିଗ୍ରାହୀ ଙ୍କ ସୁକନ୍ୟା ଲକ୍ଷ୍ମୀପ୍ରିୟା ପାଣିଗ୍ରାହୀଙ୍କୁ ଉପରାଷ୍ଟ୍ରପତି ଏମ ଭେଙ୍କିୟା ନାଇଡୁ, କେନ୍ଦ୍ର ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଜୀ କିଷନ ରେଡ୍ଡି, ସଂଗୀତ ନାଟକ ଲଳିତକଳା ଏକାଡେମୀର ଅଧ୍ୟକ୍ଷା ଉମା ନୁନ୍ଦୁର, ସଂଗୀତ ନାଟକ ଏକାଡେମୀର ସଚିବ ତେମସୁନାରୁ ଜମିର, ଲଳିତକଳା ଏକାଡେମୀ ସଚିବ ରାମକୃଷ୍ଣ ଭେଦାଲା କେନ୍ଦ୍ର ବାଣିଜ୍ୟ ମନ୍ତ୍ରାଳାୟର ଯୁଗ୍ମ ସଚିବ ସଂଯୁକ୍ତା ମୁଦଗୁଲ ପ୍ରମୁଖଙ୍କ ଉପସ୍ଥିତିରେ ସମ୍ବର୍ଦ୍ଧିତ ହୋଇ ଜାତୀୟ ସ୍ତରରେ ଆମ ଜିଲ୍ଲା ତଥା ମାଟିକୁ ଗୌରବାନିତ କରିଛନ୍ତି । ଏହି ଅବସରରେ ଦୁଃଖିଦରଦୀ ଅସହାୟକୁ ସହାୟ ପ୍ରଶଂସାକୁ ପ୍ରଶଂସିତ କରି ନିରୁତ୍ସାହିତକୁ ଉତ୍ସାହିତ କରି ସମାଜରେ ଆଗଧାଡିର ସମାଜସେବୀ ବିକ୍ରମପଣ୍ଡା, ସମୟରଚକ୍ର ସମ୍ଫାଦକ ସର୍ବେଶ୍ବର ଜେନା, ହେଲପିଙ୍ଗ ସୋସାଇଟିର ହ୍ରିତିକ ନାୟକ, ସମାଜସେବୀ ସୁଶାନ୍ତ ରଣା, ଜୀବନ ସଂଗ୍ରାମ ମିଶ୍ର, ସୁମିତ ରଞ୍ଜନ କର ଓ ରଜତ ଘଢେଇ ପ୍ରମୁଖ ତାଙ୍କ ବାସଭବନରେ ଭେଟି ଫୁଲତୋଡା, ଉତ୍ତରୀୟ, ଦେଇ ସମ୍ବର୍ଦ୍ଧିତ କରିଥିବାବେଳେ “ସମୟରଚକ୍ର” ପକ୍ଷରୁ ପ୍ରଶଂସା ପତ୍ର, ଓ ଜଗନ୍ନାଥ ଫଟ ଚିତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ, ବାସ୍ତବିକ ଲକ୍ଷ୍ମୀପ୍ରିୟା ଜଣେ ସାହସୀ ଝିଅ ଏକା ଏକା ନିଜର ସାଧନା ଇଛାଶକ୍ତି ବଳରେ ବାଲେଶ୍ବର ଜିଲ୍ଲା ସମେତ ବସ୍ତା, ରୂପସା, ଅଞ୍ଚଳ ପାଇଁ ଉଦାହରଣ ସାଜିଛନ୍ତି । ତାଙ୍କର ଏହି ସଫଳତା ପାଇଁ ବିଜୁ ଜନତା ଦଳ ରାଜ୍ଯ ସାଧାରଣ ସମ୍ପାଦକ ଶ୍ଯାମା ପ୍ରସାଦ ବେହେରା, ବରିଷ୍ଠ ସାମ୍ବାଦିକ ବିଜୟ କୁମାର ଭୂୟାଁ, ସମାଜସେବୀ ସୁମନ୍ତ କୁମାର ଯେନା. ବସ୍ତା ପ୍ରେସକ୍ଲବ ସଭାପତି ବାଞ୍ଛାନିଧି ଦେ, ସମାଜସେବୀ ଶଙ୍କର କୁମାର କର, ବିରାଜ ସିଂଦେଓ. ସାମ୍ବାଦିକ ସୁଶାନ୍ତ ପ୍ରଧାନ, ମାନସ ରଞ୍ଜନ ବେହେରା, ସାମ୍ବାଦିକ ଦିଲ୍ଲୀପ କୁମାର ସାହୁ ସମେତ ବସ୍ତା ଅଞ୍ଚଳର ବହୁ ମାନ୍ଯଗଣ୍ଯ ବ୍ଯକ୍ତି ଲକ୍ଷ୍ମୀ ପ୍ରିୟାଙ୍କୁ ଫୋନ ମାଧ୍ଯମରେ ଶୁଭେଚ୍ଛା ବାର୍ତ୍ତା ପଠେଇଛନ୍ତି ।।

ବାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଅମିନ ସଂଘ ଜିଲା ସ୍ତରୀୟ କାର୍ଯ୍ୟକାରିଣୀ ବୈଠକ

Sunil Chandra Nayak

ପୁରୁଣାକଟକରେ ଦୁର୍ନୀତି ନିବାରଣ ସପ୍ତାହ ପାଳିତ

Sunil Chandra Nayak

ଭବାନୀପାଟଣା ଠାରେ ଓଡିଶା ରାଜ୍ୟ ପ୍ରାକୃତିକ ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ତଥା ଜାତୀୟ ବିପର୍ଯ୍ୟୟ ପ୍ରଶମନ ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!