ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନାଗସାପ କାମୁଡାରେ ମହିଳା ମୃତ

କୋକସରା,୧୭ା୬- (ମ ନି ସ ) କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଗୋତମୁଣ୍ଡା ପଞ୍ଚାୟତ ପିପିଲଝାପର ଗ୍ରାମରେ ଅଘଟଣ । ଘରେ ଶୋଇଥିବା ବେଳେ ଜଣେ ମହିଳାଙ୍କୁ ନାଗ ସାପ କାମୁଡିବାରୁ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ମୃତ ମହିଳା ଜଣକ ହେଲେ ନୃପରାଜ ମାଝୀଙ୍କ ସ୍ତ୍ରୀ ରୁପାଲି ମାଝୀ (୩୦) । ସୂଚନା ଅନୁସାରେ, ଗୁରୁବାର ରାତିରେ ରୁପାଲି ଘରେ ଶୋଇଥିବା ବେଳେ ରାତି ପ୍ରାୟ ୧୦ଟା ସମୟରେ ଏକ ନାଗ ସାପ ତାଙ୍କୁ କାମୁଡି ଦେବାରୁ ସେ ଗୁରୁତର ହୋଇଥିଲେ । ପରେ ତାଙ୍କୁ ଗୁରୁତର ଅବସ୍ଥାରେ ପରିବାର ଲୋକ କୋକସରା ଡାକ୍ତରଖାନାରେ ଭର୍ତ୍ତି କରିଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ରୁପାଲିର ମୃତ୍ୟୁ ହୋଇଥିଲା । ଖବର ପାଇ ଆମପାଣି ଥାନା ପୋଲିସ ଡାକ୍ତରଖାନାରେ ପହଞ୍ଚି ତଦନ୍ତ କରିବା ସହ ଶୁକ୍ରବାର ଶବ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି । ଏନେଇ ଆମପାଣି ଥାନା କେଶ ନମ୍ବର ୨/୨୨ ରେ ଏକ ଅପମୃତ୍ୟୁ ମାମଲ ରୁଜୁ କରି ତଦନ୍ତ ଚଲାଇଥିବା ଆମପାଣି ଥାନା ଏସ୍‌ଆଇ ରାଜେଶ ପରିଡା ସୂଚନା ଦେଇଛନ୍ତି ।

Related posts

ମାରବାଡ଼ି ଯୁବା ମଞ୍ଚ ପକ୍ଷରୁ ରକ୍ତଦାନ ଶିବିର ,୪୩  ୟୁନିଟ ରକ୍ତ ସଂଗୃହୀତ

Sunil Chandra Nayak

ଶୀତ ଦାୟରୁ ରକ୍ଷା ପାଇଁ କମ୍ବଳ ବଣ୍ଟନ କଲା ସୋସିଆଲ ୱେଲଫେୟାର ଅର୍ଗନେସନ କଳାହାଣ୍ଡି ପରିବାର

Sunil Chandra Nayak

ରାଜ୍ୟସ୍ତରୀୟ ଲୋକସାହିତ୍ୟ ଆଲୋଚନାଚକ୍ର

Sunil Chandra Nayak

Leave a Comment

error: Content is protected !!