ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପ୍ରଶାନ୍ତ କୁମାର ନାଥ ଙ୍କ କବିତା ମୌସୁମୀ

ମୌସୁମୀ

 

ପ୍ରଶାନ୍ତ କୁମାର ନାଥ

 

ରଜସ୍ଵଳା ମାଆ ହୋଇଛି ଧରିତ୍ରୀ

   ଶେଷ ଦିବସ ତ ଆଜି

ରଜର ପରବ ହୋଇଅଛି ଶେଷ

     ସିନାନ ରହିଛି ବାକି। 

 

ଦକ୍ଷିଣ ପଶ୍ଚିମ ମୋୖସୁମୀ ଛୁଇଁଛି

    ଓଡିଶା ମାଟିକୁ ଆସି

ଭିଜାଇ ଦେବ ସେ କାଲି ସ୍ନାନେ ବେଳେ

    ଧରିତ୍ରୀ ହୋଇବ ଖୁସି। 

 

ଶୁଷ୍କ ତନୁ ମନ ହେଵ ପଲ୍ଲବିତ

     ନୂତନ ଯୌଵନ ପାଇ

ଶୂନ୍ୟ ଗାଗରାରେ ପୂର୍ଣ୍ଣ ହେଇ ମେଘ

    ଵୋହିଵ ସଲିଳ ହେଇ। 

 

କୀଟ ତରୁ ଲତା ଜୀଵ ଓ ଜଗତ

     ପାଇଵେ ପ୍ରାଣ ନୂତନ

ନିଦାଘରୁ ରକ୍ଷା ହୋଇବ ପୃଥିବୀ

    ଶୀତଳ ଭରି ଚନ୍ଦନ। 

 

ଗର୍ଭରେ ଧରିବ ଶୁଷ୍କ ବୀଜ ଶସ୍ୟ

    ଫଳାଇବ ସୁନା କ୍ଷେତ

ଚନ୍ଦନ ପରିକା ଲିପି ହେଇଥିବ

    ଭିଜା ଭିଜା ମାଟି ସେତ। 

 

ଭିଜା ମାଟି ବାସ୍ନା ଵାସ୍ନାୟୀତକରେ

     କୃଷକ ମନକୁ ସିନା

କୃଷି ଆରମ୍ଭଇ ମନପ୍ରାଣ ଦେଇ

    ଯୋଗାଇବା ପାଇଁ ଦାନା।।

ପ୍ରଶାନ୍ତ କୁମାର ନାଥ

 ଜୁଣଗଡି ,ରାଜନଗର , କେନ୍ଦ୍ରାପଡ଼ା

Related posts

ଅପର୍ତ୍ତି ସେଠୀ ଙ୍କ କବିତା କଳାକାର

Sunil Chandra Nayak

କେନ୍ଦ୍ରୀୟ ସଂଚାର ବ୍ୟୁରୋ, ଫୁଲବାଣୀ ଶାଖା ତରଫରୁ ହିନ୍ଦୀ ପକ୍ଷ ପାଳିତ

Sunil Chandra Nayak

ରବୀନ୍ଦ୍ରକୁମାର ବେହେରା ଙ୍କ ଗଳ୍ପ ବାବନା ଭୂତ କଥା

Leave a Comment

error: Content is protected !!