ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଅବିନାଶ ମହାପାତ୍ର ଙ୍କ କବିତା ସୁରା ର ପିଆଲା ସାଜି

ସୁରା ର ପିଆଲା ସାଜି

 

     ଅବିନାଶ ମହାପାତ୍ର

 

ଶିହରଣ ଖେଳେ ଆଜିଵି ମନରେ

     ଭାଵିଦେଲେ ତୁମ କଥା 

ଗୁଞ୍ଜରିତ ହୁଏ ପାଦର ପାଉଁଜି

     ପାଇଛି ଅନେକ ଵ୍ୟଥା। (0)

ପ୍ରୀତିର ପରଶେ ଭିଜେଇ ତନୁକୁ 

     ଵାଟଵଣା କଲ ମୋତେ

ନିୟତି ହରାଇ ଵୁଡିଗଲି ମୁଁ ଯେ 

     ଭାସିଗଲି ପ୍ରେମ ସ୍ରୋତେ। (୧)

ପ୍ରଶ୍ନବାଚୀ ହୋଇ ରହିଗଲ କାହିଁ 

     ସର୍ଵସ୍ୱାନ୍ତ ହୋଇ ଆଜି 

ଚୋରା ବସନ୍ତର ମଳୟ ସମୀରେ 

     ସୁରାର ପିଆଲା ସାଜି।(୨)

ଆଖିର ଚାହାଣୀ କହୁଥିଲା କଥା 

     ସେଦିନ ଯାଇଛି ହଜି 

ଶୁଷ୍କ ମରୁ ପରେ ଏକାକୀ ଚାହିଁଛି 

     ଥୁଣ୍ଟା ଗଛଟିଏ ସାଜି। (୩)

ଚାରୁ ଚିତ୍ରକଳା ତୁମରି ଆଖିରେ 

     ହୃଦୟେ ନଦୀର ସ୍ରୋତ 

ମନର ଶିକୁଳି ଖୋଲା ଥିଲା ବୋଲି 

      ଧରିଥିଲି ତୁମ ହାତ ।(୪)

ନମନୀୟ ତୁମ ଗୋଲାପି ଓଠରେ 

     ଯାଦୁକରୀ ଶବ୍ଦ ତୋଳି 

କ୍ଷତାକ୍ତ କରିଛ ଅଙ୍ଗର ପରଶେ 

      ନିଜେଵି ଯାଇଛ ଜଳି। (୫)

ଚିରସ୍ରୋତା ସାଜି ପ୍ରଖର ସୁଅରେ 

      ତୁମ ଲକ୍ଷ ପଥ ଧାରେ 

ଭସାଇ ନେଇଛ ମୋ ମନ ଡଙ୍ଗାକୁ 

      ଫେରିଵକି ଆଉ ଥରେ। (୬)

 

 

ବୟାଙ୍ଗଡିହି,ଧାମନଗର,ଭଦ୍ରକ

       

Related posts

ଅନ୍ଧାରୀ ନଦୀରେ ଭାସିଯାଇଥିବା ଦୁଇ ଯୁବକ ମଧ୍ୟରୁ ଜଣେ ଜୀବନ୍ତ ଉଦ୍ଧାର ବେଳେ ଅନ୍ୟ ଜଣଙ୍କ ମୃତଦେହ ଉଦ୍ଧାର

Sunil Chandra Nayak

କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର ଙ୍କ କବିତା ସିଏ ତ ସବୁଠୁ ବଡ

ଜଣା ଅଜଣା – ଓଡ଼ିଶା ରୁ ଆଉ ଜଣେ ମଧ୍ୟ ରାଷ୍ଟ୍ରପତି ଥିଲେ – ଭି ଭି ଗିରି

Sunil Chandra Nayak

Leave a Comment

error: Content is protected !!