ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଅବିନାଶ ମହାପାତ୍ର ଙ୍କ କବିତା ସୁରା ର ପିଆଲା ସାଜି

ସୁରା ର ପିଆଲା ସାଜି

 

     ଅବିନାଶ ମହାପାତ୍ର

 

ଶିହରଣ ଖେଳେ ଆଜିଵି ମନରେ

     ଭାଵିଦେଲେ ତୁମ କଥା 

ଗୁଞ୍ଜରିତ ହୁଏ ପାଦର ପାଉଁଜି

     ପାଇଛି ଅନେକ ଵ୍ୟଥା। (0)

ପ୍ରୀତିର ପରଶେ ଭିଜେଇ ତନୁକୁ 

     ଵାଟଵଣା କଲ ମୋତେ

ନିୟତି ହରାଇ ଵୁଡିଗଲି ମୁଁ ଯେ 

     ଭାସିଗଲି ପ୍ରେମ ସ୍ରୋତେ। (୧)

ପ୍ରଶ୍ନବାଚୀ ହୋଇ ରହିଗଲ କାହିଁ 

     ସର୍ଵସ୍ୱାନ୍ତ ହୋଇ ଆଜି 

ଚୋରା ବସନ୍ତର ମଳୟ ସମୀରେ 

     ସୁରାର ପିଆଲା ସାଜି।(୨)

ଆଖିର ଚାହାଣୀ କହୁଥିଲା କଥା 

     ସେଦିନ ଯାଇଛି ହଜି 

ଶୁଷ୍କ ମରୁ ପରେ ଏକାକୀ ଚାହିଁଛି 

     ଥୁଣ୍ଟା ଗଛଟିଏ ସାଜି। (୩)

ଚାରୁ ଚିତ୍ରକଳା ତୁମରି ଆଖିରେ 

     ହୃଦୟେ ନଦୀର ସ୍ରୋତ 

ମନର ଶିକୁଳି ଖୋଲା ଥିଲା ବୋଲି 

      ଧରିଥିଲି ତୁମ ହାତ ।(୪)

ନମନୀୟ ତୁମ ଗୋଲାପି ଓଠରେ 

     ଯାଦୁକରୀ ଶବ୍ଦ ତୋଳି 

କ୍ଷତାକ୍ତ କରିଛ ଅଙ୍ଗର ପରଶେ 

      ନିଜେଵି ଯାଇଛ ଜଳି। (୫)

ଚିରସ୍ରୋତା ସାଜି ପ୍ରଖର ସୁଅରେ 

      ତୁମ ଲକ୍ଷ ପଥ ଧାରେ 

ଭସାଇ ନେଇଛ ମୋ ମନ ଡଙ୍ଗାକୁ 

      ଫେରିଵକି ଆଉ ଥରେ। (୬)

 

 

ବୟାଙ୍ଗଡିହି,ଧାମନଗର,ଭଦ୍ରକ

       

Related posts

ଶୁଖିଲା ଖାଦ୍ୟ ବଣ୍ଟନ କଲେ ବିଜେପି ନେତା

Sunil Chandra Nayak

ଗହଣା ତିଆରି ଦୋକାନ ରୁ ସୁନା ଚୋରି ଅଭିଯୋଗ

Sunil Chandra Nayak

ମା କନକ ଦୁର୍ଗା ଙ୍କ ପୀଠରେ ଆଜି ନବରାତ୍ରୀ ର ଚତୁର୍ଥ ଦିବସ ପାଳିତ 

Sunil Chandra Nayak

Leave a Comment

error: Content is protected !!