ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବାଲେଶ୍ବର – ବିଦ୍ଯୁତ୍ ସମସ୍ୟା ସମାଧାନ ପାଇଁ ଅଣ୍ଟା ଭିଡିଲେ ବିଧାୟକ

ବାଲେଶ୍ବର,୧୭/୬/୨୨- ବାଲେଶ୍ବର ଜିଲ୍ଲା ସିମୁଳିଆ ନିର୍ବାଚନ ମଣ୍ଡଳୀର ଖଇରା ଓ ସିମୁଳିଆ ବ୍ଲକର ବିଦ୍ଯୁତ୍ ଉପଭୋକ୍ତା ମାନଙ୍କର ଅନେକ ସମସ୍ୟା ରହିଛି । ଏହି ସମସ୍ୟାର ସମାଧାନ ନିମନ୍ତେ ମାନ୍ଯବର ବିଧାୟକ ନେଇଛନ୍ତି ପଦକ୍ଷେପ । ଏହି ପରିପ୍ରେକ୍ଷିରେ ଆସନ୍ତା ତା ୨୧/୬/୨୨ ଓ ତା୨୨/୬/୨୨ ରିଖ ବାଲେଶ୍ବର ଜିଲ୍ଲା TPnODL-Tat Power(ଶକ୍ତି ବିଭାଗ)ର କେତେକ ବରିଷ୍ଠ ଅଧିକାରୀ ମାନଙ୍କୁ ସାଥିରେ ଧରି ସିମୁଳିଆ ନିର୍ବାଚନ ମଣ୍ଡଳୀର ଦୁଇଗୋଟି ବ୍ଲକ ପରିଭ୍ରମଣ କରିବାକୁ ତାରିଖ ଧାର୍ଯ୍ୟ କରିଛନ୍ତି ବିଧାୟକ ଜ୍ଯୋତିପ୍ରକାଶ ପାଣିଗ୍ରାହୀ । ଯେଉଁଠି ସମସ୍ୟା ନଜରକୁ ଆସିବ ବା ଉପଭୋକ୍ତା ମାନେ ସମସ୍ୟା ବାବଦରେ ଅବଗତ କରାଇବେ, ତୁରନ୍ତ ତାହାର ସମାଧାନ ପାଇଁ ଅଧିକାରୀ ମାନଙ୍କ ଦ୍ବାରା ଚେଷ୍ଟା କରାଯିବ ଏବଂ ବିଦ୍ଯୁତ୍ ଉପଭୋକ୍ତା ମାନଙ୍କୁ ସମସ୍ୟା ବାବଦରେ ଜଣାଇବା ପାଇଁ ଉଭୟ ବ୍ଲକର ୨ ଜଣଙ୍କ ନାମ ଓ ମୋବାଇଲ ନମ୍ବର ପ୍ରଦାନ କରାଯାଇଛି । ଏହାର ସୁଯୋଗ ନେବା ପାଇଁ ଉପଭୋକ୍ତା ମାନଙ୍କୁ ସୂଚନା ଦିଆଯାଇଛି । ବିଳମ୍ବ ନ କରି ନିଜ ନିଜର ବିଦ୍ଯୁତ୍ ସମସ୍ୟା ବିଷୟରେ ସିମୁଳିଆ ପାଇଁ ଗଦାଧର ଯେନା(କାହ୍ନୁ), ମୋ-୯୪୩୭୫୧୪୧୪୦ ଏବଂ ଖଇରା ପାଇଁ ସୂର୍ଯ୍ୟକାନ୍ତ ସ୍ବାଇ(କାଳୁ),ମୋ-୭୯୭୮୪୬୪୭୨୩ ଦିଆଯାଇଛି । ସିମୁଳିଆ ପାଇଁ ତା ୨୧/୬/୨୨ରିଖ ଏବଂ ଖଇରା ପାଇଁ ତା ୨୨/୬/୨୨ରିଖ ଧାର୍ଯ୍ୟ ହୋଇଛି ।।

ବାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ମହାମହର୍ଷି ବ୍ୟାସଦେବଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବକୁ ସ୍ବାଗତ କଲା ସଚେତନ ନାଗରିକ ମଞ୍ଚ

Sunil Chandra Nayak

ତେଲେଙ୍ଗାନା ଇଟା ଭାଟି ରେ ନିର୍ଯାତିତ ଅଟକ ଦାଦନ ଉଦ୍ଧାର

Sunil Chandra Nayak

ରାଇରଙ୍ଗପୁରରେ “୬୨ ତମ ସ୍ୱାୟତ୍ତ ଶାସନ ଦିବସ ମହାସମାରୋହରେ ପାଳିତ, ବହୁବିଧ ପ୍ରକଳ୍ପ ଅତିଥିମାନଙ୍କ ଦ୍ବାରା ଲୋକାର୍ପିତ

Sunil Chandra Nayak

Leave a Comment

error: Content is protected !!